କବିତା

ସ୍ମୃତି

Prasanta Kumar Nath's odia poem Smruti

ସେ ବଉଳ ଗଛ ସେ ପୋଖରୀ ମାଛ
ଡୁଡୁ ବାଗୁଡିର ଖେଳ
ଭାବିଲେ ସେକଥା ଆନନ୍ଦେ ନାଚଇ
ସେହି ସାଙ୍ଗସାଥୀ ମେଳ ।

ସ୍ମୃତି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେମିତି ଭୁଲିବି ସେହି ପିଲାଦିନ ସବୁ
ଆଜିବି ପଡୁଛି ମନେ
ସ୍କୁଲ୍ ବେଳର ସେ ମିଠା ମିଠା କଥା
ଦେଖୁଛି ରାତି ସପନେ ।

ପାଠ ପଢା ସିନା ସରିତ ଯାଇଛି
ତୁଟିନି ଆମ ବନ୍ଧନ
ସେମିତି ସମ୍ପର୍କ ଅତୁଟ ରହିଛି
ମିଶୁଛି ଆମରି ମନ ।

ବେଳେ ବେଳେ ଯେବେ ମନେ ପଡିଯାଏ
ସ୍କୁଲ୍ ବେଳର ସେକଥା
ନିରୋଳାରେ ମନ ପୁଣି ଖୋଜୁଥାଏ
ପିଲା ଦିନର ସେଗାଥା ।

ସେ ବଉଳ ଗଛ ସେ ପୋଖରୀ ମାଛ
ଡୁଡୁ ବାଗୁଡିର ଖେଳ
ଭାବିଲେ ସେକଥା ଆନନ୍ଦେ ନାଚଇ
ସେହି ସାଙ୍ଗସାଥୀ ମେଳ ।

କଣ୍ଟା ସିଜୁ ବାଡ ହୋମୱାର୍କ ମାଡ
ହିନ୍ଦି ପଢିବାର ଡର
ସତ୍ୟମ୍ ଶିବମ୍ ସୁନ୍ଦରମ୍ ବ୍ୟାଗେ
ବସ୍ତାନି ଥାଏ ପ୍ରଚୁର ।

ଗୁରୁଙ୍କ ଆଶିଷ କ୍ଲାସ୍ ରୁମ୍ ଶୋଷ
ଖେଳ ଛୁଟିର ସେ ମଜା
ସେହି ସବୁ ସିନା ସ୍ମୃତି ପାଲଟିଛି
ଉଡୁଛି ବିଜୟ ଧ୍ୱଜା ।

ବାହା ସାହା ହୋଇ ସଂସାର କରିଲେ
କରିଲେ ବଡ ଚାକିରୀ
ହେଲେବି ବନ୍ଧୁତା ରହିଛି ସେମିତି
ପାରୁନିତ ଭୁଲି ପାରି ।

ଆମ ସ୍କୁଲରେ  ସେ ମୁଖଶାଳାଟିକୁ
ଦେଖିଲେ ଲାଗୁଛି ଖୁସି
ସେହି ବାଟ ଦେଇ ଯାଉଥିଲେ ମୁହିଁ
ଯାଇଥାଏ ଟିକେ ବସି ।

ସବୁ ସ୍ମୃତି ଆଜି ରହିଛି ହୃଦୟେ
ପାରୁନାହିଁ ଜମା ଭୁଲି
ମନେ ପଡିଗଲେ ଲାଗୁଛି ଘଟିଛି
ସବୁ କିଛି ଗତ କାଲି ।

2 Comments

2 Comments

  1. ଶ୍ରୀ ବିନୟ ମହାପାତ୍ର

    ବିନୟ ମହାପାତ୍ର

    September 13, 2016 at 8:17 am

    କବିତା ଟି ବହୁତ ଭଲ ହୋଇଛି।

  2. Bijay Das

    September 7, 2016 at 5:34 pm

    piladinara sabu abhula smruti mane padigala. kabitati bahut mano mugdhokar hoichhi

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top