ଅନୁବାଦ ସାହିତ୍ୟ

ବନ୍ଦୀକାଳରେ ନାଥୁରାମଙ୍କ ପତ୍ର ବ୍ୟବହାର

Nathuramanka Apil an odia translated version of Nathuram Vinayak Godse's book Maine Gandhi Vadh Kyon Kiya by Ritika Pattnaik

ଦୟା ନାମରେ ଉଦ୍ଧଣ୍ଡ କାର୍ଯ୍ୟର ପ୍ରୋତ୍ସାହନ, ପାକିସ୍ତାନରେ ହେଉଥିବା ଅତ୍ୟାଚାର ଏବଂ ହିନ୍ଦୁ ପ୍ରାନ୍ତର କିଛି ସ୍ଥାନରେ ହେଉଥିବା ପ୍ରତିକ୍ରିୟା ଯୋଗୁଁ ମୁସଲମାନଙ୍କ ଉପରେ ହୋଇଥିବା କ୍ରୁରତା ଏବଂ ଗାନ୍ଧୀଜୀଙ୍କ ହଠ ହିଁ ମୋର ଚରମ କାର୍ଯ୍ୟର କାରଣ ଅଟେ ।

ନାଥୁରାମ ଏବଂ ଗାନ୍ଧୀଜୀଙ୍କ ପୁତ୍ର ରାମଦାସ ଗାନ୍ଧୀଙ୍କ ମଧ୍ୟେ ପତ୍ର ବ୍ୟବହାର

୧୯୪୯, ମେ-ଜୁନରେ ସିମଲାର ଉଚ୍ଚ ନ୍ୟାୟଳୟରେ ଅଭିଯୋଗର ପୁର୍ନବିଚାରର ଆବେଦନର ଶୁଣାଣି ଚାଲିଥିଲା । ଅମ୍ମାଲା କାରାଗାରରୁ ନାଥୁରାମଙ୍କୁ ସିମଲାକୁ ଅଣାଯାଇଥିଲା । ଦିନେ ଜେଲର ତାଙ୍କୁ ଏକ ପତ୍ର ଦେଲେ । ପତ୍ର ଖୋଲିବା ଅଧିକାରୀଙ୍କ ଦାୟିତ୍ୱ ଥିଲା । ଏତଦ୍‌ବ୍ୟତିତ ଜିଜ୍ଞାସା ପୂର୍ତ୍ତିର ଅନ୍ୟ ବିକଳ୍ପ ନଥିଲା ।

ପତ୍ରଟି ରାମଦାସ ଗାନ୍ଧୀଙ୍କର ଥିଲା । ନାଗପୁରରୁ ପ୍ରେରିତ ହୋଇଥିଲା,୧୭/୦୫/୧୯୪୯ରେ । ‘ପ୍ରିୟ ରାମଦାସ ନାଥୁରାମ ଗଡ଼ସେ’ ଏହି ସମ୍ବୋଧନ ସହିତ ଶ୍ରୀ ରାମଦାସ ସର୍ବପ୍ରଥମ ନିଜ ପରିଚୟ ଦେଇଥିଲେ । ‘ଯାହାଙ୍କର ହତ୍ୟା ପଶ୍ଚାତ୍ ଆପଣଙ୍କୁ ବିଲକ୍ଷଣ ଅଭିମାନ ବା ଗର୍ବ ଅନୁଭୂତ ହେଉଥିବ ମୁଁ ତାଙ୍କରି ପୁତ୍ର’ (The writer of this letter is the son of one you seem to take pride in having assassinated.)

ପତ୍ର ଭାବପୂର୍ଣ୍ଣ ଥିଲା । ଆତ୍ମୀୟତାରେ ପରିପୂର୍ଣ୍ଣ । କିଞ୍ଜିତ୍ ବିଷୟାନ୍ତର କରି ମଧ୍ୟ ଏହି ପତ୍ରର ମର୍ମ ମୁଁ ଏଠାରେ ଉପସ୍ଥାପିତ କରିବାକୁ ଚାହେଁ । ପତ୍ରର ଭାବାନୁବାଦ ଏହି ପ୍ରକାର – ‘ମୋ ପିତାଜୀ ମରଣଶୀଳ ଶରୀରର ଆପଣ ଅନ୍ତ କରିଛନ୍ତି । ଆଉ କିଛି ନୁହେଁ । ଏହାର ଉପଲବଧି ଆପଣଙ୍କୁ ଦିନେ ହେବ ଏପରି ମୋର ବିଶ୍ୱାସ । କାରଣ କେବଳ ମୋ ଉପରେ ନୁହେଁ ବରଂ ସଂପୂର୍ଣ୍ଣ ସଂସାରର ଲକ୍ଷ ଲକ୍ଷ ଜନତାଙ୍କ ହୃଦୟରେ ମୋ ପିତାଙ୍କ ତତ୍ତ୍ୱ ବିଚାରଆଦି ଆଜି ବି ବିଦ୍ୟମାନ । ସଂପୂର୍ଣ୍ଣ ସଂସାରର ଲୋକେ, ରାଷ୍ଟ୍ର, ମୋ ପିତାଜୀଙ୍କୁ ଯେଉଁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ସେଥିରୁ ଉପରୋକ୍ତ କଥନ ପ୍ରମାଣିତ ହୁଏ ।’

‘ସଂସାରର ପ୍ରତ୍ୟେକ ବ୍ୟକ୍ତି ଶାନ୍ତି ଲାଗି ଅତ୍ୟନ୍ତ ଆତୁର ଅଟନ୍ତି । ଏହା ଆପଣ ଜାଣନ୍ତି । ଆଣବିକ ଶକ୍ତି ନୁହେଁ ବରଂ ପାରସ୍ପରିକ ବୁଝାମଣା (Mutual understanding) ଏବଂ ନିଜ ନିଜ ମଧ୍ୟରେ ସ୍ନେହ ଭାବନା ହିଁ ସଂସାରରେ ଶାନ୍ତି ରୋପଣ କରିପାରିବ । ଯିଏ ଉପରୋକ୍ତ ବିଚାରଧାରାରେ ବିଶ୍ୱାସୀ ଏବଂ ଯାହାଙ୍କର ଏପରି ମାନ୍ୟତା ସେମାନଙ୍କ ମଧ୍ୟରେ ବଡ଼ ବଡ଼ ଯୁଦ୍ଧ ନେତା (War lords) ବି ଅଛନ୍ତି । ଆପଣ ବିସ୍ମିତ ଅବଶ୍ୟ ହେଉଥିବ । ଏହି ଦେଶର ଲକ୍ଷ ଲକ୍ଷ ଲୋକ ‘ସତ୍ୟ ଏବଂ ଅହିଂସା’ ଏହି ସରଳ ଏବଂ ସାର୍ଥକ ଶବ୍ଦରେ ସେହି ଭାବନାର ଅନୁଭବ କରନ୍ତି ।’

ଆପଣଙ୍କ ମନକୁ ଏବଂ ଆପଣଙ୍କ ଦୃଷ୍ଟିକୁ ଯେଉଁ କୁହୁଡ଼ି ଏବଂ ଭ୍ରାନ୍ତ ଧାରଣା ଢାଙ୍କି ରଖିଛି ସେହି କୁହୁଡ଼ି ଏବଂ ଭ୍ରାନ୍ତ ଧାରଣାର ନିରାକରଣରେ ଉପର୍ଯୁକ୍ତ ବସ୍ତୁସ୍ଥିିତି ଆପଣଙ୍କୁ ସହାୟତା କରିବ ବୋଲି ମୋର ଏହି ଆଶା ଅଛି । ଏହି ଭ୍ରାନ୍ତ ଧାରଣାର ନିରାକରଣ ହେବା ମାତ୍ରକେ ଆପଣ ପଶ୍ଚାତାପ କରିବେ ଏବଂ ଆପଣ ଯେଉଁ କୃତ କରିଛନ୍ତି ତାହା ସର୍ବଥା ଅକରଣୀୟ ଏବଂ ତ୍ୟାଜ ଅଟେ, ଦିନେ ଏହି ସତ୍ୟ ସହିତ ଆପଣଙ୍କ ସାକ୍ଷାତକାର ହେବ ଏବଂ ମୋର ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସେହି କୃତ କୌଣସି ଧର୍ମ ସିଦ୍ଧି ପାଇଁ ହେଇଥାଉ ଅଥବା ରାଜନୈତିକ ଉଦ୍ଧେଶ୍ୟ ସ୍ଫୂର୍ତ୍ତି ସକାଶେ ବା ଅନ୍ୟ କୌଣସି କାରଣ ଦ୍ୱାରା ପ୍ରେରିତ ହୋଇ । ଆପଣ ଶାସ୍ତ୍ର ସମ୍ମତ ଏବଂ ତର୍କସିଦ୍ଧ ବିଚାର-ପଦ୍ଧତିର ସମର୍ଥକ ଅଟନ୍ତି । (You are a man of reason and logic) ସମାଚାର ପତ୍ର ଅନୁସାରେ ଆପଣଙ୍କ ସମ୍ବନ୍ଧରେ ଏପରି ମାନ୍ୟତା ଅଛି । ତେଣୁ ଆପଣ ମୋ ହୃଦୟର ଭାବକୁ କଳ୍ପନା କରନ୍ତୁ ଏପରି ମୋର ଆପଣଙ୍କଠାରେ ନିବେଦନ ଅଟେ । ଯଦି ଆପଣ ଏପରି କରିବେ ତାହେଲେ ଆପଣ ଏପରି କୃତ କରି ନିଜର କୌଣସି ବହୁତ ପ୍ରିୟ କାର୍ଯ୍ୟ କରିନାହାନ୍ତି ଏହା ଆପଣଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ହୋଇଯିବ ।

