ପୁଣି କେବେ, କେମିତି
କେଉଁଠି ହେଉ ପଛେ
ମୁଁ ଆସିବି ପାଦ ଚିପି ଚିପି,
ତୁମେ ଏକାକୀ
ନିରୋଳା ମନେ
ମୋ ଅପେକ୍ଷାରେ
ଏକ ନିର୍ଜନ ସ୍ଥାନରେ ବସି ରହିଥିବ ।
ମୋ ହାଲ୍କା ଛୁଆଁରେ
ହଠାତ୍ ଚମକି ପଡି ପଚାରିବ
ତୁମେ ଆସିଛ ?
ମୁଁ ତୁମକୁ ଇସାରା କରିବି
କିଛି ନକହିବା ପାଇଁ,
ଇଙ୍ଗିତ କରିବି ତୁମକୁ
ମୋ ଦେହରେ ମିଶିଯିବା ପାଇଁ ।
ତୁମକୁ ମୁଁ ଛୁଇଁବି ଛୁଇଁ ଚାଲିଥିବି
ଆମେ ପୁଣି ଚାଲିବା ଆରମ୍ଭ କରିବା
ଏକ ସ୍ବର୍ଗୀୟ ପ୍ରେମର ଅନୁସନ୍ଧାନରେ ।
ପୁନର୍ବାର
ହଜିଯିବା ସେ କୁହୁଡି ଭିତରେ
କେହି ଆମକୁ ଦେଖିବା ଆଗରୁ ।
