୧
ତମ ଅବର୍ତ୍ତମାନରେ
ମୋ ଉଦାସ ଏକାକୀତ୍ୱ
ବିଳମ୍ବିତ ଅପରାହ୍ନର ଶଯ୍ୟା
ନିରବ ପୃଥିବୀ
ହେମାଳ ସନ୍ଧ୍ୟାର ପ୍ରାନ୍ତର
ବିଜନ ବାତାୟନ
ଅପେକ୍ଷାରେ ଜଡ ଶରୀରଟେ
ଶୁଷ୍କ ଆକାଶର ଜହ୍ନ
ତୁଳା ପରି ମେଞ୍ଚା ମେଞ୍ଚା
ଝରି ଝରି ପଡୁଥିବା ବାଲିଘର
ସମୁଦ୍ର ଘୁଞ୍ଚି ଯିବା ପରେ
ଶାମୁକାର ଖୋଳ ପରି
ମୋ ଉଦାସ ଏକାକୀତ୍ୱ
ତମ ଅବର୍ତ୍ତମାନରେ
୨
ତମେ ଯିବା ପରେ
ମୁଁ ବଞ୍ଚିଛି
ଶତକଡ଼ା ଶହେ ନୁହଁ
ଅନେଶ୍ୱତ
ଖୋଜୁଛି ମୁଁ
ହଜିଲା ମାଣିକ
ଏକା ଏକା
ଉଦାସ ମନରେ
ଶବ୍ଦରେ ଖୋଜୁଛି ତାର
ରୁପଭେକ
ପାଉନି ଏଯାଏ