ଆପଣଙ୍କ ହିତୈଷୀ
ଆର.ଏମ. ଗାନ୍ଧୀ

ପୁନଶ୍ଚ ୦୧/୦୫/୧୯୪୯ରେ ମୁଁ ହିନ୍ଦୁସ୍ତାନର ମହାଶାସକ (Governor General)ଙ୍କୁ ପତ୍ର ପଠାଇଥିଲି । ଏହା ମୁଁ ଆପଣଙ୍କୁ ସୂଚିତ କରୁଛି । ଆପଣଙ୍କ ବିରୁଦ୍ଧରେ ଅଭିଯୋଗ ମକଦ୍ଧମାର ଶୁଣାଣୀ କରୁଥିବା ବିଶେଷ ନ୍ୟାୟାଳୟ ଆପଣଙ୍କୁ ଯେଉଁ ଦଣ୍ଡ ଦେଇଛନ୍ତି ତାହା କ’ଣ ପାଇଁ ଆପଣଙ୍କ ବିରୁଦ୍ଧରେ ଏହାର କାରଣ ମୁଁ ଏହି ପତ୍ରରେ ଲେଖିଛି । – ଆର.ଏମ. ଗାନ୍ଧୀ

ଏହି ପତ୍ର ପ୍ରାପ୍ତ ହେବା ପରଦିନ ଅର୍ଥାତ୍ ୩ ଜୁନ୍ ୧୯୪୯ରେ ନାଥୁରାମ ଉତ୍ତର ଲେଖିଲେ ଏବଂ ନିୟମାନୁସାର ସିମଲାର ଡ଼େପୁଟି କମିଶନରଙ୍କ ମାର୍ଫତ ପଠାଇଦେଲେ । ‘ପ୍ରିୟ ବନ୍ଧୁ’ର ବିଶେଷ୍ଳଣରେ ଆରମ୍ଭ କରି ଶ୍ରୀ ରାମଦାସ ଗାନ୍ଧୀଙ୍କୁ ସମ୍ବୋଧିତ କରି ସେ ଏହି ପତ୍ରରେ ନିଜ ମନୋବ୍ୟଥାର ବ୍ୟାଖା କରିଛନ୍ତି । ସେ ଲେଖିଛନ୍ତି, “ମୋ ହାତରେ ଆପଣଙ୍କ ପରମ ପୂଜନୀୟ ପିତାଙ୍କ ଦୁଃଖଦ ଅନ୍ତ ଘଟିଲା ଏବଂ ଏହା ଦ୍ୱାରା ଆପଣଙ୍କୁ ଏବଂ ଆପଣଙ୍କ ସମ୍ବନ୍ଧୀୟଙ୍କୁ ଯେଉଁ ମାନସିକ ଆଘାତ ଲାଗିଲା ସେଇ ବିଷୟରେ ଏକ ମଣିଷ ହିସାବରେ ନିଜର ଭାବନା ବ୍ୟକ୍ତ କରିବା ପାଇଁ ମୋ ନିକଟରେ ଶବ୍ଦ ନାହିଁ । ପତ୍ରର ଅନ୍ତରେ ନାଥୁରାମ ପୁନଃ ଲେଖନ୍ତି- ମୋ ହାତରେ ଆପଣଙ୍କ ପିତାଙ୍କ ନିଧନ ଆପଣଙ୍କୁ ଯେଉଁ ପୀଡ଼ା ହୋଇଛି ସେଥିପାଇଁ ମୁଁ ପୁନଃ ଗଭୀର ଦୁଃଖ ପ୍ରକଟ କରୁଛି ।”

ନିଜର କାର୍ଯ୍ୟ ଦ୍ୱାରା ଗାନ୍ଧୀ ପରିବାର ଉପରେ କ’ଣ ପ୍ରଭାବ ପଡ଼ିବ ଏହାର କଳ୍ପନା ନାଥୁରାମ ପୂର୍ବରୁ କରିଥିଲେ । ତେଣୁ ଅବସର ମିଳିବା ପରେ ଗାନ୍ଧୀଜୀଙ୍କ ଆତ୍ମୀୟଙ୍କ ପ୍ରତି ନିଜର ସହାନୂଭୂତି ବ୍ୟକ୍ତ କରିବା ପାଇଁ ସେ ସେଙ୍କାଚ ଅନୁଭବ କଲେ ନାହିଁ । କିନ୍ତୁ ମନର କୌଣସି କୋଣରେ ସେ ଏପରି ନିଶ୍ଚଳ ଏବଂ ନିରୁଦ୍ବିଗ୍ନ ଥିଲେ ଯେପରି ତାଙ୍କର ଅନ୍ତରଆତ୍ମା ତାଙ୍କୁ କହୁଛି – “କର୍ତ୍ତୃ ନୈଚ୍ଛସି ୟନ୍ମୋହାତ କରୀଣ୍ୟସ୍ୟବସୋଽପିତତ୍‌ର” ଏହି ସ୍ଥିତପ୍ରଜ୍ଞାତାର ଏହି ଆସନରେ ଆରୂଢ଼ ହୋଇଥିବା କାରଣରୁ ଶ୍ରୀ ରାମଦାସ ଗାନ୍ଧୀଙ୍କ ପତ୍ରରେ ଧ୍ୱନିତ କ୍ଷମା-ଦାନ ଜନ୍ୟ ପ୍ରାଣ ରକ୍ଷାର ସମ୍ଭାବନାର ଶିଢ଼ି ଦ୍ୱାରା ଫାଶୀରୁ ରକ୍ଷା ମିଳିବାର ପ୍ରଲୋଭନ ବି ତାଙ୍କୁ ବିଚଳିତ କରିପାରିଲାନି । ସେ ବିଚାର ବିନିମୟ ଅବଶ୍ୟ ଚାହୁଁଥିଲେ କିନ୍ତୁ ତାହା ବି ଗାନ୍ଧୀଜୀଙ୍କ ଏପରି ଶିଷ୍ୟ ସହିତ ଯେ ରାଜନୀତି ଅଥବା ସତ୍ତା ଠାରୁ ନିର୍ଲିପ୍ତ କାରଣ ଏପରି ବ୍ୟକ୍ତିଙ୍କ ସହିତ ବିଚାର ବିନିମୟ ଦ୍ୱାରା କ୍ଷମାଦାନ ମିଳିବ ନାହିଁ । ତାଙ୍କ ଦ୍ୱାରା ଶ୍ରୀ ରାମଦାସ ଗାନ୍ଧୀଙ୍କ ପଠାଯାଇଥିବା ପତ୍ରର କିଛି ଅଂଶ ଏହି ପ୍ରକାର ଅଟେ –


ସିମଲା , ୩ ଜୁନ , ୧୯୪୦

ପ୍ରିୟ ବନ୍ଧୁ ଶ୍ରୀ ରାମଦାସ ଗାନ୍ଧୀ,

ଆପଣଙ୍କ ୧୭ ମଇ , ୧୯୪୯ରେ ଦୟାପୂର୍ଣ୍ଣ ପତ୍ର ମିଳିଲା । ମୋ ହାତରେ ଆପଣଙ୍କ ପରମ ପୂଜନୀୟ ପିତାଜୀଙ୍କ ଦୁଃଖଦ ଅନ୍ତ ହେଲା, ଏହା ଦ୍ୱାରା ଆପଣଙ୍କୁ ଏବଂ ଆପଣଙ୍କ ପରିଜନଙ୍କୁ ଯେଉଁ ମାନସିକ ପୀଡ଼ା ହେଲା ସେଥିପାଇଁ ଏକ ମଣିଷ ହିସାବରେ ନିଜ ଭାବନା ବ୍ୟକ୍ତ କରିବାର ଯଥାର୍ଥ ଶବ୍ଦ ମୋ ପାଖରେ ନାହିଁ । କିନ୍ତୁ ଏଥି ସହିତ ଅନ୍ୟ ପକ୍ଷ ବି ଧ୍ୟାନ ଯୋଗ୍ୟ ଅଟେ, ଏପରି ମୋର ମତ । ନିଜର ସମସ୍ତ ବିଚାରକୁ କାଗଜରେ ଉତାରିବା ସ୍ଥିତିରେ ମୁଁ ନାହିଁ ଅଥବା ମୁଁ ଏପରି ସ୍ଥିତିରେ ନାହିଁ ଯେ ଆପଣଙ୍କୁ ପ୍ରତ୍ୟକ୍ଷ ରୂପେ ଭେଟିପାରିବି । କିନ୍ତୁ ମୋ ଫାଶୀ ପୂର୍ବରୁ ମୋତେ ବନ୍ଦୀଗୃହରେ ଭେଟିବାକୁ ଆପଣ ଅବଶ୍ୟ ସମର୍ଥ ଅଟନ୍ତି ।

ମୁଁ ଏକ ତାର୍କିକ ଏବଂ ଶାସ୍ତ୍ରସମ୍ମତ ବିଚାରଯୁକ୍ତ ମଣିଷ । ଏହା ଆପଣ ଶୁଣିଛନ୍ତି । ଏପରି ଆପଣ ଲେଖିଛନ୍ତି । କିନ୍ତୁ ମୁଁ ଯେ ପ୍ରଖର ସମ୍ବେଦନଶୀଳ ଏହା ଜାଣି ଆପଣଙ୍କ ବିସ୍ମୟ ହେବ । ମୋ ଏହି ପ୍ରଖର ସମ୍ବେଦନା ସମୂହ ମଧ୍ୟରୁ ଏକ ହେଉଛି ମାତୃଭୂମି ପ୍ରତି ମୋର ଭକ୍ତି ସମ୍ବେଦନା ।

ଆପଣ କହୁଛନ୍ତି ମୋ ମନରୁ ଭ୍ରାନ୍ତ ବିଚାର ଦୂର ହେଲା ମାତ୍ରେ ଦିନେ ମୁଁ ନିଜ କୃତ ପାଇଁ ଅବଶ୍ୟ ପଶ୍ଚାତାପ କରିବି ଏବଂ ଅପରାଧବୋଧର ଗ୍ଳାନି ଅନୁଭବ କରିବି ।

ବନ୍ଧୁ ! ମୋ ମସ୍ତିଷ୍କ ବିଚାର ଗ୍ରହଣ କରିବାକୁ ଉନ୍ମୁକ୍ତ (I am a open minded man) ଏବଂ ନିଜର ଧାରଣାର ଭ୍ରାନ୍ତି ସୁଧାରରିବା ପାଇଁ ସଦା ତତ୍ପର ଅଛି । ପରନ୍ତୁ ଯଦି ମୋର କୌଣସି ମାନ୍ୟତା ତ୍ରୁଟିପୂର୍ଣ୍ଣ ଅଟେ ତାହେଲେ ତାକୁ ଦୂର କରିବା ପାଇଁ ମୋଠାରୁ ପଶ୍ଚାତାପ ଜାଗୃତ କରିବାକୁ ମାର୍ଗ କ’ଣ ଅଟେ ? ନିଶ୍ଚିତ ରୂପେ ଫାଶୀ ମଞ୍ଚ ନୁହେଁ । ଦୟା ପ୍ରଦର୍ଶନ ବି ନୁହେଁ ଏବଂ ମୋ ଦଣ୍ଡରେ ପରିବର୍ତ୍ତନ (Commutation) ମଧ୍ୟ ନୁହେଁ । ଏହାର ଏକମାତ୍ର ମାର୍ଗ ହେଲା ମୋତେ ଭେଟିବା ଏବଂ ମୋର ଭ୍ରାନ୍ତ ଧାରଣାର ମୋତେ ଜଣାଇବା । ଏହି ସମୟ ପର୍ଯ୍ୟନ୍ତ ମୋତେ ତ କେହି ଏପରି ଦେଖାଯାଉନାହାଁନ୍ତି ଯିଏ ମୋତେ ପଶ୍ଚାତାପ କରିବାକୁ ରାଜି କରେଇପାରିବ ।

କିଛି ପ୍ରମୁଖ ଖ୍ରୀଷ୍ଟଧର୍ମାନୁଲମ୍ବୀ ଧର୍ମ ପ୍ରଚାରକ ମୋତେ ବହୁତ ପତ୍ର ଲେଖିଛନ୍ତି । ତାଙ୍କର ଶ୍ରଦ୍ଧା ଅନୁସାର ଏବଂ ପବିତ୍ର ବାଇବେଲର ଶିକ୍ଷା ଅନୁସାରେ ସେମାନେ ମୋତେ କିଛି ଉପଦେଶ ଦେବାପାଇଁ ପ୍ରଯତ୍ନ କରିଥିଲେ । ତାଙ୍କର ଏହି ଭୂମିକାକୁ ଅର୍ଥପୂର୍ବକ ବୁଝିବା ଯୋଗ୍ୟ ଅଟେ । କିନ୍ତୁ ଆପଣଙ୍କ ପତ୍ର ହିଁ ପ୍ରଥମ ପତ୍ର ଯାହା ଆପଣଙ୍କ ଆଦରଣୀୟ ପିତାଜୀଙ୍କ ସୁବିଦିତ ଅଥବା ସର୍ବବିଦିତ ସିଦ୍ଧାନ୍ତ ସହିତ ଏକ ସୀମା ଯାଏ ମେଳ ଖାଉଛି । ସତରେ ଏହା ବିସ୍ମୟଜନକ । ମୋ ପାଖକୁ ଗାଳିମନ୍ଦ, ନିନ୍ଦା ଭରା ଶବ୍ଦରେ ପରିପୂର୍ଣ୍ଣ ଅନେକ ପତ୍ର ଆସୁଛି । ଯଥାସମ୍ଭବ ନିଜ ପିତାଜୀଙ୍କ ଏହି ପ୍ରମୁଖ ଶିଷ୍ୟମାନଙ୍କୁ ବି ଭେଟନ୍ତୁ । ଖାଲି ଯାହା ଏପରି ଶିଷ୍ୟ ରାଜସତ୍ତାଠାରୁ ନିର୍ଲିପ୍ତ ହୋଇଥିବା ବାଞ୍ଛାନୀୟ । ସେହି ଭେଟରେ ଆପଣ ମୋର ଭ୍ରାନ୍ତି ଦେଖାଇ ଦିଅନ୍ତୁ, ଅନ୍ୟଥା ଦୟାର ଏହି ପ୍ରଦର୍ଶନ ଏବଂ କିଛି ନ ହେଇ ବି ଭ୍ରମିତ କରିବା (Eyewash) ମାତ୍ର ଅଟେ । ଏପରି ମତେ ପ୍ରତୀତ ହେବ ।

ଯଦି ଆପଣ ମତେ ପ୍ରତ୍ୟକ୍ଷ ଭେଟନ୍ତି ଏବଂ ଆପଣଙ୍କ ସହିତ ମୋର ବିଚାର-ବିନିମୟ ହୁଏ, ତାହା ଭାବନାତ୍ମକ ସ୍ତରରେ ହେଉ ଅବା ଶାସ୍ତ୍ରସମ୍ମତ ବିବାଦ ସ୍ତରରେ , କିଏ କହିପାରିବ ଯେ ଆପଣ ମୋର ବିଚାରରେ ପରିବର୍ତ୍ତନ ଆଣିପାରିବେ ଏବଂ ମୋ ମଧ୍ୟରେ ପଶ୍ଚାତାପର ଭାବନା ଜାଗୃତ ହୋଇଯିବ ଅଥବା ମୁଁ ଆପଣଙ୍କ ମତ-ପରିବର୍ତ୍ତନ କରିପାରିବି ଏବଂ ନିଜ ଭୂମିକାର ଔଚିତ୍ୟକୁ ଆପଣଙ୍କ ଜଣାଇପାରିବି ।

ଆପଣଙ୍କୁ କେବଳ ସଫଳତା ପୂର୍ବକ କହିବାକୁ ହେବ, କେବଳ ଏହି ସର୍ତ୍ତରେ ଆମର ସମ୍ଭାଷଣ ରହିବ ।

ମୋ ହାତରେ ଆପଣଙ୍କ ପିତାଙ୍କ ନିଧନ ଆପଣଙ୍କୁ ଯେଉଁ ପୀଡ଼ା ହେଲା ସେଥିପାଇଁ ଏକ ମଣିଷ ଭାବେ ମୁଁ ପୁଣି ଆନ୍ତରିକ ଦୁଃଖ ବ୍ୟକ୍ତ କରୁଛି ।

ଆପଣଙ୍କ ସଦ୍ଭାବୀ
ନାଥୁରାମ ବିନାୟକ ଗଡ଼ସେ

ପୁନଶ୍ଚ

ଯଦି ଆପଣଙ୍କୁ ଉଚିତ ପ୍ରତୀତ ହେବ ତାହେଲେ ଆପଣ ଏହି ପତ୍ରର ନକଲ ରାଜ୍ୟପାଳଙ୍କୁ ପଠାଇପାରିବେ ।


ଶ୍ରୀ ରାମଦାସ ଗାନ୍ଧୀଙ୍କ ପତ୍ର

ଖଲାସୀ ଲାଇନ୍ସ, ନାଗପୁର
୧୩ ଜୁନ, ୧୯୪୯

ପ୍ରିୟ ଶ୍ରୀ ନାଥୁରାମ ଗଡ଼ସେ,
୩ ଜୁନ ୧୯୪୯ର ଆପଣଙ୍କ ପତ୍ର ମୋତେ ପ୍ରାପ୍ତ ହେଲା ।

ଆପଣ ସଦା ବିଚାର ଗ୍ରହଣ କରିବାକୁ ତତ୍ପର ଜାଣି ପ୍ରସନ୍ନ ହେଲି । ଆପଣ ଯେଉଁ ମାର୍ଗ ଆପଣେଇଛନ୍ତି , ଯେଉଁ ମାଧ୍ୟମରେ ଆପଣ ମାତୃଭୂମିର ଏକତା ଅଖଣ୍ଡ ରଖିବା ପାଇଁ ତଥା ଅନ୍ୟ ଧର୍ମଜନିତ ଭେଦଭାବ ନ ରଖିବା ଭଳି ଚିରନ୍ତନ ହିନ୍ଦୁ-ଧର୍ମର ସୁରକ୍ଷା ଲାଗି ପଦ୍ଧତିର ଭବିଷ୍ୟତରେ ସଫଳତାର ସମ୍ଭାବନା ବିଷୟରେ ମୋଠି ଅଥବା ପିତାଙ୍କ ସହଯୋଗୀଙ୍କଠାରୁ ଖୋଲା ହୃଦୟରେ ବିଚାର-ବିନିମୟ କରିବାକୁ ଆପଣଙ୍କ ଆଙ୍କାକ୍ଷା ଉତ୍ସାହପ୍ରଦ ଅଟେ ।

