କବିତା

ପାହାନ୍ତି ପହର ସ୍ଵପ୍ନ

Dr Mana Mahapatra's odia poem Paahanti Pahara Swapna

ପାହାନ୍ତି ପହର ସ୍ୱପ୍ନ ସତହୁଏ
ତୁମେ କହିଥିଲ
ସବୁକିଛି ଏବେ ବି ସ୍ପଷ୍ଟ
ମୋ ମାନସ ପଟ୍ଟରେ
ଏତେ ବର୍ଷ ଏତେ ମାସ ଏତେ ଦିନ
ଲିଭାଇ ପାରିନି ।

ପାହାନ୍ତି ପହର ସ୍ଵପ୍ନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପାହାନ୍ତି ପହର ସ୍ୱପ୍ନ ସତହୁଏ
ତୁମେ କହିଥିଲ
ସବୁକିଛି ଏବେ ବି ସ୍ପଷ୍ଟ
ମୋ ମାନସ ପଟ୍ଟରେ
ଏତେ ବର୍ଷ ଏତେ ମାସ ଏତେ ଦିନ
ଲିଭାଇ ପାରିନି ।

ମୋ ମାସୀମନ୍ତିନୀ ସ୍ଵାମୀ ସୋହାଗୀନି
ପାଦ ଜୁଡୁବୁଡୁ ନାଲି ଅଳତାରେ
ରୂପ ତାର ଝଲମଲ ରଙ୍ଗୀନ ଶାଢୀରେ
ହସ ହସ ମୁଖ ଆହା କି ସୁନ୍ଦର
ହାତରେ ହାତୀଏ ଚୁଡ଼ି ପାଦରେ ପାଉଁଜି
ରୁଣୁ ଝୁଣୁ ଶବ୍ଦ ଆହା କି ମଧୁର
ହାଣ୍ଡି ଭରା ପାହାଳ ରସଗୋଲା
ଘରଦ୍ୱାର ମୁଖରିତ ସଭିଏଁ ହରଷ ।

ହଠାତ ନିଦ ଭାଙ୍ଗିଯାଏ
ମୋ ଆଖି ଖୋଜିବୁଲେ
ଶଂକାଭରା ମନ
ମୋ ମା ମୋ ଆଖି ସାମ୍ନାରେ
ଶୁଭ୍ରବସ୍ତ୍ର ମଳିନ ମୁଖ
ଶୁନ୍ୟହାତ ଶୁନ୍ୟ ସୀମନ୍ତ
ପାହାନ୍ତି ପହର ସ୍ୱପ୍ନ ସତ ନୁହେଁ
ପୁରା ମିଥ୍ୟା ମୋ ପାଇଁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top