ଏଠି କିଏ ନୁହେଁ କାହାର,
ସ୍ୱାର୍ଥ ଥିବା ଯାଏ ତୁମେ ସଭିଙ୍କର
ସରିଗଲେ ସମସ୍ତେ କରନ୍ତି ଅନାଦର ।।
ଭାବିଥିଲି ଜୀବନଟା ହୁଅନ୍ତା କି
ଏକ ସରଳ ରେଖା ..!!
ଦେଖେ କିନ୍ତୁ ଜୀବନଟା ସମୟର
ଲହରୀ ର ଢେଉ ବଙ୍କା ଟଙ୍କା
କେବେ ବି ହୁଏନା ସରଳ ।
ଖାଲି ଯାହା କରୁଥାଏ ସମ୍ପର୍କକୁ ଜଟିଳ ।।
ଦିନ ଥିଲା ମୋ ପାଇଁ
ଅନେକ ଆସୁଥିଲେ ଭିଡ଼ି
ମୁଁ ଚଢ଼ୁଥିଲି ସୋପାନର ସିଡି
ଜାଣିନଥିଲି ସେଥିରେ ବି ଥିଲା
ତାଙ୍କ ମନଗଢା କାହାଣୀ
ଭିତରୁ ଭାଙ୍ଗୁଥିଲେ ମତେ ।
ସ୍ୱାର୍ଥ ସର୍ବୋପରି,
ମିଛରେ ଚାଲୁଥାଏ ସଂସାରର ଘଡି ।
ସ୍ୱାର୍ଥ ହୋଇଲେ ପୁରଣ
ସମସ୍ତେ କରନ୍ତି ନମସ୍କାର
ଯୋଡ଼ି ଦୁଇ ହସ୍ତ
ନ ହେଲେ ସମସ୍ତେ କରନ୍ତି ଅପଦସ୍ତ ।
ଏଠି ଚିହ୍ନା ମୁହଁଟି ଦରକାର ବେଳେ ଦେଖାଏ ଅଚିହ୍ନା ରୂପ
ଅଚିହ୍ନା ରୂପକୁ ବି କିଛି କହି ହୁଏନା କାରଣ ସେ ରୂପରେ ବି ଲୁଚିଥାଏ
ଅନ୍ୟ ଏକ ରୂପ ।
ଏମିତି ବି କିଛି ଚିହ୍ନା ମୁଁହ ଖୋଜିଲେ ଲାଗେନି ଅଚିହ୍ନା
ଲାଗେ ଆପଣାର ।
ବନ୍ଧୁର ବନ୍ଧୁତ୍ୱ, ଭାଇର ଭାତୃତ୍ୟ
କିଏ ବା ଦେବ ତା ମୂଲ୍ୟ ..?
ସବୁ ଚିହ୍ନା ମୁହଁ ଅଚିହ୍ନା ଲାଗିଲେ
କେମିତି ପାଇବା ଜୀବନ ମୂଲ୍ୟ ।
