କବିତା

ଜନ୍ମ, ମୃତ୍ୟୁ ଓ ଜୀବନ

Dr Anita Panda's Odia Poem JANMA, MRUTYU O JEEBANA

ହେତୁ ହେବା ଦିନୁ
ଶୁଣି ମୁଁ ଆସିଛି
ସେଇ ସ୍ତବକଟି
ଜନ୍ମ ଅବା ମୃତୁ୍ୟ
କାହା ହାତେ ନୁହେଁ ।

ଜନ୍ମ, ମୃତ୍ୟୁ ଓ ଜୀବନ

ହେତୁ ହେବା ଦିନୁ
ଶୁଣି ମୁଁ ଆସିଛି
ସେଇ ସ୍ତବକଟି
ଜନ୍ମ ଅବା ମୃତୁ୍ୟ
କାହା ହାତେ ନୁହେଁ ।

—–

ସେଇ ଜନ୍ମ ପାଇଁ
ଯାହା ଆମ ହାତେ ନାହିଁ
କେଡ଼େ ହାଇଁ ପାଇଁ ହେଉଥାଉ
ପୁଅଟିଏ ଲାଗି ।

ବୟୋଜ୍ୟେଷ୍ଠ ବା ଜ୍ୟେଷ୍ଠା
ଯିଏ ତୁମକୁ
ଏଡ଼ିକିରୁ ଏଡ଼ିକିଟେ କଲା
ସମାଜରେ ଦୃଢ଼ କରେଇଲା
ତାରି ମୃତ୍ୟୁ ପାଇଁ
ଆମେ ଦିନ ଗଣିଥାଉ ।

—–

ସଂସାରରେ ଜୀଇଁ ରହି
ଜୀବନ ବିତାଇବାର ଅଭିସନ୍ଧି
ଯାହା ନିଶ୍ଚିତ ଭାବେ
ତୁମରି ହାତରେ ।

ସେଇ ମଧୁମୟ ସମୟ ଗୁଡ଼ିକୁ
ଆମେ ଗଡ଼ାଇ ଦେଇଥାଉ
ଈର୍ଷା, ପରନିନ୍ଦା, କୂଟ, କପଟ
ଦ୍ୱନ୍ଦ୍ୱ, ଝଗଡ଼ା. . .
ପରହିଂସା, ପରଶ୍ରୀ କାତରତା
ଚୋରୀ, ଡକାୟତି
ଆଉ ମଧ୍ୟ
ନରହତ୍ୟା, ନାରୀ ଧର୍ଷଣରେ ।

ଏଥିପାଇଁ ପଞ୍ଚାୟତ ନାହିଁ ।
ଅଛି ଯଦି ।
କିଏ ମୁଦେଇ ଆଉ
କିଏ ମୁଦାଲା ?
କାହାଠୁ ସୁଆଲ ଆଉ
କାହାଠୁ ଜବାବ୍ ?

ଏଠାରେ ପଞ୍ଚମାନେ ନାହାନ୍ତି
ଦୁନିଆଁର ପ୍ରତିଟି ମଣିଷ
ଏଇ ପଞ୍ଚାୟତର ପଞ୍ଚ
ପାପ ସବୁ ସଞ୍ଚିତ ହେଉଛି
ଆଗାମୀ ଜନ୍ମ ପାଇଁ ।

କିଏ ଦେଖିଛି ଆରଜନ୍ମ ?
ନିଜକୁ ନିଜେ ମୁଦେଇ
ଆଉ ନିଜକୁ ମୁଦାଲା କରି
ସ୍ଥିର କର ଜୀବନର ଗତି
ସମାଜ ହିତରେ
ଯାହା ଅଟେ ନିଜ ହିତେ//ପରୋକ୍ଷରେ ।

ଲୋକପ୍ରିୟ ଲେଖା

To Top