କବିତା

କାରବାର

Navajyoti Rai's odia poem Kaarabaara

ସେ ବୁଢ଼ୀ ବୋଧହୁଏ ପହଞ୍ଚି ସାରିଛି ମୃତ୍ୟୁ ପାଖରେ
କିନ୍ତୁ ଦୌଡୁନାହିଁ
ହଁ ଏ ଯୁବକ ବୋଧେ ଦୌଡୁ ଦୌଡୁ
ଧକ୍କା ଖାଇ ମରିବ

କାରବାର

ସେ ବୃଦ୍ଧାର ଜୀବନ ଦୁଃଖର କାହାଣୀ
ଏବଂ ଯୁବକ ପାଖରେ ସମୟ ନାହିଁ
ସେ ବୁଢ଼ୀ ବୋଧହୁଏ ପହଞ୍ଚି ସାରିଛି ମୃତ୍ୟୁ ପାଖରେ
କିନ୍ତୁ ଦୌଡୁନାହିଁ
ହଁ ଏ ଯୁବକ ବୋଧେ ଦୌଡୁ ଦୌଡୁ
ଧକ୍କା ଖାଇ ମରିବ
ଏଇ ତ ସମୟ କିଛି କର ଯୁବକ
ସେ ବୁଢ଼ୀର ଦୁଃଖଭରା ଜୀବନରେ ମିଶି ଯାଅ
ଏହା ହେବ ମୃତ୍ୟୁ ବିରୋଧରେ
ନିଜ ମୃତ୍ୟୁର ବିରୋଧରେ
ଏକମାତ୍ର କାର୍ଯ୍ୟ ଯାହା ତୁମେ କରିପାରିବ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top