ଗଳ୍ପ

ଅପରାଧୀର ଚେହେରା

Gaurahari Das's odia story Aparadheera Cheheraa

ଦେଖି, ଦେଖି, ତୋ ମୁହଁଟା କ୍ରିମିନାଲ୍ ପରି ଦିଶୁଛି ନା ନାହିଁ । ଆବେ ତୁ’ଟା ଶକତ ମାଇଚିଆ ଭଳି ଦିଶୁଛୁ । କ’ଣ କରିକି ଆସିଛୁ ? ଆଁ, ରେପ୍ ନା ମର୍ଡର ।

ଅପରାଧୀର ଚେହେରା

: ହଇବେ, ଉଠ ! ଉଠୁଛୁ ନା, ଗୋଟାଏ ମୁଥରେ ତୋ ଥୋଡ଼ି ଛତୁ କରିଦେବି ।

. . . କେଶବ ଜେନା ହାତ ଉଠେଇ କହୁଥିଲା ।

ତା’ର ଏ ପର୍ଶୁରାମ ଅବତାର ଦେଖି ଗଲାକାଲି ସଞ୍ଜବେଳେ ଏ ଜେଲ୍‌କୁ  ଆସିଥିବା ଦୁର୍ବଳିଆ କଏଦୀ ନରି ଉଠିପଡ଼ିଥିଲା । ସେ ଜାଣି ପାରୁନଥିଲା ଯେ ତା’ର ଭୁଲ୍ କ’ଣ ? ସିଏ ତ ଖାଲି ଜାଗା ଟିକେ ଦେଖି ଶୋଇପଡ଼ିଥିଲା ।

କେଶବ ଜେନା କହିଲା, “ଏଇ ଜାଗାଟା ମୋର । ସେଇଟା ମୋର ବେଡ୍‌ରୁମ୍ ଆଉ ଏଇଟା ମୋର ଡ୍ରଇଂରୁମ୍ । ମୁଁ ଏଇଠି ସକାଳେ ବସେ । ତୁ ବେୱକୁଫ୍‌ ଏଠି ଆସି କେମିତି ଶୋଇ ପଡ଼ିଲୁ । ଠିକ୍ ଅଛି, ପ୍ରଥମ ଭୁଲ୍ ଯୋଗୁଁ ତୋତେ ମାଫ୍ କରିଦେଲି । ଆଉ ଥରେ ଯଦି ସେ ଭୁଲ୍ କରିଛୁ, ତୋର ହାଲତ୍ ଏମିତି କରିଦେବି ଯେ ଶଳା ହଗିମୂତି ପାରିବୁ ନାହିଁ । ବୁଝିଲୁ । ଉପରକୁ ବଡ଼ି-ଚେଚିସ୍ ଠିକ୍ ଦେଶୁଥିବ, ମାତ୍ର ଭିତର ଇଞ୍ଜିନ୍ ବିଲ୍‌କୁଲ୍ କଣ୍ଡମ୍ ।”

କେଶବ ଆଙ୍ଗୁଳି ଇସାରାରେ ତା’ କଥାର ଅର୍ଥ ବୁଝେଇଦେଲା ।

ନରି ଚଟାଣରୁ ଉଠି ପଡ଼ି ଜାକିଜୁକି ହୋଇ ବସିଥିଲା । ନିଜ କାନମୁଣ୍ଡା ଆଉଁସୁଥିଲା ।

କେଶବ କହିଲା, “ଦେଖି, ଦେଖି, ତୋ ମୁହଁଟା କ୍ରିମିନାଲ୍ ପରି ଦିଶୁଛି ନା ନାହିଁ । ଆବେ ତୁ’ଟା ଶକତ ମାଇଚିଆ ଭଳି ଦିଶୁଛୁ । କ’ଣ କରିକି ଆସିଛୁ ? ଆଁ, ରେପ୍ ନା ମର୍ଡର ।”

ନରି କିଛି କହିଲା ନାହିଁ ।

କେଶବ କହିଲା, “ଶୁଣ୍, କାଲି ଆମ ୟୁନିୟନ୍‌ର ଭୋଟ୍ ହେବ । ତୁ ଆମ ଗ୍ରୁପ୍‌କୁ  ଭୋଟ୍ ଦେବୁ । ବୁଝିଲୁ । ଚିନ୍ତା କରନା । ଆମେ ତୋର ଏଠିକାର ସବୁ କଥା ବୁଝିବା ।”