ସେହି ଅନୁସାରେ ଭାରତୀୟ ପ୍ରଶାସନଙ୍କ ତରଫରୁ ତଥା ମୋ ଏବଂ ମୋ ସହିତ ଯାହା ବି ଆବେଗ ତାଙ୍କ ତରଫରୁ ଅଛି ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ କୌଣସି ପ୍ରକାର ଆଶ୍ୱାସନା ନଦେଇ ମୁଁ ଆଜି ପଣ୍ଡିତ ଜବାହାରଲାଲ ନେହେରୁଙ୍କଠାରେ ଶ୍ରୀ ବିନୋଭା ଭାବେ, ଶ୍ରୀ କିଶୋରୀଲାଲ ମଶ୍ରୁବାଲା, ଏବଂ ସ୍ୱୟଂ ମୋ ସହିତ ଉପର ନିର୍ଦ୍ଧିଷ୍ଟ ବିଷୟ ଉପରେ ଚର୍ଚ୍ଚା କରିବାର ଅନୁମତି ଦେବା ପାଇଁ ପ୍ରାର୍ଥନା କଲି । କାରଣ ଏହା ଆପଣଙ୍କ ହାର୍ଦ୍ଧିକ ଇଚ୍ଛା ଅତଃ ଏପରି କରିବାକୁ ମୁଁ ଉପଯୁକ୍ତ ମଣିଲି ।

ଏହି ଚର୍ଚ୍ଚା ଯଦି ଇଶ୍ୱର ଚାହାଁନ୍ତି ତାହେଲେ ୨୫ ଜୁନ ୧୯୪୯ ପରେ ହିଁ ସମ୍ଭବ ହୋଇପାରିବ । କାରଣ ନାଗପୁରଠାରୁ ଦିଲ୍ଲୀ ମାର୍ଗରେ ଯେଉଁଠାରେ ଆପଣଙ୍କୁ ରଖାଯାଇଛି ସେଠାରେ ପହଞ୍ଚିବା ଆମ ପାଇଁ ୨୫ ଜୁନ ପୂର୍ବରୁ ଅସମ୍ଭବ । ଏହି କଥାକୁ ଆପଣ ଧ୍ୟାନ ଦେବେ ।

ମୁଁ ଭାବୁଛି ଆମ ସମସ୍ତଙ୍କୁ ସତ୍ୟ କହିବା ଆବଶ୍ୟକ । ଏହି ପ୍ରକାର ଆପଣଙ୍କ ତରଫରୁ ଯେଉଁ ଦାବୀ ଅଛି ତାହା ଗ୍ରହଣୀୟ ନୁହେଁ । କାରଣ ସେସବୁ ନା ମୋ ସମ୍ବନ୍ଧରେ ଆବଶ୍ୟକ ଥିଲା ନା ହିଁ ମୋର ପିତାଜୀଙ୍କ ନିକଟ ସହଯୋଗୀଙ୍କର ଏହି ଆବଶ୍ୟକତା ଅଛି ।

ମୋ ପରାମର୍ଶ ଯେ ଏହି ସମୟ ଅବଧିରେ ଆପଣ ଆତ୍ମ ସଂଶୋଧନରେ ବିତାନ୍ତୁ, ତାହା ବି ଇଶ୍ୱରଙ୍କୁ ପୂର୍ଣ୍ଣ ଶ୍ରଦ୍ଧାର ସହିତ । ‘ସେ ’ ହିଁ ତାଙ୍କ କୃପାପୂର୍ଣ୍ଣ ସୁଦୃଷ୍ଟି ଆପଣଙ୍କୁ ସଦା ରଖନ୍ତୁ, ଏପରି ପ୍ରାର୍ଥନା କରନ୍ତୁ । କାରଣ ଏହା ହିଁ ଆପଣ ସ୍ୱ ଅପରାଧ ସ୍ୱୀକାର କରିବା ପାଇଁ ସହାୟକ ହେବ । ମୋର ଏପରି ଧାରଣା ଅଛି । ଅନାଦର ଏବଂ ଆକ୍ରମଣ ଦ୍ୱାରା ମାତୃଭୂମି ବିଶେଷତଃ ହିନ୍ଦୁ-ଧର୍ମ ରକ୍ଷା କେଉଁ ପ୍ରକାର କରାଯାଇପାରିବ ଏହି କଥା ଗାନ୍ଧୀଜୀ ଅନ୍ତରେ ଭଲ ରୂପେ ଜାଣିଯାଇଥିଲେ । ଏହି ସତ୍ୟକୁ ଆପଣ ଉପଲବ୍ଧି କରିବେ । ଯଦି ଆପଣ ଏପରି କରିବେ ତାହେଲେ ମୁଁ ଭାବୁଛି ଆପଣଙ୍କ ଏବଂ ମୋର ଯେଉଁ ପ୍ରସ୍ତାବିତ ଭେଟ ତାହାର ଅନ୍ତରେ ସୌନ୍ଦର୍ଯ୍ୟ ଏବଂ ଅର୍ଥରେ ପରିପୂର୍ଣ୍ଣ ଭଗବତ୍ ଗୀତାର ୨୮ତମ ଅଧ୍ୟାୟର ୭୩ତମ ଶ୍ଳୋକକୁ ଆପଣ ଆମ ସହିତ ପ୍ରସନ୍ନତା ସହିତ ଉଚ୍ଚାରଣ କରିପାରିବେ । ଏପରି ମୋ ବିଶ୍ୱାସ ଅଟେ ।

ନଷ୍ଟୋ ମହୋ: ସ୍ମୃତିଲବ୍ଧା ତତ୍ତ୍ୱପ୍ରସାଦାନ୍ମୟାଚ୍ୟୁତ
ସ୍ଥିତତୋଽସିମ ଗତ ସନ୍ଦେହ: କରିଷ୍ୟୟେ ବଚନଂ ତବ ।।

ସଦ୍ଭାବନାର ସହିତ
ଆର.ଏମ୍. ଗାନ୍ଧୀ


ନାଥୁରାମଙ୍କ ଉତ୍ତର
ମଧ୍ୟବର୍ତ୍ତୀ ବନ୍ଦୀଗୃହ, ଅମ୍ବାଲା

୨୪/୬/୧୯୪୯
ପ୍ରିୟ ଶ୍ରୀ ରାମଦାସ ଗାନ୍ଧୀ,

ଏହି ମାସର ୧୩ ତାରିଖର ଆପଣଙ୍କ ପତ୍ର ମତେ ୨୩ ଜୁନରେ ପ୍ରାପ୍ତ ହେଲା ଏବଂ ମୁଁ ଆପଣଙ୍କ ମନୋକାମନା ବିଷୟରେ ଅବଗତ ହେଲି ।

ଆପଣ ମୋର ବିନତିକୁ ସ୍ୱୀକାର କରିନେଇଛନ୍ତି ଏହା ଜାଣି ମୁଁ ପ୍ରସନ୍ନ ହେଲି । ଆପଣଙ୍କ ଯେବେ ବି ସୁବିଧା ହେବ ଆସିଯିବେ । ମୋର ଫାଶୀର ଏକ ଦିନ ପୂର୍ବରୁ ବି ଆପଣଙ୍କ ମୋତେ ଭେଟିପାରନ୍ତି । ସେହି ଭେଟ ପାଇଁ ମୁଁ ଅତ୍ୟଧିକ ଉତ୍ସାହୀ ନୁହେଁ । ମୋତେ ଭେଟିବାକୁ ଆପଣ ଇଚ୍ଛା ପ୍ରକଟ କରିଛନ୍ତି ଏହା ମାତ୍ର ଜାଣି ମୁଁ ଅତ୍ୟନ୍ତ ସନ୍ତୋଷ ଲଭିଲି । ଯଦି କୌଣସି ଅସୁବିଧା କାରଣରୁ ଆପଣ ମୋତେ ନ ଭେଟିପାରନ୍ତି ତାହେଲେ ବି ମୋତେ କୌଣସି ପ୍ରକାରର ଦୁଃଖ, ଅବଶୋଷ ହେବନି । କାରଣ ମୋତେ ଭେଟିବାର ସହମତି ଆପଣ ବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ଆପଣଙ୍କ ଆସ୍ଥାର ଆଭାସ ମିଳୁଛି । ମୋ ପାଇଁ ଏହା ପର୍ଯ୍ୟାପ୍ତ ଅଟେ । ତଥାପି ମୋର ଆପଣଙ୍କ କେବଳ ଏତିକି ବିନତି ମୋତେ ଭେଟିବାକୁ ଚେଷ୍ଟା କରିବେ ।

