କବିତା

ମନ ମୟୁରୀ

Prasanta Kumar Behera's odia poem Mana Mayuree

କହିକି ପାରିବ କାହିଁକି ହେ ବନ୍ଧୁ
ମୋ ଛାତିରେ ଲହରୀ ଉଠେ

ପଶ୍ଚିମ ଗଗନେ ସୁରୁଜ ନଇଁଲେ
ଛାତିରେ ଛନକା ପଶେ

ଚୂତଡାଳେ ପିକ କୁହୁରବ ଦେଲେ
ମୋ ମନ ପଲ୍ଲବି ଉଠେ

ଆଷାଢ଼ ଆକାଶେ ବଉଦ ଭାସିଲେ
ମନ ମୟୁରୀ ମୋ ନାଚିଉଠେ

ଶରତ ଲଗନେ କାଶତଣ୍ଡୀ ଫୁଲ
ଉତ୍ସବ ରଚଇ ଯେବେ

ନିଦାଘ ମଧ୍ୟାହ୍ନେ ଦୂର ତୋଟାମାଳେ
କପୋତୀ ବାହୁନେ ଯେବେ

କହିକି ପାରିବ କାହିଁକି ହେ ବନ୍ଧୁ
ମୋ ଛାତିରେ ଲହରୀ ଉଠେ

ପଶ୍ଚିମ ଗଗନେ ସୁରୁଜ ନଇଁଲେ
ଛାତିରେ ଛନକା ପଶେ

ଛପି ଛପି ଖାଲି ଅନ୍ଧାରକୁ ଚାହିଁ
କାହିଁ କେତେ କଥା ଭାବି ବସେ

କହିକି ପାରିବ କାହିଁକି ହେ ବନ୍ଧୁ
ହୃଦୟ ଗୁମରି ଉଠେ

ଚୂତଡାଳେ ପିକ କୁହୁରବ ଦେଲେ
ମୋ ମନ ପଲ୍ଲବି ଉଠେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top