ନରି ତଥାପି ନିରବରେ ବସିଥିଲା ।

କେଶବ ତା’ ମୁଣ୍ଡକୁ ଗୋଟେ ସରୁ ଥୋପି ମାରି କହିଲା, “ହୁସିଆର୍ ଥିବୁ ବେ । ନହେଲେ ଏଠି ତୋତେ ଖୋଳ କରିଦେବେ ।”

ନରି ବଶମ୍ୱଦ ପରି ମୁଣ୍ଡ ଟୁଙ୍ଗାରିଲା ।

କେଶବ ଆମ୍ୱଗଛ ମୂଳକୁ ଗଲା ଓ ସେଠି ବସି ମନକୁ ମନ ହସିଲା । ଏମିତି ଡ୍ରାମା କରିବା ଏବେ ତା’ର ଅଭ୍ୟାସରେ ପଡ଼ିଗଲାଣି । ସେ ପକେଟ୍‌ରୁ  ଗୋଟେ ସିଗ୍‌ରେଟ୍ ବାହାର କରି ନିଆଁ ଲଗେଇଲା । ଜେଲ୍ ଭିତରକୁ ପାନ, ବିଡ଼ି, ଗୁଟ୍‌କା  ଓ ସିଗ୍‌ରେଟ୍ ଆସିବା ବନ୍ଦ । ସେଗୁଡ଼ା କିନ୍ତୁ କାଗଜ କଲମରେ । ଜେଲର୍‌ଙ୍କ ଅଫିସ୍‌ରେ କେଶବର ଖାସ୍ ଚେଲା ବନା ପିଅନଗିରି କରୁଛି । ତାକୁ କହିଦେଲେ ସିଏ ଏଗୁଡ଼ା ମଗେଇ ଦିଏ ।

କେଶବ ଆଜିକାଲି ଏ ଜେଲ୍ କଏଦୀ ସଂଗଠନର ସର୍ଦ୍ଦାର । ଜେଲ୍ ଭିତରେ ଯାହା କିଛି ଘଟେ, ସେସବୁ କେଶବକୁ ଜଣା । ସେମାନଙ୍କ ରୋଷେଇ ଲାଗି ଆସୁଥିବା ଡାଲି, ଚାଉଳ, ଅଟା, ପନିପରିବାର କୋଡ଼ିଏ ଭାଗ ବାହାରକୁ ଚାଲାଣ ହୋଇଯାଏ । ସେଥିରୁ ଜେଲର୍ ଭାଗ ପାଆନ୍ତି, କେଶବ ବି ପାଏ । ତେବେ ସବୁଯାକ କେଶବ ଖାଏ ନାହିଁ । ତା’ ଦଳର ସଭିଏଁ ଭାଗବାଣ୍ଟ କରି ନିଅନ୍ତି । ସେଥିରେ କେଶବ ନୂଆ ମୋବାଇଲ୍ ଫୋନ୍ କିଣେ, ଦାମୀ ମଦ, ସିଗ୍‌ରେଟ୍, ମ୍ୟୁଜିକ୍ ସିଡ଼ି ଓ ଅତର ମଗାଏ । ମାସର ପନ୍ଦରଦିନ ଶାଗୁଆତି ନହେଲେ ଚିକେନ୍ ଝୋଳ ହୁଏ । ଜେଲ୍‌ରୁ ଯେଉଁ ରୁଟିଗୁଡ଼ାକ ମିଳେ ସେଗୁଡ଼ାକୁ କେଶବ ଖାଏ ନାହିଁ । ତାକୁ ଶୁଖେଇ ରଖେ ଓ ସେସବୁ ଘଷି ପରି ଜାଳ ହୁଏ । ସେଇ ଜାଳରେ ତା’ ପାଇଁ ସ୍ପେଶାଲ୍ ଡିନର୍ ରୋଷେଇ ହୁଏ ।

କେଶବ ଭାବିଲା, ତାକୁ ଏଇ ଇଲେକ୍‌ସନ୍‌ଟା   ଜିଣିବାକୁ ପଡ଼ିବ । ଜଳପାତିଆ ବନମାଳୀ ଦାସ ଧର୍ମଶିକ୍ଷା ଦେବା ନାଁରେ ନିଜର ପ୍ରଚାର କରୁଛି । ଏକ ନମ୍ୱର ଭଣ୍ଡ । ରେପ୍ କେସ୍‌ରେ  ଗିରଫ୍ ହୋଇଛି ବନମାଳୀ, ଏଣେ ବ୍ରହ୍ମଚର୍ଯ୍ୟ ଉପରେ ଭାଷଣ ଦେଉଛି । କାଲିର ଭୋଟଟା ସରିଯାଉ, ସଞ୍ଜବେଳିଆ ପାଚେରୀ ପାଖକୁ ଡାକି ନେଇ ଭଲ କରି ପାନେ ଚଖେଇଦେବ ।

କେଶବ ଏବେ କଥା କଥାରେ ହାତ ଉଠାଏ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରେ । ବିନା କାରଣରେ ଚଦିଯାଏ ନୂଆ କଏଦୀଙ୍କ ଉପରକୁ । ଏଇ ସୂତ୍ରଟା ତାକୁ ଜଗନ ଦାସ ଶିଖେଇ ଯାଇଛି ।

ସିଏ ନଅବର୍ଷ ତଳର କଥା । କଟକରୁ ଚୌଦ୍ୱାର ଜେଲ୍‌କୁ  ଆସିଥିଲା କେଶବ । ଆସିଲାବେଳେ ଭାବିଥିଲା, ମଙ୍ଗରାଜ ସାହେବ ତାକୁ ଦଶ ପନ୍ଦର ଦିନରେ ଏବେ ମୁକୁଳେଇ ନେବେ । ସେଇଆ ବି କଥାବାର୍ତ୍ତା ହୋଇଥିଲା । ତିନି ମାସ ବିତିଯାଇଥିଲା ପଛକେ ସାହେବଙ୍କର ଦେଖା ନ ଥିଲା ।

ଏଇ କୋଠରୀରେ, ଏବେ ନରି ଯୋଉଠି ଶୋଇଛି, ସେଇ ଜାଗାରେ ସେଦିନ ଶୋଇଥିଲା କେଶବ । ତା’ ଆଖିକୁ ଟିକିଏ ଭାତ ନିଦ ଲାଗି ଆସୁଥିଲା । କିଏ ଗୋଟେ ଆସି ତା’ ପିଚାରେ ଗୋଇଠାଟିଏ ନାଦି ଦେଇଥିଲା ।

ସେ ଉଠିପଡ଼ି ଅନେଇବା ବେଳକୁ ଦାଢ଼ି ରଖିଥିବା ଲୋକଟେ ତାକୁ ଗୋଇଠା ମାରୁଥିଲା । ଲୋକଟାର ଆଖି ଲାଲ୍, ଲାଲ୍ ଦିଶୁଥିଲା ।

ସେଇ ଥିଲା ଜଗନ ଦାସ ।

ଜଗନ ଦାସ ତାକୁ ପଚାରୁଥିଲା, “ଆବେ, ତୁ କୁଆଡ଼େ ଆଇଏ ପଢ଼ିଥିଲୁ । ଶଳା କହିଲୁ, କ୍ରିମିନାଲ୍‌ଙ୍କ ଚେହେରା କେମିତି ଦିଶେ ? ଆବେ କହ ।”

କେଶବ ଥ’ ଥ’ ମ’ ମ’ ହୋଇଥିଲା । ଅପରାଧୀର ଚେହେରା କେମିତି ଦିଶେ ସିଏ ଜାଣି ନଥିଲା ।

ଜଗନ ଦାସ ଦେଇଥିଲା ଆଉ ଗୋଟାଏ ଗୋଇଠା ।

କେଶବ କହିଥିଲା, “ମୋତେ ମାରୁଛ କାହିଁକି ?”

ଜଗନ ଦାସ କହିଥିଲା, “ଆଉ କ’ଣ ତୋତେ ପୂଜା କରିବି ? ଶଳାର ସାହସ ଦେଖ । ମୋ ମୁହଁରେ ଜବାବ୍ ।”

ବାସ୍, ତା’ପରେ ଜଗନ କାଳିସୀ ପରି ନାଚିଥିଲା । ତାକୁ ପଦୁଟେ ପ୍ରଶ୍ନ ପଚାରି ଦେଇ କେଶବ ଗୋଟେ ଗୁରୁତର ଅପରାଧ କରିଥିଲା । ଜଗନ ତା’ ସାଙ୍ଗ ହାତରୁ ଗଞ୍ଜେଇ ଚିଲମ୍ ନେଇ ସେଥିରେ ଲମ୍ୱା ଦମ୍‌ଟିଏ ଦେଇଥିଲା ଓ ତତଲା ଚିଲମ୍‌ଟାକୁ କେଶବର ବାଁ ଗାଲ ଉପରେ ମାଡ଼ି ଦେଇଥିଲା । ହୋ’-ହୋ’ ହସି ହସି କହିଥିଲା, “ଏବେ ଶଳା ତୁ କ୍ରିମିନାଲ୍ ପରି ଦିଶିବୁ ।”

ବହୁତ ଦିନ ହୋଇଗଲାଣି । ତଥାପି ଚିହ୍ନଟା ଅଛି । କେଶବ ତା’ ଗାଲକୁ ଆଉଁସିଲା ।

ପୁଣି ମନକୁ ମନ ଜଗନ ଦାସ ପଚାରିଥିବା ପ୍ରଶ୍ନଟାକୁ ଦୋହରାଇଲା ।

କ୍ରିମିନାଲ୍ ଗୁଡ଼ାକ କେମିତି ଦିଶନ୍ତି ?

କାଠୁଆ, ପଥୁରିଆ, ଟାଆଁସିଆ, ରୁଢ଼ଭର୍ତ୍ତି, ଆଖିପତା ତଳେ କି ଉପରେ ଦି’ଚାରିଟି କଟା ଦାଗ ଥିବ, ମୁଣ୍ଡର ବାଳଗୁଡ଼ାକ ଲମ୍ୱା ହୋଇଥିବ ନହେଲେ ସମ୍ପୂର୍ଣ୍ଣ ଲଣ୍ଡା, କପାଳରେ ଲମ୍ୱା ସିନ୍ଦୂର କଲି, କାନରେ ଓହଳିଥିବ ଦିଇଟା ନୋଳି, ହାତରେ ମୋଟା ଲୁହାବଳା, ଏମିତି ।

ସେ ପିନ୍ଧିଥିବା କଳାରଙ୍ଗର ଲୋଚାକୋଚା ବ୍ୟାନିୟନ୍ କି ଟି-ସାର୍ଟ, ଗଳାରେ ବଡ଼ ସୁନାଚେନ୍‌ଟେ  ପିନ୍ଧିଥିବ, ଦେହହାତ ଲୋମଶ ଏବଂ ରୁକ୍ଷ । ତା’ର ଆଖି ଦିଇଟି ମୂଷାର ଆଖି ପରି ଅନବରତ ଏପଟ ସେପଟ ହେଉଥିବ ।

ହୁଏତ ସେଦିନ ସେ ଏଇଆ କହିଥାଆନ୍ତା ।

କାହିଁକି ନା ସେ ଏହା ଆଗରୁ ସିନେମା କି ଟେଲିଭିଜନ୍‌ରେ  ଯେତେ ଥର ଅପରାଧୀଙ୍କୁ ଦେଖିଥିଲା ସମସ୍ତଙ୍କ ଚେହେରା ଏହିପରି । ସେମାନେ ବେଶି କଥା କହନ୍ତି ନାହିଁ, ହସନ୍ତି ନାହିଁ ବିଲ୍‌କୁଲ୍ ଏବଂ ବିନା କୌଣସି କାରଣରେ ହଠାତ୍ ନିଆଁ ଧାସ ପରି ଉପରକୁ ଡେଇଁ ପଡ଼ନ୍ତି । ସେମାନଙ୍କ ପାଖରେ ସବୁବେଳେ ଥାଏ ଛୁରି, ଭୁଜାଲି ନହେଲେ ପିସ୍ତଲ ।

ତା’ଛଡ଼ା ପିଲାଦିନେ ତା’ ସ୍କୁଲ୍‌ର  ସାହିତ୍ୟ ଶିକ୍ଷକ ପ୍ରାର୍ଥନା ସଭାରେ ତାକୁ ଏମିତି ଗୋଟେ ଗପ କହିଥିଲେ । ସେ ଗପରେ ଥିଲା ଗୋଟେ ଦେବଶିଶୁ ଚେହେରାର କିଶୋର, ଯିଏ ସମୟଚକ୍ରରେ ସଇତାନ ପାଲଟି ଯାଇଥିଲା, ଏବଂ ସେ ସଇତାନ୍‌ର  ଚେହେରା ଥିଲା ଭୟଙ୍କର । କେଶବକୁ ଗିରଫ୍ କରିଥିବା ପୁଲିସ୍ ଏସ୍.ଆଇ.ର ବି ସେହିପରି ଧାରଣା ଥିଲା । ସେଇଥିପାଇଁ ସେ ହାତକଡ଼ି ପକେଇଲା ବେଳେ କହିଥିଲା, “ଲୋକଟା ତ କ୍ରିମିନାଲ୍ ପରି ଦିଶୁନାହିଁ ।”

କିନ୍ତୁ ଜଗନ୍ ଦାସ ଏସବୁ କହିବା ଲାଗି ତାକୁ ସମୟ ଦେଇ ନଥିଲା । ତାକୁ ଘୋଷାଡ଼ି ନେଇଥିଲା, ଛେଳି କି କୁକୁଡ଼ା ପରି ଏବଂ ତା’ ଗାଲରେ ଗେଞ୍ଜଇ ଚିଲମ୍‌ର  ଚେଙ୍କା ଦେଇ କହିଥିଲା, “ଏବେ ତୁ କ୍ରିମିନାଲ୍ ପରି ଦିଶିବୁ ।”

ସେଇ ଜଗନ ଦାସ ତା’ ଉପରେ ଜୁଲୁମ କରୁଥିଲା ରାତି ରାତି । ତାକୁ କ୍ରୀତଦାସ ପରି ବ୍ୟବହାର କରୁଥିଲା । ଦିନେ କେଶବ ଏକଥା ଜେଲରଙ୍କୁ ଲେଖି ଜଣେଇଥିଲା । ମାତ୍ର ତା’ର ଫଳ ଏଇଆ ହେଲା ଯେ, ଦି’ଦିନ ଦି’ରାତି ଜଗନ ତାକୁ ପୁରୁଷ ବେଶ୍ୟା ପରି ବ୍ୟବହାର କଲା ।

ସେସବୁ ଅନେକ ଦିନ ତଳର କଥା ।

ସେଇ ଜଗନ ପୁଣି ଏଠୁ ଗଲାବେଳକୁ ଭୁଲ୍ ମାଗିଥିଲା । କହିଥିଲା, “ତୋତେ ଚିହ୍ନିବାରେ ଭୁଲ୍ ହୋଇଗଲା ।”

କେଶବ ତା ସିଗ୍‌ରେଟ୍‌  ଆଉ ଗୋଟେ ସୁଡୁକା ଦେଲା । ଆମ୍ୱଗଛର ଶାଖାକୁ ଚାହିଁଲା । ନା ଏଥର ବି ବଉଳ ଆସିନାହିଁ ଏ ଗଛକୁ । ପତ୍ରଗୁଡ଼ାକ ପାଉଁଶିଆ ଦିଶୁଛି । ମୂଳରେ ତ ପାଣି ଢଳାଯାଉଛି, ଗଛ ବଉଳୁ ନାହିଁ କାହିଁକି ?

କେଶବ ଭାବିଲା, ଏ ଜେଲ୍‌ର  ଗଛଲଟାଗୁଡ଼ାକ ମଣିଷଙ୍କଠାରୁ ଭାଗ୍ୟବାନ୍ । ସେମାନଙ୍କୁ ପାଣି-ସାର ମିଳେ, ସେବାଯତ୍ନ ମିଳେ, ମାତ୍ର ମଣିଷକୁ ମିଳେନା ପେଟପୁରା ଖାଦ୍ୟ ନା ଟିକେ ସ୍ନେହ ଆଦର । ବାଟମାରଣା ହେଲା ପେର ଯାହା କିଛି ଆସେ ତା’ ଭିତରୁ ସେ ଓ ତା’ପରି ସରକାରମାନେ ପୁଳାଏ ମାରି ନିଅନ୍ତି । ଅଥଚ କେହି କିଛି ପ୍ରତିବାଦ କରନ୍ତି ନାହିଁ ।

ସିଏ ବି ପ୍ରତିବାଦ କରୁ ନଥିଲା ।

ସିଏ ଭାବୁଥିଲା, ଖୁବ୍ ଶୀଘ୍ର ଏଠୁ ସେ ଚାଲିଯିବ । ତା’ ବାବୁ ଆସି ତାକୁ ମୁକୁଳେଇ ନେବେ ।

ମାତ୍ର ବାବୁ ଆସିଲେ ନାହିଁ । ଆସିଲା ଖବର । ହତ୍ୟାଉଦ୍ୟମ ଅଭିଯୋଗରେ କେଶବ ଜେନାକୁ ଦଶବର୍ଷର ସଶ୍ରମ ଜେଲ୍ ଦଣ୍ଡ । ସେଇଦିନ ସେ ପ୍ରଥମକରି ହାତ ଉଠେଇଥିଲା ଗୋଟାଏ କଏଦୀ ଉପରକୁ ।

ଏକୋଇଶ ବର୍ଷର କେଶବ ପୁଲିସ୍ ଡିଏସ୍‌ପି  ମଙ୍ଗରାଜ ସାହେବଙ୍କ ଘରେ ମାଳୀ କାମ କରୁଥିଲା । ମଙ୍ଗରାଜ ସାହେବ କହିଥିଲେ, ତାକୁ ସେ ବର୍ଷକ ଭିତରେ କନେଷ୍ଟବଳ ଚାକିରୀରେ ଭର୍ତ୍ତି କରିଦେବେ । ସେଥିରେ ଭଲ ଦରମା, ଉପୁରି ବି ଅଛି । କେଶବ ବର୍ଷ ପାଞ୍ଚ ସାତଟାରେ ମଣିଷ ହୋଇଯିବ । କିନ୍ତୁ ତା’ ଆଗରୁ କିଛି ମାସ ତାଙ୍କ ଘରେ ମାଳୀ କାମ କରିବାକୁ ପଡ଼ିବ ।

କେଶବ ପାଇଁ ଏହାଠାରୁ ବଳି ଖୁସି ଖବର ଆଉ କିଛି ହେଇପାରିନଥାନ୍ତା ।

ଛଅମାସ କାଳ ବିନା ଦରମାରେ କେଶବ ମାଳୀ କାମ କରିଥିଲା । ଡିଏସ୍‌ପି  କହୁଥିଲେ, ଆଉ କିଛି ମାସ ପରେ ସେ ହେଇଯିବ କନେଷ୍ଟବଳ । ଏସବୁ ଶୁଣିଲାବେଳେ କେଶବ ଖୁସି ହୁଏ । ତା’ ଲୁଙ୍ଗି ଗଞ୍ଜି ପିନ୍ଧା ଚେହେରା ଉପରେ ପୁଲିସ୍ ପୋଷାକଟି ଘୋଡ଼େଇ ଦେଇ ମନକୁ ମନ ଭାବେ, କନେଷ୍ଟବଳ ହେଲେ ସେ କେମିତି ଦିଶିବ । ସ୍ଥିର କଲେ, ନୂଆ ପୋଷାକ ପିନ୍ଧିଲା ପରେ ସେ ପ୍ରଥମେ ତା’ ଗାଁକୁ ଯିବ । ତା’ ମାଆକୁ ଓ ସାଙ୍ଗମାନଙ୍କୁ ଦେଖାଇବ ଏବଂ ଦେଖାଇବ ମାଳତୀକୁ । ପଚାରିବ- “ଦେଖ୍, ମୁଁ କେମିତି ଦିଶୁଛି ?”

ମାଳତୀ ମଧ୍ୟ ଖୁସିରେ ନାଚିଯିବ । ତା’ ବାପା ଆଉ ବାହାଘର ପାଇଁ ମନା କରିପାରିବ ନାହିଁ ।

ନିଆଁଚେଙ୍କ ବାଜି ଆଙ୍ଗୁଳିଟା ପୋଡ଼ି ଉଠିଲା । କେଶବ ସିଗ୍‌ରେଟ୍‌ଟାକୁ ତଳକୁ ପକେଇଦେଲା । ଆଙ୍ଗୁଳିକୁ ଓଠ ପାଖକୁ ନେଇ ଫୁଙ୍କିଦେଲା ।

ତା’ପରେ

ଲୋକପ୍ରିୟ ଲେଖା

To Top