‘ଯାହା ସତ୍ୟ ତାହା ହିଁ କୁହାଯାଉ ।’ ଏପରି ଆଶା ପୋଷଣ କରି ମୋତେ ଲେଖିବାର ନଥିଲା, ଆପଣଙ୍କ ଏହି ପ୍ରକାରର ବିଚାର ସହିତ ମୁଁ ସହମତ । ବିଶ୍ୱାସ କରନ୍ତୁ, ସେପରି ଲେଖିବା ସମୟରେ ଆପଣଙ୍କ ମନରେ କଷ୍ଟ ଦେବାର ମୋର କିଞ୍ଚିତ ମନୋକାମନା ନାହିଁ । କିନ୍ତୁ ଏପରି ଲେଖିବାକୁ ମୋ ପାଖରେ ଦୁଇଟି କାରଣ ଅଛି । ଏହି ଯୁଗରେ ‘ସତ୍ୟ’ର ଅନେକ ତଥାକଥିତ ପୂଜାରୀଙ୍କୁ ମୁଁ ଭେଟିଛି । କିନ୍ତୁ ସେମାନଙ୍କ ପ୍ରତ୍ୟକ୍ଷ ବ୍ୟବହାରେ ମୁଁ ଏପରି କୌଣସି ବ୍ୟବହାର ପାଇଲିନି । ମୁଁ ନ୍ୟାୟଳୟର କାଠଗଡ଼ାରେ ଛିଡ଼ା ହୋଇ ଶପଥପାଠ ପୂର୍ବକ ଅନେକ ଲୋକଙ୍କୁ ସତ୍ୟକୁ ମୋଡ଼ିମାଡ଼ି ବା ଅତିରଞ୍ଜିତ କରି କହୁଥିବାର ଶୁଣିଛି । ଏବଂ ଅନ୍ୟ କଥା ହେଲା ମୋତେ ବାର୍ତ୍ତାଳାପ ସମୟେୀ ନିତ୍ୟାନ୍ତ ସତ୍ୟ କଥା କହିବାକୁ ପଡ଼ିବ । ସେ ଯାହା ହେଇଯାଉ ପଛେ କମ୍ ସେ କମ୍ ମୋର ଧାରଣା ଆଧାରରେ ଏହା କଟୁସତ୍ୟ ।

ଯାହା ବି ହେଇଯାଉ ‘ଭୟଶୂନ୍ୟତାର ସହ ନିଜ ପକ୍ଷ ରଖିବାକୁ ହେଳା କରିବାର ନୁହେଁ’ ଆପଣଙ୍କ ପତ୍ର ଦ୍ୱାରା ମୋତେ ଏପରି ଆଶ୍ୱାସନା ପ୍ରାପ୍ତ ହେଲା ।

‘ନଷ୍ଟ ମୋହ: ସ୍ମୃତିର୍ଲବ୍ଧା’ ଭଗବତଗୀତାର ଏହି ଶ୍ଲୋକ ଆପଣ ମୋତେ ସ୍ମରଣ କରାଇଲେ, ଏହା ପାଇଁ ଆପଣଙ୍କୁ ଧନ୍ୟବାଦ । ମୋତେ ଯଦି ଆପଣ ପଚାରିବେ, ଗୀତାର କେବଳ ଏହି ଶ୍ଲୋକ ନୁହେଁ, ଅପିତୁ ସଂପୂର୍ଣ୍ଣ ଗୀତା ହିଁ ଅର୍ଥ ଏବଂ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।

‘କରିଷ୍ୟୟେ ବଚନମ୍ ତବ:’ ଅର୍ଜୁନଙ୍କୁ ଏପରି କହିସାରି ଶ୍ରୀକୃଷ୍ଣ ତାଙ୍କୁ ଆହୁରି କହିଲେ ଏ ‘ମାମନୁସାରେ ଯୁଦ୍ଧ ଚ’ ଏବଂ ଅର୍ଜୁନ ଏହାକୁ ପ୍ରତ୍ୟକ୍ଷ କରି ଦେଖାଇଲେ ।

ଶ୍ରୀ ବିନୋଭା ଭାବେ ଜନ୍ମରୁ ମହାରାଷ୍ଟ୍ରୀୟ, ତାଙ୍କ ମାଧ୍ୟମରେ ହେଉ ଅବା ଅନ୍ୟ ବ୍ୟକ୍ତିଙ୍କ ମାଧ୍ୟମରେ ମୋର ସାଧାରଣ ଚରିତ୍ର ବିଷୟରେ ଅଥବା ବ୍ୟବହାର ବିଷୟରେ ଯେତେ ଅଧିକ ବିବରଣୀ ଆପଣ ପ୍ରାପ୍ତ କରିବେ ତାହେଲେ ଉତ୍ତମ ହେବ । ଯେଉଁ ବ୍ୟକ୍ତି ଏପରି କ୍ରୁର ଏବଂ ଅବୈଧ କର୍ମ କରିଛି ତା’ର ପୂର୍ବ ଚରିତ୍ର ବୁଝିବା କଦାଚିତ ଆପଣଙ୍କ ପାଇଁ ଉପଯୁକ୍ତ ହେବ ।

ସଂପ୍ରତି ଅଧିକ କିଛି ନୁହେଁ ।
ସଦ୍ଭାବନା ସହିତ , ଆପଣଙ୍କ
ନାଥୁରାମ ଗଡ଼ସେ


୨୪/୦୬/୧୯୪୯
ନାଥୁରାମଙ୍କ ମାଦଖୋଲକରଙ୍କୁ ପତ୍ର

ଶ୍ରୀ ଗ. ତ୍ରୟଂ. ମାଦଖୋଲକରଙ୍କ (ନାଗପୁରରୁ ପ୍ରକାଶିତ ମରାଠୀ ଦୈନିକ ‘ତରୁଣ ଭାରତ’ର ସମ୍ପାଦକ) ଲିଖିତ ଏକ ‘ନିର୍ବାସିତର କାହାଣୀ’ (ଏକା ନିର୍ବାସିତାଚି କାହାଣୀ) ସେ ପଢ଼ିଥିଲେ । ନାଥୁରାମଙ୍କ ତୀବ୍ର ଇଚ୍ଛା ଥିଲା ଯେ ଶ୍ରୀ ମାଡଖୋଲକରଜୀଙ୍କୁ ପୁସ୍ତକ ଉପରେ ନିଜର ବିଚାର ବ୍ୟକ୍ତ କରିବାକୁ ।

ନୂଆ କାଗଜ ଆଣି ପତ୍ର ଲେଖିବା ପାଇଁ ବି ନାଥୁରାମଙ୍କ ପାଖରେ ସମୟ ନଥିଲା । ‘ନିର୍ବାସିତଙ୍କ କାହାଣୀ’ ପୁସ୍ତକ ଉପରେ ଯେଉଁ ଖାଲି ଏବଂ ଅଧାଲେଖା ପୃଷ୍ଠା ଥିଲା ସେଇ ଉପରେ ସେ ନିଜର ବିଚାର ଲେଖିଲେ ।

୧୪ ନଭେମ୍ବର ୧୯୪୯ରେ ଅର୍ଥାତ୍ ଫାଶୀର ପ୍ରଥମ ଦିନ ସେ ନିଜ ପତ୍ର ଲେଖିଲେ । ଫାଶୀ ଦେବା ପଶ୍ଚାତ୍ ନାଥୁରାମଙ୍କ ନିଜ ବସ୍ତୁ ଏବଂ ପୁସ୍ତକଆଦିକୁ ଅଧିକାରୀ ବର୍ଗ ଛାନଭିନ କଲେ । ତା’ପରେ ସେସବୁ ପରିଜନଙ୍କୁ ଲେଉଟାଇ ଦେଲେ ।

ଶ୍ରୀ ଦତ୍ତତ୍ରେୟ ସେଇ ପୁସ୍ତକ ଏବଂ ସେଇ ଅଭିପ୍ରାୟର ଏକ ପ୍ରତିଲିପି ଶ୍ରୀ ମାଡଖୋଲକରଜୀଙ୍କୁ ଆଠ ଦିନ ପରେ ପଠାଇଦେଲେ ।

ପୁନାରୁ ‘ସୋବିତ’ ମରାଠୀ ସାପ୍ତାହିକର ସମ୍ପାଦନା ଶ୍ରୀ ଗ.ବା.ବେହେରେ ଉପର୍ଯୁକ୍ତ ପତ୍ର ଦିପାବଳୀ, ୧୯୭୦ ଅଙ୍କରେ ପ୍ରକାଶିତ କଲେ । ପତ୍ରର ସାହିତ୍ୟିକ ଭାଷା, ଭାବନାତ୍ମକ ଓ ରସାତ୍ମବୋଧକ କାରଣ ଯୋଗୁଁ ଏହି ପତ୍ର ଏଠାରେ ପ୍ରକାଶିତ ହେଉଅଛି ।

ପ୍ରିୟ ଲେଖକ ମହାଶୟ,

ନିର୍ବାସିତଙ୍କ କଥା ପଠନ କଲି । ବିଚାରପୂର୍ବକ ପାଠ କଲି । ଆପଣଙ୍କ ଲେଖା ମୂଳତଃ ମହାରାଷ୍ଟ୍ରରେ ଲୋକପ୍ରିୟ ଅଟେ ଏବଂ ଏହି କାହାଣୀର ବିଷୟବସ୍ତୁ ତ ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ । ଏଣୁ ଏହି କାହାଣୀରେ ପ୍ରେମ, ଅନୁକମ୍ପା, ଆଦର, ତିରସ୍କାର, ସନ୍ତାପ, ଦୁଃଖ, ଆଦି ନାଦାବିଧ ଭାବ ଅତି ପ୍ରଖରତାର ସହିତ ଉତ୍କୀର୍ଣ୍ଣ ହୋଇଛି । ଆପଣଙ୍କ ମନୋବାଞ୍ଛା ତଥା ଆପଣଙ୍କ ବିବିଧ ବିଚାର-ତରଙ୍ଗ ବାସ୍ତବିକତାର ପୃଷ୍ଠଭୂମିରେ ଆପଣ ଶବ୍ଦାଙ୍କିତ କରିଛନ୍ତି । ତେଣୁ ଆପଣଙ୍କ ‘ଡାକ ବଙ୍ଗଳା’ ଅପେକ୍ଷା (ଡାକ ବଙ୍ଗଳା ଶ୍ରୀ ମାଦଖୋଲକରଙ୍କ ଏକ ଉପନ୍ୟାସ) ଆପଣଙ୍କ ‘ଭଗ୍ନଘର’ (ଏହା ବି ତାଙ୍କରି ଅନ୍ୟ ଏକ ଉପନ୍ୟାସ) ସାହିତ୍ୟ ଦୃଷ୍ଟିରୁ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିବ ।

