ବାହୂରେ ତୋହରି ବାଂଧିଛୁ ବିଶ୍ଵକୁ
ଗଢି ତୁହି ନିଜ ହାତେ ।
ବିଚିତ୍ର ବିଶ୍ଵକୁ ବୁଝିବା ପାଇଁ କି
କେହି ନାହାନ୍ତି ଜଗତେ ।
କେମିତି ଗଢ଼ିଲୁ ବିରଳ ବିଶ୍ବକୁ
ଆଶ୍ଚର୍ଯ୍ୟ ଲାଗେ ଭାବିଲେ ।
ଏହାର ରହସ୍ୟ ଖୋଜି ଖୋଜି ସବୁ
ଵିଜ୍ଞେ ପାଗଳ ହୋଇଲେ ।
ଚଉଦ ଭୂବନ ଦେଖେ ତୋ ନୟନ
ନିମିଶକ ସମୟରେ ।
ଜିବନରେ ଆମ୍ଭେ ପାରୁ ନାହିଁ ଦେଖି
ତୋ ଚକା ନୟନ ଥରେ ।
ଭାବଗ୍ରାହୀ ତୁହି ଭାବେ ବନ୍ଧା ଅଟୁ
ଭକତଙ୍କୁ ସାହା ହଉ ।
ଭାବରେ ଡାକିଲେ ଶୀରିକ୍ଷେତ୍ର ଛାଡି
ଦରଶନ ତୁହି ଦେଉ ।
ଶ୍ରୀକ୍ଷେତ୍ର ଆସନ୍ତି ଦରଶନ ପାଇଁ
ତୋର ସହସ୍ର ଭକତ ।
ଦରଶନ ସଂଗେ ଆଶୀର୍ବାଦ ପ୍ରାପ୍ତି
ଲଭେ ପରମ ଭକତ ।
ଚକା ଆଖି ତୋର ଦୁଖୀ ଦୁଃଖ ହରେ
ଅମୃତ ଭରେ ମନରେ ।
ଫେରାଉ ଭକ୍ତଙ୍କୁ ଭୁଞ୍ଜାଇ ପ୍ରସାଦ
ତୋର ଆନନ୍ଦ ବଜାରେ ।
ବିଚିତ୍ର ମହିମା ଆକଳନ ହୀନ
ବୁଝିଛୁ ତୁ ଏକା ସତ ।
ଅସମ୍ଭବ ସବୁ ସମ୍ଭବ ହୁଅଇ
ଆଶ୍ଚମ୍ବିତ ଏହି ମତ ।
ଭରସା କରନ୍ତି ବିଶ୍ୱାସୀ ଭକତ
ସ୍ୱର୍ଗୀୟ ଶକ୍ତି କୁ ତୋର ।
ନିରାଶ ନ ହୁଏ ପରମ ଭକତ
ଆଶିଷ ଲଭେ ତୋହର ।
ବିଜ୍ଞାନ ର ମତ କେତେ ଅବା ସତ
ନାହଁ ଶେଷ ସିଦ୍ଧାନ୍ତର ।
ବିସ୍ତାରିତ ବିଶ୍ବ ସିମାହୀନ ଅଟେ
ତୋର ଶକ୍ତିର ଆଧାର ।
ତୋ ପାଇଁ ଓଡ଼ିଆ ବିଶ୍ୱେ ପରିଚିତ
ଯୋଗୁଁ ଉପସ୍ଥିତ ତୋର ।
ଦେବା ଦେବୀଙ୍କର ଖେଳାଲିଳା ସ୍ଥାନ
ଅଟେ ଓଡିଶା ଆମର ।
ଭକତ ଭକ୍ତିରେ ବଂଧା ଅଟୁ ତୁହି
ଅଲୌକିକ ଶକ୍ତି ତୋର ।
ଆଶୀର୍ବାଦ ତୋର ସବୁବେଳେ ଲୋଡା
ଜଗନ୍ନଥ ନାମ ତୋର ।
ଏତିକି ମିନତୀ ତୋତେରେ କାଳିଆ
ଭକ୍ତ ପଛେ ପଛେ ଥିବୁ ।
କର୍ମ ଜାଣି ତୁହି ଫଳ ଦେଉଧିବୁ
ଭେଦଭାବ ନ ରଖିବୁ ।