କବିତା

ବର୍ଷା ଛାଡି ଗଲା ପରେ

Binay Mohapatra's odia poem Barshaa Chadigalaa Pare

ସେତିକି ବେଳେ
ଦମକାଏ ହେମାଳ ପବନ
ଏ ମନକୁ ଚହଲାଇ ଦିଏ
ଛାତି ତଳେ କମ୍ପନ ଜଗାଏ
କାହାର ଉଷୁମ ପରଶ ପାଇଁ
ବାହୁନି ଉଠଇ ଏଇ ମୋର ମନ,
କାହିଁକି କେଜାଣି
ତମ କଥା ବେଶି ମନେ ପଡେ ।।

ବର୍ଷା ଛାଡି ଗଲା ପରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଯେତେ ବେଳେ ମେଘ ଛାଡିଯାଏ
ବର୍ଷାର ଛମା ଛମ ସୁର ଥମିଯାଏ
କ୍ଳାନ୍ତ ନାୟିକାର
ନୂପୁର ର ଛନ୍ଦ ପରି ।
ମଧୁ ଜଲସା ରେ
ତାନପୁରାର ତାର ଛିଣ୍ଡି ଯାଏ
ଆଉ ମେଘ ଡମ୍ବରୁ
ଦୁମୁକାଇ ଦିଏ ନାହିଁ ଛାତି ।।

ଭିଜା ଭିଜା ଏ ଶ୍ରାବଣ ର ସଂଧ୍ୟା
ଗଛର ପତ୍ରରୁ ଟପ୍ ଟାପ୍
ବର୍ଷାର ପାଣି ନିଗିଡି ପଡୁଛି,
ସତେ ଆବା ବୈଶାଖ ଦିପହର
ଧାର ଧାର ସ୍ଵେଦ, ବିନ୍ଦୁ ବିନ୍ଦୁ  ହୋଇ ।
ପାହାଡି ଝରଣା ଆଜି
କଳ କଳ ନାଦ କରି
ଶ୍ରାବଣର ପାଣି ସାଥେ
ମୋ ଅଗଣାରେ ବୋହୁଛି ।।

ସେତିକି ବେଳେ
ଦମକାଏ ହେମାଳ ପବନ
ଏ ମନକୁ ଚହଲାଇ ଦିଏ
ଛାତି ତଳେ କମ୍ପନ ଜଗାଏ
କାହାର ଉଷୁମ ପରଶ ପାଇଁ
ବାହୁନି ଉଠଇ ଏଇ ମୋର ମନ,
କାହିଁକି କେଜାଣି
ତମ କଥା ବେଶି ମନେ ପଡେ ।।

ମନେ ଭାବେ
ତୁମେ ଥାଆନ୍ତ କି
ପାଖେ ପାଖେ ମୋର
ଆଉଜାଇ ନିଅନ୍ତ ଟିକିଏ ।
ଆଉ ତମ ଉଷୁମ ପଣତେ
ପୋଛି ନିଅନ୍ତ
ଏ ହୃଦେୟ ଲାଗିଥିବା
ବିନ୍ଦୁ ବିନ୍ଦୁ ବରଷାର ଜଳ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top