ଶ୍ରୀମାନ ଲେଖକ ମହାଶୟ ! ଆପଣଙ୍କ ଆନ୍ଦୋଳନ ଏବଂ ଆପଣଙ୍କ ଅସାମାନ୍ୟ ବ୍ୟକ୍ତିତ୍ୱର ମୁଁ ପ୍ରେମୀ ଅଟେ । କିଛି ସମୟ ପାଇଁ ଆପଣଙ୍କ ସହିତ ରହିବାର ସୁଖଦ ଅନୁଭୂତି ବି ମୁଁ ପ୍ରାପ୍ତ କରିଅଛି । ପୂର୍ବରୁ ଆପଣଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଥିଲା ଆଜି ବି ଆପଣଙ୍କ ପୁସ୍ତକ ପଢ଼ିବା ପରେ ସମପରିଣାମରେ ଆପଣଙ୍କଠି ମୁଁ ନତମସ୍ତକ ଅଟେ । ମୁଁ ଏହା ବି ଜାଣେ ଯେ ମୋ ବିଷୟରେ ଆପଣଙ୍କ ଅନ୍ତଃକରଣରେ ଅତ୍ୟଧିକ ତିରସ୍କାର ବିନା ଅନ୍ୟ କୌଣସି ଭାବନା ଆଜି ନଥିବ ।

ଏ ବିଷୟରେ ବି ମୁଁ ଲେଖୁଛି । ମୋତେ ବିଶ୍ୱାସ ଯେ ଆପଣ ଏହା ପଢ଼ିବେ ଏବଂ ଏହା ଉପରେ ବିଚାର କରିବେ । ମୁଁ ବି ଆଜି ଏହି ଶବ୍ଦସବୁ ସ୍ୱର୍ଗାରୋହଣର ସ୍ଥିତିରେ ଥାଇ ଲେଖୁଛି । ମୋର ଚିତ୍ତବୃତ୍ତି ଶାନ୍ତ ଅଛି । ମନ ଉଲ୍ଲସିତ । ମୋ ପ୍ରତୀତ ହେଉଛି ଆପଣଙ୍କ କୃତିସବୁ ପୃଷ୍ଠଭୂମି ଯେପରି ବାସ୍ତବିକତାରେ ପର୍ଯ୍ୟବେସିତ ସେହି ପ୍ରକାର ମୋର ଏହି ପତ୍ର ପଛରେ ଅନନୂଭୁତ ଏବଂ କ୍ୱଚିତ ଦୃଷ୍ଟିଗୋଚର ହେଉଥିବା ପାଶ୍ୱର୍ଭୂମି ଚିତ୍ରିତ ଅଛି । ମୁଁ ପତ୍ରକାର ଥିଲି, କିନ୍ତୁ ସାହିତ୍ୟିକ ନୁହେଁ । ତଥାପି ସାହିତ୍ୟ ମୋର ରୁଚି ବିଷୟ, ଏବଂ ସାହିତ୍ୟର ଅଳ୍ପ କିଛି ଆସ୍ୱାଦ ଚାଖିବାର ଲାଳସା ମୋର ଅଛି । ଏପରି ମୋର ଧାରଣା ଅଟେ ଏବଂ ଏଥିପାଇଁ ମୋତେ ଲାଗୁଛି ଯେ ଯେଉଁ ପରିସ୍ଥିତିରେ ମୁଁ ଏ ପତ୍ର ଲେଖୁଛି ତାହା ଏକ ସାହିତ୍ୟିକର ହୃଦୟକୁ ଥରହର ନକରି ରହିପାରିବନି । ଅସ୍ତୁ ।

ଆପଣଙ୍କ ‘ ଏକ ନିର୍ବାସିତଙ୍କ କାହାଣୀ’ରେ ଆପଣଙ୍କ ଏହି ପ୍ରସଙ୍ଗର ଆହୁରି ବି ଅନେକ ନିର୍ବାଚିତଙ୍କ ବିଧ୍ୱଂସର ବର୍ଣ୍ଣନା ଅଛି । ଏହି ବିଧ୍ୱଂସ ବିଷୟବସ୍ତୁ ମୂଳରେ ନିହିତ ଅଛି ଗାନ୍ଧୀ-ବଧର କାରଣ । ଆପଣଙ୍କ ଅନ୍ତଃକରଣ ଗାନ୍ଧୀ ବଧ ଯୋଗୁଁ ବ୍ୟଥିତ । ଆପଣଙ୍କ ମଧ୍ୟରୁ ଜଣେ ଏହି ହତ୍ୟା ରଚିଲା ସେଥିପାଇଁ ଲଜ୍ଜା ଓ ସନ୍ତାପରେ ଆପଣ ଜଡ଼ସଡ଼ । ବିଧ୍ୱଂସ କାରଣରୁ ଆପଣଙ୍କ ଭାବନା ଉଦ୍ୟୋଗ, ଅନୁକମ୍ପା ଏବଂ ଅନ୍ୟ ବିକାରର କହ୍ଲୋଳରେ ଶିହରିତ ।

ଉପଯୁକ୍ତ ଘଟଣା ଯେମିତି ଯେମିତି ମୁଁ ଜାଣିଲି, ମୋର ଭାବନା ବି କିଛି ମାତ୍ରାରେ ଆପଣଙ୍କ ଭଳି ହୋଇଗଲା । ଆପଣ ମାନନ୍ତୁ ବା ନ ମାନନ୍ତୁ । କିନ୍ତୁ ମୂଳତଃ ମୁଁ ନିର୍ଦ୍ଧୟ ବୃତ୍ତିର ମନୁଷ୍ୟ ନୁହେଁ । ସହୃଦୟତା ଏବଂ ସର୍ବସାଧାରଣରେ ସୌଜନ୍ୟ ଆଚରଣ ମୋର ସ୍ୱଭାବ । କେବଳ ମୋର ମିତ୍ର ନୁହେଁ, ଅନେକ ଜେଲ ଅଧିକାରୀ, ଏବଂ ଜେଲର ମୋର ଉକ୍ତ କଥନର ପୁଷ୍ଟି କରିବେ । ଆପଣ ଏହାର ଛାନଭିନ୍ କରିପାରିବେ ।

ତାହେଲେ ମୁଁ ଏହି ଭୟାନକ କୃତ କ’ଣ ପାଇଁ କରିଲି ? ଲେଖକ ମହାଶୟ ! ଏହା ସହିତ ଆପଣଙ୍କଠି ମୋର ବିନତି ଯେ କବିର ଦିବ୍ୟ ଦୃଷ୍ଟିରେ ଅଥବା ମନୋବୈଜ୍ଞାନିକର ସୂକ୍ଷ୍ମ ଦର୍ଶିକା ସାହାରରେ ମୋ ନିମ୍ନଲିଖିତ ବିଚାରକୁ ଆପଣ ଦେଖନ୍ତୁ ଏବଂ ଚାହିବେ ତ ସେସବୁ ଆଡ଼େଇଯିବେ ।

ମୋର କ୍ରୁର କୃତର ଉଦ୍ଗମ ସହୃଦୟତା ଭାବନାରେ ଅଛି । ଜନ-ନିନ୍ଦା ଅଥବା ମୃତ୍ୟୁଦଣ୍ଡ, ଏହି ଦୁଇ ପରିଣାମ ବିଷୟରେ ମୁଁ ଜାଣିଥିଲି । ତଥାପି ଉପଯୁକ୍ତ ଭାବନାର ତୁଳନାରେ ମୋତେ ତାହା ତୁଚ୍ଛ ପ୍ରତୀତ ହେଲା ।

ନ୍ୟାୟାଳୟରେ ମୁଁ ଦେଇଥିବା ବ୍ୟକ୍ତବର ଅଧିକାଂଶ ବିବୃତ୍ତି ସତ୍ୟ ଇତିହାସ ଅଟେ ଏବଂ କିଛି ଭାଗ ଅନ୍ତଭାବନା ନିଃସରିତ ସାହିତ୍ୟିକ ପରିଭାଷା । କିନ୍ତୁ ଏସବୁ ଲୋକଙ୍କ ସାମ୍ନାକୁ ଆଣିବାକୁ ସରକାର ଭୟ କରୁଛନ୍ତି । ସେହି ବୟାନର ଯଦି ଆପଣଙ୍କୁ ସତ୍ୟ ଓ ପ୍ରଣିଧାନଯୋଗ୍ୟ ବିଦିତ ହେଉଛି, ତାହେଲେ ମୋର କୃତର କାରଣ ଉତ୍ତମ ରୂପେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବ । ଆପଣ ମୋ ନିନ୍ଦା ଯେତେ ବି କରନ୍ତୁ, କିନ୍ତୁ ମୋର ଭାବନାର ନିନ୍ଦା କରିବା ଆପଣ ପାଇଁ ଉଚିତ ହେବନାହିଁ ।

