ତୁମର ମଧୁର ହସ
ନରମ ଦୃଷ୍ଟି ତ ତୁମର
ହୃଦୟକୁ ମୋର ଚୋରାଇ ନେଇଛି
କରୁଛ କି ତୁମେ ମୋତେ ପ୍ରେମ
କୁହ ହୃଦୟରର ଗଭୀରରୁ
କିଛି ନଲୁଚାଇ ।
ତୁମର ମଧୁର କଥା
କାନରେ ମୋର କହିତ ଚାଲୁଛି
ତୁମର ନରମ ଚାହାଣୀ
ହୃଦୟକୁ ମୋର ଛୁଇଁତ ଯାଉଛି
କରୁଛ କି ତୁମେ ମୋତେ ପ୍ରେମ
କୁହ ହୃଦୟରର ଗଭୀରରୁ
କିଛି ନଲୁଚାଇ ।
ତୁମ ଆଖିର ଗଭୀରତା
ମାପି ନାହିଁ କେବେ
ତୁମ ପ୍ରେମ ସାଗରରେ
ମୁଁ ବୁଡିିଯାଏ
ହଜିଯାଏ ଅଥଳ ପାଣିରେ ।
କହିନାହଁ କିଛିତ ଏଯାଏଁ
ଆହାତ ହିରଣର ଭଳି
ଛଟ ପଟ ମୁଁ ହେଉଅଛି
ତୁମ କଥା ପଦିଏର ପାଇଁ
ମୋର ହୃଦୟର କ୍ଷତ
ଦେଖାଇବି ମୁଁ କାହାକୁ
ତୁମ ଛଡା କେହି ଜାଣି ପାରବେନି ।
ହୃଦୟ ମୋର ଭାଙ୍ଗି ତ ଯାଉଛି
କହିଲନି କିଛି ଏତେ ବେଳ ଯାଏଁ
ଉଦାସ ମୁଁ ହୋଇ ତ ଯାଉଛି
ମନ ଲାଗୁନାହିଁ ଆଉ
ଭାଙ୍ଗି ଯାଉଅଛି ଶରୀର ତ ମୋର
ଶକ୍ତି ନାହିଁ କାଣିଚାଏ ।
କୁହ ତୁମେ ହୃଦୟର କନ୍ଦରରୁ
କରୁଛକି ତୁମେ ମୋତେ ପ୍ରେମ
ଆଉ କେହି ନାହାନ୍ତି ସେଇଠି
କୁହ ହୃଦୟରର ଗଭୀରରୁ
କିଛି ନଲୁଚାଇ ।
(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଗ୍ରହଣ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )
