ରଘୁପତି ରାଘୱ ରାଜା ରାମ
ପତିତ ପାୱନ ସୀତାରାମ,
ସୁନ୍ଦର ବିଗ୍ରହ ମେଘାଶ୍ୟାମ,
ଗଙ୍ଗା ତୁଲସୀ ଶାଲିଗ୍ରାମ,
ଭଦ୍ର ଗିରୀଶ୍ଵର ସୀତାରାମ,
ଭଗତ ଜନପ୍ରିୟ ସୀତାରାମ,
ପଣ୍ଡିତ ଶ୍ରୀ ଲକ୍ଷ୍ମଣ ଆଚାର୍ଯ୍ୟଙ୍କ ଏହା ହେଉଛି ମୂଳ ରଚନା, କିନ୍ତୁ ଏହାକୁ ନିମ୍ନ ଗୀତ କୁ ପରିବର୍ତ୍ତନ କରାଯାଇଥିଲା
ରଘୁପତି ରାଘୱ ରାଜା ରାମ
ପତିତ ପାୱନ ସୀତାରାମ,
ଈଶ୍ୱର ଆଲ୍ହା ତେରୋ ନାମ ,
ସବକୋ ସମ୍ମତି ଦେ ଭଗୱାନ,
ରାମ ରହିମ କରିମ ସମାନ
ହମ ସବ ହେଁ ଉନକି ସନ୍ତାନ
ପରିବର୍ତ୍ତନ, ଆଜ୍ଞା ହଁ, ଆପଣ ମାନେ ଠିକ ଅନୁମାନ କରିଛନ୍ତି, ସେ ହେଲେ ଆମର ପ୍ରିୟ ମହାତ୍ମା ଗାନ୍ଧୀ ।
ନୋଆଖାଲି ନରସଂହାର ସମୟରେ ଯାତ୍ରା କରୁଥିବା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ନାବାଳିକା ନାତୁଣୀ (ଦୂର ସମ୍ପର୍କୀୟ ଜ୍ଞାତି, କୁଟୁମ୍ବ, ହେଲେ ଗାନ୍ଧିଜୀ ନିଜେ ତାଙ୍କୁ ନାତୁଣୀ ପରି ଦେଖୁଥିଲେ ଏବଂ ପରିଚୟ ମଧ୍ୟ ଦେଇଥିଲେ, ଏ ହେଉଛନ୍ତି ସେଇ ଝିଅମାନଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ବାଧ୍ୟ କରା ଯାଉଥିଲା ଗାନ୍ଧୀଙ୍କ ସହ ଶୋଇବା ପାଇଁ) ଗାନ୍ଧୀଙ୍କୁ କହିଥିଲେ ଯେ ସେ ତାଙ୍କ ଘଷା ପଥର (pumice stone) କୁ କେଉଁଠି ହଜାଇ ଦେଇଛନ୍ତି । ଏଥିରେ ରାଗିଯାଇ ଗାନ୍ଧୀ ତାଙ୍କ ପୂର୍ବବର୍ତ୍ତୀ ରହଣି ସ୍ଥାନକୁ ଯାଇ ଖୋଜିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୟଭୀତ ୧୬ ବର୍ଷର ମନୁଙ୍କୁ ୩୦ ମାଇଲ ଚାଲି ଚାଲି ଯିବାକୁ ପଡିଥିଲା ସେ ପଥର ପାଇଁ । ପଥର ସଂଗ୍ରହ କରି ସେ ଗାନ୍ଧୀଙ୍କ ଆଗକୁ ପଥର ପକାଇ ସେ କହିଥିଲେ “ନିଅ ଆପଣଙ୍କ ପଥର” ଏବଂ ଗାନ୍ଧୀ ତାଙ୍କୁ କହିଥିଲେ ଯେ “ଯଦି କେହି ଦଙ୍ଗାକାରୀ ହାବୁଡ଼ରେ ତମେ ପଡ଼ିଥାନ୍ତ ଆଉ ସେ ତୁମକୁ ଆକ୍ରମଣ କରି ମାରିଦେଇଥାନ୍ତା ତେବେ ମୋ ହୃଦୟ ଆନନ୍ଦରେ ନାଚିଉଠିଥାନ୍ତା, କିନ୍ତୁ ମତେ ଭଲ ଲାଗି ନ ଥାନ୍ତା ଯଦି ତମେ ଭୟଭୀତ ହୋଇ ପଳାଇ ଆସିଥାଆନ୍ତ…” ।
ଏହି ଘଟଣା ଗାନ୍ଧୀଙ୍କ ନିଜ ନାତି ରାଜମୋହନ ଗାନ୍ଧୀ ତାଙ୍କ ପୁସ୍ତକ Gandhi: The Man, His People, and the Empire ରେ ଉଲ୍ଲେଖ କରିଛନ୍ତି ।
ହେଲେ, କଥା ଖାଲି ଏତିକି ନୁହେଁ
ଗାନ୍ଧୀ ନିଜ ବ୍ରହ୍ମାଚାର୍ଯ୍ୟ ପରୀକ୍ଷା କରିବା ପାଇଁ ଏକାଧିକ ଯୁବତୀଙ୍କୁ ତାଙ୍କ ସହ ଶୋଇବାକୁ ବାଧ୍ୟ କରାଇଥିଲେ । “ମୋର ଅନୁରୋଧରେ ସମସ୍ତ ମହିଳା ଅନିଚ୍ଛା ପ୍ରକଟ କରିଥିଲେ”, ପରେ ଗାନ୍ଧୀ ସ୍ୱୀକାର କରିଥିଲେ । ତାଙ୍କର ଅନେକ ଶିଷ୍ୟ ଘୃଣାରେ ଆଶ୍ରମ ଛାଡି ଦେଇ ଚାଲିଯାଇଥିଲେ ।
ସର୍ଦ୍ଦାର ପଟେଲ ଏହାକୁ ଏକ ମସ୍ତ ବଡ଼ ଭୁଲ୍ ବୋଲି କହିଥିଲେ, କିନ୍ତୁ ଗାନ୍ଧୀ ତାଙ୍କର ଏହି ଜଙ୍ଗଲୀ ପରୀକ୍ଷଣ ଜାରି ରଖିଥିଲେ।
ହେଲେ, କଥା ଖାଲି ଏତିକି ନୁହେଁ
ଗାନ୍ଧୀଙ୍କ ପତ୍ନୀ କସ୍ତୁରବା ନିମୋନିଆରେ ପୀଡିତ ହୋଇ ଅତ୍ୟଧିକ ଯନ୍ତ୍ରଣା ଭୋଗୁଥିଲେ । ବ୍ରିଟିଶ ଡାକ୍ତରମାନେ ତାଙ୍କୁ ପେନିସିଲିନ୍, ଚମତ୍କାରୀ ଔଷଧ ଯାହା ସେ ସମୟରେ ହଜାର ହଜାର ଲୋକଙ୍କୁ ରକ୍ଷା କରିଥିଲା ଦେବାକୁ ଚାହୁଁଥିଲେ, କିନ୍ତୁ ଗାନ୍ଧୀ ଏହାକୁ ବାରଣ କରିଥିଲେ । ପ୍ରାର୍ଥନା ତାଙ୍କୁ ଭଲ କରିବ ବୋଲି ସେ କହିଥିଲେ ।
ପରଦିନ କସ୍ତୁରବା ମରିଗଲା ପରେ ସେ କହିଥିଲେ “ମୁଁ ଅତ୍ୟଧିକ ଖୁସି” । ଏବଂ ସେହି ଗାନ୍ଧୀ ମ୍ୟାଲେରିଆରେ ପୀଡିତ ଥିବାବେଳେ ନିଜକୁ କୁଇନାଇନ୍ ଦେବାକୁ ଡାକ୍ତରମାନଙ୍କୁ ଅନୁମତି ଦେଇଥିଲେ ।
ହେଲେ, କଥା ଖାଲି ଏତିକି ନୁହେଁ
ଗାନ୍ଧୀ ଜଣେ ଜାତିଆଣ ଧର୍ମବାଦୀ ଥିଲେ। ସେ କହିଥିଲେ ଗୋରା ମାନେ ମୁଖ୍ୟ ଜାତି ହେବା ଉଚିତ୍। ସେ କହିଥିଲେ କଳାମାନେ ଅସୁବିଧାଜନକ, ଅତ୍ୟଧିକ ମଇଳା ଏବଂ ପଶୁ ପରି ଜୀବନଯାପନ କରନ୍ତି।
ଭାରତୀୟଙ୍କ ସହ କଳା ଲୋକଙ୍କ ମିଶ୍ରଣକୁ ଅନୁମତି ନଦେବାକୁ ସେ ଗୋରାଙ୍କୁ ଲେଖିଥିଲେ । ଆମକୁ ଏତେ ନିଚ୍ଚ ସ୍ତର ଲୋକଙ୍କ ସହ ନ ମିଶାଅ, ଯାହାର ବୃତ୍ତି ଶିକାର କରିବା ଏବଂ ମହାତ୍ୱାକାଂକ୍ଷା ହେଉଛି ପତ୍ନୀ କିଣିବା ପାଇଁ ଗୋରୁ ସଂଗ୍ରହ କରିବା, ଆଳସ୍ୟ ଏବଂ ଉଲଗ୍ନ ଅବସ୍ଥାରେ ଜୀବନ ବିତାଇବା । ଆମ ପିଲାମାନଙ୍କୁ କଳା ଏବଂ ବାହ୍ୟ ଅନ୍ଧକାରର ପିଲାମାନଙ୍କ ସହିତ ସମାନ ଭାବରେ କାହିଁକି ବ୍ୟବହାର କରାଯାଏ ? ସେ ପଚାରିଥିଲେ ?
ହେଲେ, କଥା ଖାଲି ଏତିକି ନୁହେଁ
ଗାନ୍ଧୀ ଦାବି କରିଥିଲେ ଯେ ୧୯୩୪ ମସିହାରେ ବିହାରରେ ହୋଇଥିବା ଭୟଙ୍କର ଭୂକମ୍ପରେ ହଜାର ହଜାର ଛୋଟ ଶିଶୁଙ୍କର ମୃତ୍ୟୁ ହୋଇଥିଲା ତାହା ଥିଲା ଈଶ୍ୱରଙ୍କ ଦଣ୍ଡାଦେଶ । ସତରେ କଣ ଛୋଟ ଶିଶୁମାନଙ୍କୁ ଭଗବାନ ଦଣ୍ଡିତ କଲେ ।
ହେଲେ, କଥା ଖାଲି ଏତିକି ନୁହେଁ
ବ୍ରିଟେନ ଯୁଦ୍ଧ ଏବଂ ନାଜି ଆକ୍ରମଣର ଦିନମାନଙ୍କରେ ଗାନ୍ଧୀ ବ୍ରିଟିଶମାନଙ୍କୁ ଅସ୍ତ୍ରଶସ୍ତ୍ର ବିନା ନାଜି ମାନଙ୍କ ସହ ଲଢ଼ିବାକୁ ନିବେଦନ କରିଥିଲେ ଏବଂ ହିଟଲରଙ୍କୁ ସେମାନଙ୍କ ଦ୍ୱୀପ ଦଖଲ କରିବାକୁ ନିମନ୍ତ୍ରଣ କରିବାକୁ କରିଥିଲେ। ଏବଂ ଯଦି ସେ ମନା କରନ୍ତି, ତେବେ ନିଜକୁ, ପୁରୁଷ, ସ୍ତ୍ରୀ ଏବଂ ଶିଶୁଙ୍କୁ ହତ୍ୟା କରିବାକୁ ଅନୁମତି ଦେବାକୁ ପରାମର୍ଶ ଦେଇଥିଲେ ।
ହେଲେ, କଥା ଖାଲି ଏତିକି ନୁହେଁ
ନରସଂହାରର ସମ୍ମୁଖୀନ ହେବାପରେ ଇହୁଦୀମାନଙ୍କୁ ପ୍ରାର୍ଥନା କରି ହିଟଲରଙ୍କୁ ନିରସ୍ତ୍ର କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଇହୁଦୀମାନେ ନିଜକୁ କଂସେଇର ଛୁରୀରେ ସମର୍ପି ଦେବା ଅଥବା ଉଚ୍ଚ ପଥର ଉପରୁ ସମୁଦ୍ରକୁ ଡେଇଁ ପଡିବା ଉଚିତ ।
