କବିତା

ଦୁଷ୍ଟ ଜହ୍ନ

ଏ ଘନ ରାତିରେ ଅଂଚଳ ଭିଡୁଛୁ
ଚିତ୍ତ ଚୋର ଲମ୍ପଟିଆ

କିମିଆଁ ଜାଣିଛି ଦୁଷ୍ଟ ଏ ଜହ୍ନ
ଚାହିଁବିନି, ତାକୁ ଚାହିଁବିନି

ତା ଆଖିରେ ଆଖି ଥରେ ମିଶିଗଲେ
ଲାଜେ ରହିବିନି, ମୁଁ ରହିବିନି

ଛି ଛି ଜହ୍ନ ତୁ ଏଡେ ଅଲାଜୁକ
ଏଡିକି ତୁ ବିନୋଦିଆ

ଏ ଘନ ରାତିରେ ଅଂଚଳ ଭିଡୁଛୁ
ଚିତ୍ତ ଚୋର ଲମ୍ପଟିଆ

ଛାଡ ମୋ ଅଂଚଳ ପଦ୍ମତୋଳା ତୋର
ଶୁଣିବିନି, ମୁଁ ଶୁଣିବିନି

କିମିଆଁ ଜାଣିଛି ଦୁଷ୍ଟ ଏ ଜହ୍ନ
ଚାହିଁବିନି, ତାକୁ ଚାହିଁବିନି

ଭରା ଆଷାଢ଼ ରାତିରେ ରହିଛି ସିନା ମୁଁ
ଫୁଲ ବଗିଚାରେ ଏକା

ଫିକା ଜୋଛନାରେ ଉଚ୍ଚାଟ ହେଲେବି
ଡେଇଁ ପାରିବିନି ରେଖା

ଜହ୍ନରେ ତୁ ଭାରି ଡରକୁରା ତିନି ରେଖା
କାଟି ପାରିବୁନି, ତୁ ପାରିବୁନି

କିମିଆଁ ଜାଣିଛି ଦୁଷ୍ଟ ଏ ଜହ୍ନ
ଚାହିଁବିନି, ତାକୁ ଚାହିଁବିନି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top