ଦେଶ ବିଭାଜନ ନିଷ୍ପତ୍ତି ଲୋକଙ୍କୁ ଅନ୍ଧାରରେ ରଖି କରାଗଲା । ନେତାଗଣ ମଧ୍ୟ ଅନ୍ଧ ବିଚାର ପୂର୍ବକ ଏପରି ଦେଶର ବିଭାଜନ ସ୍ୱୀକାର କଲେ । ଗାନ୍ଧୀ ଯଦି ସତ୍ୟବାଦୀ ହେଇଥାନ୍ତେ ତାହେଲେ, ଦେଶ ବିଭାଜନକୁ ବିରୋଧ କରିଥାନ୍ତେ, ବିଶ୍ୱ ବିରୋଧ ନ କରୁ ପଛେ । ସେ ଲୋକଙ୍କୁ ପରିସ୍ଥିତି ବିଷୟରେ ହୃଦବୋଧ କରାଇଥାନ୍ତେ, ସେମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥାଆନ୍ତେ ଏବଂ ସମସ୍ତଙ୍କ ମତକୁ ସେ ମାନ୍ୟତା ଦେଇଥାନ୍ତେ । କିନ୍ତୁ ଦେଶ ବିଭାଜନ ପଶ୍ଚାତ୍ ହିଁ ଆମର ପୂଜାମୂର୍ତ୍ତି ଅଖଣ୍ଡ ଭାରତମାତା ଭଗ୍ନ ହେଲା ତଥାପି ଆଜିର ରାଷ୍ଟ୍ରୀୟ ନେତାଗଣଙ୍କ ଏହି ପ୍ରକାରର ଅତ୍ୟାଚାରୀର ବିରୋଧ କରିବା ଭଳି କଳ୍ପନା ମୋ ମସ୍ତିସ୍କରେ ଆସିିନଥିଲା । ବିଭାଜନ ପଶ୍ଚାତ୍ ଏବଂ ୩୦ ଜାନୁଆରୀ , ୧୯୪୮ ପୂର୍ବରୁ ଦୁଇ ଥର ମୁଁ ଦିଲ୍ଲୀ ଏବଂ ପଞ୍ଜାବ ଗଲି, ମୁଁ କ’ଣ ଦେଖିଲି ? ମୋର ବିଚାରରେ ତାହା ମର୍ମାନ୍ତିକ, କାରୁଣିକ, ଅମାନବୀୟ ଅଘଟିତ ଏବଂ ବିଭତ୍ସ ୧୭ ଜାନୁଆରୀ ୧୯୪୮ ଥିଲା । ମନରେ କିଛି କଳ୍ପନା ଥିଲା, କିନ୍ତୁ ତାହା ଅଧୁରା ଥିଲା । କିନ୍ତୁ ଦିଲ୍ଲୀର ବାତାବରଣରେ ଦେଖି ମୁଁ ମନ ଦୃଢ଼ କଲି, କିଛି କଠୋର ନିଷ୍ପତ୍ତି ନେବା ପାଇଁ । ମୁଁ ଦେଖିଲି ମନୁଷ୍ୟ ପ୍ରତି ଏପରି କ୍ରୁରତାର ପ୍ରତିରୋଧ ପାଇଁ ଦୁଃସାହସି୍ ମାର୍ଗ ଆପଣେଇବା ଅନିବାର୍ଯ୍ୟ ଅଟେ ।

ଗାନ୍ଧୀଜୀଙ୍କ ଅନ୍ତିମ ଉପବାସ ମୁସଲମାନଙ୍କ ସମସ୍ୟାର ସମାଧାନ ପାଇଁ ଥିଲା ଏବଂ ହିନ୍ଦୁଙ୍କ ଉପରେ ପ୍ରାରମ୍ଭରୁ ହୋଇଥିବା କ୍ରୁର ଅତ୍ୟାଚାରକୁ ଦୟା ନାମରେ ଭୟାନକ ଆଘାତ କରାଗଲା । ଗଛ ତଳେ ରହିବା ସମ୍ଭବ ନଥିଲା, ସହିହେଲାନି, ତେଣୁ ନିର୍ବାସିତ ମସଜିଦ ଏବଂ ମନ୍ଦିର ଛାତ ତଳେ ଆଶ୍ରୟ ଖୋଜିନେଲେ । କିନ୍ତୁ ମଜସିଦର ଉପଯୋଗ ମାନବ ଜୀବନରକ୍ଷା କରିବା ପାଇଁ ଉପଯୋଗ ନହେବା ଲାଗି ଗାନ୍ଧିଜୀ ପ୍ରାଣପଣେ ଚେଷ୍ଟା କଲେ । ସେ ନିର୍ବାସିତଙ୍କ ସୁବିଧା, ଆଶ୍ରୟ ପାଇଁ କୌଣସି ବ୍ୟବସ୍ଥା ନକରି ଗାନ୍ଧୀବାଦୀ ଶାସନ ସତ୍ତାର ସହସ୍ର ନିର୍ବାସିତ ପୁରୁଷ-ସ୍ତ୍ରୀ ବାଳକଙ୍କୁ ନଳାରେ ଅଥବା ରାସ୍ତାରେ ଧାରରେ ଶୀତଦିନରେ ରହିବାକୁ ବାଧ୍ୟ କଲେ ଏବଂ ୫୫ କୋଟି ଟଙ୍କା ପାକିସ୍ତାନକୁ ଦେଲେ ।

ଲେଖକ ମହାଶୟ ! କ୍ଷଣଟିଏ ପାଇଁ ବିଚାର କରନ୍ତୁ । ସେହି ସହସ୍ରାବଧି ସୁଶୀଲ କିନ୍ତୁ ବିସ୍ଥାପିତ ପଞ୍ଜାବୀ ମହିଳାଙ୍କ ମଧ୍ୟେ ଆପଣ ଧର୍ମପତ୍ନୀ ଥାଇପାରନ୍ତି । ନା ନା । ଏପରି କଳ୍ପନା ବି କ୍ଷଣାର୍ଦ୍ଧରୁ ଅଧିକ କରିବେନି । କିନ୍ତୁ ଏପରି ଅତ୍ୟାଚାରୀଙ୍କୁ ଦୟା ନାମରେ ଦାନ କରି ମନୁଷ୍ୟ ବିଷୟରେ ଆପଣ କେଉଁ ଭାବନାରେ ଲିପ୍ତ ହେବେ ? ଏହି କଥା ଭାବନାମୟ କଳ୍ପନା ନୁହେଁ, ସତ୍ୟ ସ୍ଥିତି ଅଟେ ।

ଦୟା ନାମରେ ଉଦ୍ଧଣ୍ଡ କାର୍ଯ୍ୟର ପ୍ରୋତ୍ସାହନ, ପାକିସ୍ତାନରେ ହେଉଥିବା ଅତ୍ୟାଚାର ଏବଂ ହିନ୍ଦୁ ପ୍ରାନ୍ତର କିଛି ସ୍ଥାନରେ ହେଉଥିବା ପ୍ରତିକ୍ରିୟା ଯୋଗୁଁ ମୁସଲମାନଙ୍କ ଉପରେ ହୋଇଥିବା କ୍ରୁରତା ଏବଂ ଗାନ୍ଧୀଜୀଙ୍କ ହଠ ହିଁ ମୋର ଚରମ କାର୍ଯ୍ୟର କାରଣ ଅଟେ । ଯେଉଁ ପ୍ରକାରେ ଶବ୍ଦରେ ଘଟଣାବଳୀର ଅନୁଶୀଳନ କରନ୍ତୁ ଏବଂ ମଝି ମଝିରେ ଇଂରେଜଙ୍କୁ ଦୋଷ ଦିଅନ୍ତୁ ତାହେଲେ ବି ଉପଯୁକ୍ତ ସତ୍ୟକୁ ଲୁଚାଯାଇ ପାରିବନି ।

ଗାନ୍ଧୀବାଦ ଏବଂ ଗାନ୍ଧୀଜୀଙ୍କ ମହାନତା ନାମରେ ନିଜ ରାଷ୍ଟ୍ର ଉପରେ ବିଚାରଶକ୍ତି ଏବଂ ସଦ-ବିବେକତାର ବିପରୀତ କଥା ଲଦି ଦିଆଯାଉଥିଲା । ହାଇଦ୍ରାବାଦର ସମସ୍ୟା ସମାଧାନ ହେଉଥିଲା ଏବଂ ରାଷ୍ଟ୍ରଭାଷା ଭଳି ମହତ୍ୱପୂର୍ଣ୍ଣ ସମାଧାନର ଦ୍ୱାରଦେଶରେ ପହଞ୍ଚି ପାରୁନଥିଲା । ସମ୍ଭାବ୍ୟ ବିଡ଼ମ୍ବନା ଏବଂ ଭୟାନକ କ୍ରୁରତା ରୋକିବା ପାଇଁ ମୁଁ ସଂକ୍ଷେପରେ ଏକ ଛୋଟ କ୍ରୁର କୃତ୍ୟ କରିବା ପାଇଁ ପ୍ରବୃତ୍ତ ହେଲି ।