ହେଲେ, କଥା ଖାଲି ଏତିକି ନୁହେଁ
ଗାନ୍ଧୀ ଜଣେ କୁତ୍ସିତ ଜାତିବାଦୀ ଥିଲେ, ଯେଉଁମାନେ ନିମ୍ନ ଜାତି ସେମାନଙ୍କ ବୃତ୍ତିରେ ଜଡିତ ରହିବାକୁ ଦାବି କରିଥିଲେ। ବିଶ୍ୱାସଘାତକତା ଏବଂ ପ୍ରତାରଣା ଗାନ୍ଧୀଙ୍କ ଅସ୍ତ୍ର ବୋଲି ଆମ୍ବେଦକର କହିଥିଲେ ।
ହେଲେ, କଥା ଖାଲି ଏତିକି ନୁହେଁ
ଗାନ୍ଧୀ ଚାହୁଁଥିଲେ ଯେ ହିନ୍ଦୁମାନେ ସାମୁହିକ ଭାବେ ମରନ୍ତୁ । ଦେଶ ବିଭାଜନ ପୂର୍ବର ହିଂସାରେ ପ୍ରଭାବିତ ଲୋକଙ୍କୁ ତାଙ୍କ ସନ୍ଦେଶ ଥିଲା ଯେ “ମୁସଲମାନମାନଙ୍କ ବିରୁଦ୍ଧରେ ହିନ୍ଦୁମାନେ ସେମାନଙ୍କ ହୃଦୟରେ କ୍ରୋଧ ରଖିବା ଉଚିତ୍ ନୁହେଁ, ଯଦିଓ ମୁସଲମାନ ମାନେ ହିନ୍ଦୁ ମାନଙ୍କୁ ବିନାଶ କରିବାକୁ ଚାହୁଁଛନ୍ତି । ମୁସଲମାନମାନେ ଆମ ସମସ୍ତଙ୍କୁ ମାରିବାକୁ ଚାହାଁନ୍ତି, ତଥାପି ଆମେ ସାହସର ସହିତ ମୃତ୍ୟୁର ସମ୍ମୁଖୀନ ହେବା ଉଚିତ୍ । ଏବଂ ଯଦି ସେମାନେ ହିନ୍ଦୁମାନଙ୍କୁ ହତ୍ୟା କରିବା ପରେ ସେମାନଙ୍କର ନିୟମ ପ୍ରତିଷ୍ଠା କରନ୍ତି, ତେବେ ଆମେ ଏକ ନୂତନ ଦୁନିଆରେ ଯୋଗଦେବା” ।
ପେନିସିଲିନ୍କୁ ଅସ୍ୱୀକାର କରି ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ, ନାବାଳିକା ନାତୁଣୀମାନଙ୍କୁ ନିଜ ସହ ଉଲଗ୍ନ ଶୋଇବାକୁ ବାଧ୍ୟ କରିଥିଲେ, ଜାତିଆଣବାଦୀ, ମୋପ୍ଲା ହତ୍ୟାକାଣ୍ଡକୁ ଯଥାର୍ଥ ବୋଲି କହିଥିଲେ, ବୋଷ ଏବଂ ପଟେଲଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ, ହିନ୍ଦୁମାନଙ୍କୁ ବହୁସଂଖ୍ୟାରେ ମରିବାକୁ ଅନୁରୋଧ କରିଥିଲେ । ଆପଣ ତଥାପି ଗାନ୍ଧୀ ଜୟନ୍ତୀ ପାଳନ କରିବାକୁ ଚାହୁଁଛନ୍ତି କି?
ଆସନ୍ତୁ ନା, ମୁଁ ଆପଣଙ୍କୁ ସ୍ୱାଗତ କରୁଛି …

Asutosh Sahu
October 27, 2024 at 12:08 pm
Bhala lekhichanti. Lokamane aei satya janiba darkar. Thank you.