ପାହାନ୍ତି ପହର ସ୍ୱପ୍ନ ସତହୁଏ
ତୁମେ କହିଥିଲ
ସବୁକିଛି ଏବେ ବି ସ୍ପଷ୍ଟ
ମୋ ମାନସ ପଟ୍ଟରେ
ଏତେ ବର୍ଷ ଏତେ ମାସ ଏତେ ଦିନ
ଲିଭାଇ ପାରିନି ।
ମୋ ମାସୀମନ୍ତିନୀ ସ୍ଵାମୀ ସୋହାଗୀନି
ପାଦ ଜୁଡୁବୁଡୁ ନାଲି ଅଳତାରେ
ରୂପ ତାର ଝଲମଲ ରଙ୍ଗୀନ ଶାଢୀରେ
ହସ ହସ ମୁଖ ଆହା କି ସୁନ୍ଦର
ହାତରେ ହାତୀଏ ଚୁଡ଼ି ପାଦରେ ପାଉଁଜି
ରୁଣୁ ଝୁଣୁ ଶବ୍ଦ ଆହା କି ମଧୁର
ହାଣ୍ଡି ଭରା ପାହାଳ ରସଗୋଲା
ଘରଦ୍ୱାର ମୁଖରିତ ସଭିଏଁ ହରଷ ।
ହଠାତ ନିଦ ଭାଙ୍ଗିଯାଏ
ମୋ ଆଖି ଖୋଜିବୁଲେ
ଶଂକାଭରା ମନ
ମୋ ମା ମୋ ଆଖି ସାମ୍ନାରେ
ଶୁଭ୍ରବସ୍ତ୍ର ମଳିନ ମୁଖ
ଶୁନ୍ୟହାତ ଶୁନ୍ୟ ସୀମନ୍ତ
ପାହାନ୍ତି ପହର ସ୍ୱପ୍ନ ସତ ନୁହେଁ
ପୁରା ମିଥ୍ୟା ମୋ ପାଇଁ ।