ହିରୋସୀମା ଉପରେ ଅଣୁବୋମା ଫିଙ୍ଗି ଗୋଟିଏ କ୍ଷଣରେ ଦେଢ଼ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲିଥିବା ରାଷ୍ଟ୍ରର ପ୍ରଶଂସା କରିବା ପାଇଁ ଆଜି ଆମର ଅହିଂସକ ରାଷ୍ଟ୍ର ବ୍ୟସ୍ତ ଏବଂ ଏପରି କୁହାଯାଏ ଯେ ଦେଢ଼ ଲକ୍ଷ ଲୋକ ମରନ୍ତୁ କିନ୍ତୁ ଏଥିଦ୍ୱାରା ଲକ୍ଷ ଲକ୍ଷ ଲୋକ ତ ବଞ୍ଚିଗଲେ । ତାହେଲେ ମୁଁ ବି ଏହାହିଁ କହୁଛି, ଗାନ୍ଧୀଜୀଙ୍କ ହତ୍ୟା କରାଗଲା, ଆମ ଭଳି କିଛି ଲୋକ ଫାଶୀ ପାଇବୁ, ଅନେକ ନିର୍ବାସିତ ହେଲେ, ସେମାନଙ୍କ ଭିତରୁ ଆପଣ ମଧ୍ୟ ଜଣେ । କିନ୍ତୁ ସତ୍ୟ ଏବଂ ଦୟା ନାମରେ ହେଉଥିବା ଭୟାନକ ନରସଂହାର ତତ୍କାଳ ନିମନ୍ତ୍ରଣକୁ ଆସିଗଲା ।

ଗାନ୍ଧୀଜୀଙ୍କ ରାଷ୍ଟ୍ରସେବା ପାଇଁ ତାଙ୍କୁ ଶତକୋଟି ପ୍ରଣାମ । କିନ୍ତୁ ରାଷ୍ଟ୍ରସେବକଙ୍କୁ ବି ରାଷ୍ଟ୍ର-ଚ୍ଛେଦ ଏବଂ ରାଷ୍ଟ୍ରଶତ୍ରୁକୁ ସହାୟତା ଦେବା ଭଳି ଅଧିକାର ନାହିଁ । ଯେଉଁ ଜନତାଙ୍କ ଏହି ରାଷ୍ଟ୍ର ସେମାନଙ୍କୁ ବୁଝାଇ ଏବଂ ବିଚାର ବିମର୍ଶ ଦ୍ୱାରା ପ୍ରଶ୍ନର ସମାଧାନ କରାଯାଇପାରିବ । କିଛି ନେତା ଅନ୍ଧାରରେ କିଛି ନିର୍ଣ୍ଣୟ ନେଇ ଅଥବା ମହାତ୍ମା ଉପବାସର ଭୟ ଦେଖାଇ ଯେପରି ବିଚିତ୍ର ବାଧକ ନୀତି ଲୋକଙ୍କ ଉପରେ ଲଦିଦେଲେ, ତାହାର ପରିଣାମ ସ୍ୱରୂପ ବିସ୍ଫୋଟନ ହେବନି ତ କ’ଣ ହେବ? ଏହି କଥା ବି ଦୃଷ୍ଟିକୁ ଆସିବା ଦରକାର ।

ମୋର ବିନତି ଯେ ଦେଶର ଲକ୍ଷାଧିକ ଅଭାଗା ନିର୍ବାସିତ ନରନାରୀଙ୍କ ହୃଦୟ ବିଦାରକ କଥା ଆପଣ ଲେଖନ୍ତୁ ଏବଂ ବିଶ୍ୱକୁ ସ୍ପଷ୍ଟ ରୂପେ ଦର୍ଶାନ୍ତୁ ଯେ ଏହି ଅମାନବୀୟ କୃତର କାରଣ ଗାନ୍ଧୀବାଦ ଅଟେ । ଗାନ୍ଧିଜୀଙ୍କ ଯେତେ ବନ୍ଦନା ହେଉ ପଛେ ନିଜ ରାଷ୍ଟ୍ରକୁ ଆଉ କେବେ ବି ଗାନ୍ଧୀବାଦ ଭଅଁର ଭିତରେ ଫଶିବାକୁ ଯେପରି ନ ଦିଆଯାଉ । ଆଜି ଗାନ୍ଧିବାଦ ମୃତପ୍ରାୟ । ମୋ ମୃତ୍ୟୁଦଣ୍ଡ ଗାନ୍ଧୀବାଦୀ ଅଂହିସକ ନ୍ୟାୟ ଏବଂ ରାଜ୍ୟ-ଶାସନକୁ ବ୍ୟର୍ଥ ସିଦ୍ଧ କରୁଛି ।

ଦୟାପୂର୍ବକ ଯଦି ମୋତେ ଜୀବନ-ଦାନ ଦିଆଯାଏ, ତାହା ମୋ ପାଇଁ ମୃତ୍ୟୁ ସମାନ ହେବ । କିନ୍ତୁ ମୋର ଏହି ସ୍ୱର୍ଗାରୋହଣ ଗାନ୍ଧୀବାଦର ମୃତ୍ୟୁ ଅଟେ । ଏପରି କୃତ କରି କୌଣସି ପାପ କରିନାହିଁ । ଏଣୁ ମୋ ଆତ୍ମା ଆଘାତ ସନ୍ତାପିତ ନୁହେଁ । ଏଣୁ ଏହି କୃତ ପାଇଁ ପାପ-ପ୍ରକ୍ଷାଲନ ପ୍ରାର୍ଥନା କରିବା ମୋ କଳ୍ପନାରେ ବି ନାହିଁ । ଯଦିବି ଆପଣ ପଞ୍ଚମହାପାତକର ମାଳା ମୋ ପାଇଁ ପ୍ରସ୍ତୁତ କରିଛନ୍ତି ତାହେଲେ ମୁଁ ବି ଆପଣଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଭଳି ଇଚ୍ଛା ନାହିଁ । କିନ୍ତୁ ମୁଁ ଆପଣଙ୍କ ବିଚାରକୁ ପୋଷାକ ଯୋଗାଇବାକୁ ଚାହେଁ । ପଢ଼ନ୍ତୁ, ବିଚାର କରନ୍ତୁ ଏବଂ ଯଦି ସ୍ୱୀକାର୍ଯ୍ୟ ନୁହେଁ ତାହେଲେ ତାକୁ ଫୋଫାଡ଼ି ଦେବାକୁ ଆପଣ ସ୍ୱଚ୍ଛନ୍ଦ ଅଟନ୍ତି । କିନ୍ତୁ ତା ପରେ ବି ଏତିକି କହିବାକୁ ମୁଁ ନିଶ୍ଚୟ ଚାହିଁବି ଯାହାର ଅନ୍ତଃକରଣ ଆପଣଙ୍କ ଅନ୍ତକରଣ ଅପେକ୍ଷା ଟିକେ ବି କମ୍ ସହୃଦୟ ନୁହେଁ, ଏବଂ ଯେଉଁ ପାପ ଯେତିକି ସୁସଂସ୍କୃତ ହେଉ, ସେ ଗାନ୍ଧୀ-ବଧ କରିଛି, ଏହି କଥାର ବିଷ୍ଲେଶଣ ଆପଣଙ୍କୁ କରିବାକୁ ପଡ଼ିବ ।

ଗାନ୍ଧୀଜୀ ଅମର କିନ୍ତୁ ଗାନ୍ଧୀବାଦ ମୃତ୍ୟୁଶଯ୍ୟାରେ । ଭ୍ରମକ ତୁଷ୍ଟୀକରଣ ଦ୍ୱାରା ତନ୍ତ୍ରର ବଳି ହେବା ଦିନ ସମାପ୍ତ ହେଲାଣି । ବୁଦ୍ଧୀବାଦର ପ୍ରଭାତକାଳ ଉଦୟ ହେଉଅଛି ।

ପ୍ରିୟ ମାଦଖୋଲକର ଜୀ ! ମୋ ଅନ୍ତିମ ପ୍ରଣାମ ସ୍ୱୀକାର କରିବେ ଅଥବା ତିରସ୍କାର କରିବା, ଏହା ଆପଣଙ୍କ ଇଚ୍ଛା । ମୋର ବିନତୀ ଆପଣ ଏହାକୁ ସ୍ୱୀକାର କରନ୍ତୁ । ଆପଣଙ୍କ ଏହି କାହାଣୀ ପ୍ରକାଶନର ସହାୟତା ଦେବା ବ୍ୟକ୍ତିବିଶେଷଙ୍କୁ ମୋର ଧନ୍ୟବାଦ କହିବେ । ଗୁରୁବର୍ଗ ଅରୁଣାସାହେବ କର୍ବେଙ୍କୁ ମୋର ଅନ୍ତିମ ବିନୟପ୍ରଣାମ ଜଣାଇଦେବେ । ଆଉ କ’ଣ ଲେଖିବି? କ୍ରୁର କୃତ କରିବା ପାଇଁ ପ୍ରେରଣା ପରିସ୍ଥିତିରୁ ମିଳିଲା । କେବଳ ଦୁଃଖ ଏଇଥିପାଇଁ । ସ୍ୱର୍ଗାରୋହରଣ ପ୍ରଶ୍ନକୁ ନେଇ ମୋ ମନରେ କୌଣସି ଅଶାନ୍ତି ନାହିଁ ।

ଆପଣଙ୍କ ଶୁଭେଚ୍ଛୁ
ନାଥୁରାମ ଗଡ଼ସେ
ଅମ୍ବାଲା ବନ୍ଦୀଗୃହ
୧୪ ନଭେମ୍ବର, ୧୯୪୯

ପୁନଃ ଲକ୍ଷାଧିକ ନିର୍ବାସିତଙ୍କ ପାଇଁ ଏହି କାହାଣୀ ଅବଶ୍ୟ ଲେଖିବେ । ଆପଣଙ୍କ ଲେଖନୀ ଶୈଲୀ ଚମତ୍କାର, ଅନ୍ତଃକରଣ କୋମଳ ଅଟେ । ନାଥୁରାମ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top