ଚାରିକାନ୍ଥ ଭିତରେ ମୋ ଦୁନିଆ
କବାଟ ବନ୍ଦ ଏଠି ଝରକା ବି ବନ୍ଦ;
ସେଇ ଝରକା ଫାଙ୍କରେ ମୁଁ ଖୋଜେ
କବାଟ ସେପଟ ଦୁନିଆ ।
ମା’ ମୋର କହିଛି କାହା ମନେ ଦୁଃଖ ଦେବୁନି
କାହା ମନେ କଷ୍ଟ ଦେବୁନି;
ବାପାମା’ଙ୍କ ମହତ ରଖିବୁ…
ଭୁଲିଗଲେ ଏମାନେ
ଭୁଲିଗଲେ ସେମାନେ,
ମୋର ବି ମନଅଛି ମୋର ବି ଜୀବନ ଅଛି;
ଝରକା ଫାଙ୍କ ନୁହେଁ ମୋ ଦୁନିଆ ।
ହସିଲା ବେଳେ ମୁଁ ଲୁହକୁ ପି’ଯାଏ
କାନ୍ଦିଲା ବେଳେ ମୁଁ ଘରକଣେ ଲୁଚିଯାଏ,
ଉଡିବାକୁ ଚାହେଁ ମୁଁ, ବଂଚିବାକୁ ଚାହେଁ ମୁଁ;
ହତାଦର କରନାହିଁ ମତେ
ବଂଚି ଥାଉଥାଉ ମାରିଦିଅ ନାହିଁ ମତେ;
ଝରକା ଫାଙ୍କ ନୁହେଁ ମୋ ଦୁନିଆ ।
