ସବୁ ରଙ୍ଗର ସମିଶ୍ରଣ ହିଁ ହେଉଛି କଳା 0 କଳା ଏପରି ଏକ ରଙ୍ଗ ଯାହା ସମସ୍ତ ଶକ୍ତି ଗ୍ରହଣ କରିଥାଏ ।
ଆପଣ ମାନେ ଯଦି କେବେ ଶିବ ମନ୍ଦିରକୁ ଯାଇଥିବେ ତା ହେଲେ ମନେ ପକାଇ ପାରିବେ ଯେ ଶିବ ଲିଙ୍ଗ ସାଧାରଣତଃ ଗର୍ଭ ଗୃହର କେନ୍ଦ୍ରରେ ଅବସ୍ଥିତ ହୋଇ ଥାଏ (ଭେଦିକ୍ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା ଅନୁଯାୟୀ ନିର୍ମିତ ମନ୍ଦିରଗୁଡିକରେ) ।
ଶିବ ଲିଙ୍ଗ ହେଉଛି ଶକ୍ତିର ଉତ୍ସ/କେନ୍ଦ୍ର (ଯଦି ସେଗୁଡିକ ଉପଯୁକ୍ତ ରୀତିନୀତି ସହିତ ସଂସ୍ଥାପିତ ହୋଇ ଥାଏ ) । ଶିବଙ୍କର ଶକ୍ତି କ୍ରମାଗତ ଭାବରେ ସେହି ଲିଙ୍ଗ ମାନଙ୍କ ମାଧ୍ୟମରେ ପ୍ରବାହିତ ହୁଏ । ଆମେ ଯେତେବେଳେ ମନ୍ଦିର ଭିତରକୁ ଯାଉ, ଲିଙ୍ଗ ପାଖ ପହଞ୍ଚିବା କ୍ଷଣି ଆମ ଶରୀର ଅବସ୍ଥିତ ଥିବା ସମସ୍ତ ନକାରାତ୍ମକ ଶକ୍ତିସମୂହକୁ ଏହି ଲିଙ୍ଗ ଶୋଷି ନେଇ ଥାଏ । ଶକ୍ତି ଶୋଷିବା ପାଇଁ କଳା ରଙ୍ଗର ଶକ୍ତି ସର୍ବାଧିକ, ଏବଂ ଆମେ ପ୍ରଭୁ ଶିବଙ୍କର ଶୁଭ ଶକ୍ତି ଗ୍ରହଣ କରୁ ଯାହା ଆମ ଆତ୍ମାକୁ ଶୁଦ୍ଧ କରେ ଯାହା କ୍ରମାଗତ ଭାବରେ ଶିବଲିଙ୍ଗ ଚତୁର୍ପାଶ୍ୱରେ ପ୍ରବାହିତ ହୋଇଥାଏ ।
ଏହା ସହିତ, ଯେତେବେଳେ ଆମେ ଶିବଲିଙ୍ଗ ସାମ୍ନାରେ ମନ୍ତ୍ର ଜପ କରୁ, ଏହା ମନ୍ତ୍ରର ସକାରାତ୍ମକତାକୁ ଗ୍ରହଣ କରିଥାଏ ଏବଂ ପରିବେଶକୁ ଅଧିକ ସକରାତ୍ମକ କରିଥାଏ ।
ଆପଣ ବିଜ୍ଞାନରେ କଳା ଶରୀରର ବିକିରଣ (black body radiation) ବିଷୟରେ ଶୁଣିଥିବେ, ଯେହେତୁ ଏହି ଶିବଲିଙ୍ଗ ଗୁଡିକ ଶକ୍ତି କେନ୍ଦ୍ର ତେଣୁ ସେମାନେ କ୍ରମାଗତ ଭାବରେ ସକରାତ୍ମକ ଶକ୍ତି ନିର୍ଗତ କରନ୍ତି (କଳା ଶରୀରର ବିକିରଣ ପରି) ଏବଂ ଆମର ନକାରାତ୍ମକତାକୁ ଅବଶୋଷଣ କରନ୍ତି ଏବଂ ଆମ ଆତ୍ମାକୁ ଶୁଦ୍ଧ କରନ୍ତି ।
ଶିବ ଲିଙ୍ଗ ଆମର ନକାରାତ୍ମକ ଶକ୍ତି ନେଇଥାଏ ଏବଂ ଆମକୁ ସକରାତ୍ମକ ଶକ୍ତି ଦେଇଥାଏ ।
ସେହି କାରଣରୁ ହିଁ, ଆମକୁ ଶିବ ଲିଙ୍ଗ ରୂପରେ ଭଗବାନ ଶିବଙ୍କୁ ପୂଜା କରିବାକୁ ପରାମର୍ଶ ଦିଆଯାଇଛି କାରଣ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ଆମର ନକାରାତ୍ମକତାକୁ ସେତେ ନେଇପାରିବ ନାହିଁ କିନ୍ତୁ ଶିବ ଲିଙ୍ଗ ନେଇ ପାରିବ ।
ଲିଙ୍ଗାଷ୍ଟକମ୍ ସ୍ତୋତ୍ର ମଧ୍ୟ ଏହି ବିବୃତ୍ତିକୁ ସମର୍ଥନ କରିଥାଏ ।
संचित पाप विनाशन लिङ्ग तत प्रणमामि सदशिवलिंगम
ଅର୍ଥ, ମୁଁ ଶିବ ଲିଙ୍ଗଙ୍କୁ ପ୍ରଣାମ କରେ ଯାହା ମୋର ଜମା ହୋଇଥିବା ପାପଗୁଡ଼ିକୁ ନଷ୍ଟ କରିଥାଏ (ନକାରାତ୍ମକ କାର୍ମିକ୍ ସନ୍ତୁଳନ ବା ଶକ୍ତି) ।