କବିତା

ଜୀବନ ଏକ ମାୟା

Smita Meher's odia poem Jeebana Eka Maaya

ଆବିର୍ଭାବ ହୁଏ ନବ ଆଶାର ସ୍ପର୍ଶ ,
ବଡିମା ତାର କୋମଳ ପଲ୍ଳବ ସଦୃଶ..
ନବ ଜାଗରଣ ର ଏକ ନୂତନ ରୂପ, ଘେନି ନିଏ ସର୍ବ ଅନ୍ତର ଦୁଃଖ.

ଜୀବନ ଏକ ମାୟା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦୁର୍ଗମ ଗିରି ବନ୍ଧୁର ପଥ ଅତିକ୍ରମ କରି
ଗଡି ଚାଲିଛି ସମୁଦ୍ର ଲହରୀ ପରି
ପଥଭ୍ରଷ୍ଠ ହୋଇ କରିଛି ଛିନ୍ନ ନିଜକୁ , ତଥାପି ମାନିନି କିଛି ବାଧା ବିଘ୍ନକୁ
ଦଗ୍ଦ କରେ ପ୍ରାଣକୁ , ମୁଗ୍ଦ କରେ ମନକୁ
ପ୍ରାଣାନ୍ତରର ମାୟା ସମ ଲାଗେ ସଭିଁକୁ
ଇତର ପ୍ରାଣୀଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ
ପ୍ରତୌକେ ଲାଳାୟିତ, ଲୋଭ ଜର୍ଜରିତ

କରିଛି ଏହା ମଣିଷକୁ ବାୟା ,
ଏଇତ ଜୀବନ,
ଜୀବନ ଏକ ମାୟା …….

କଁଅଳିଆ ପାଦ ଥାପି ପ୍ରପୁଷ୍ଟିତ ହୁଏ କଦମ୍ବ ପୁଷ୍ପ,
ସୌନ୍ଦର୍ଯ୍ୟର ଗାଢ ଲାଳିମାରେ ଅମୃତମୟ ହୁଏ ଧରାପୃଷ୍ଠ
ଏହିସମ ଜୀବନ ସତ୍ତା ଉଲ୍ଲେଖିତ ଜଗତେ,
ଆବାଳ ବୃଦ୍ଧ ବନିତା ଯାଏ ପ୍ରଳମ୍ବିତ ଉଲ୍ଲାସେ ……

ଆବିର୍ଭାବ ହୁଏ ନବ ଆଶାର ସ୍ପର୍ଶ ,
ବଡିମା ତାର କୋମଳ ପଲ୍ଳବ ସଦୃଶ..
ନବ ଜାଗରଣ ର ଏକ ନୂତନ ରୂପ, ଘେନି ନିଏ ସର୍ବ ଅନ୍ତର ଦୁଃଖ……

ପୁଣି ନେଇଯାଏ ଏପରି ଜାଗାକୁ, ଭୁଲିବାକୁ ହୁଏ ଆପଣା ସୁଖକୁ,
ରକ୍ତର ଲୁହ ଝରାଇ ଦିଏ, ହାଏରେ ଜୀବନ…..ସେ ପୁଣି କହେ,
ତଥାପି ବାଦ୍ଧିରଖେ ନିଜ ସାହସ ,
ଆଗକୁ ବଢିଚାଲେ ନିୟମିତ …..
ଛଅଟି ଋତୁର ପରିକ୍ରମା ଯେ ଏହା ,
ସୁଖ ଦୁଃଖ ର ଅଟେ ଏକ ଛାୟା ,
ଏଇତ ଜୀବନ,
ଜୀବନ ଏକ ମାୟା ,
ଜୀବନ ଏକ ମାୟା …

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top