ପ୍ରବନ୍ଧ

ଅପାତ୍ରରେ ଦାନ

Shraddhananda Moharana's Odia Prose Apatrare Dana

ହାୟ ! ମୁଁ ବି ଏମିତି କିଛି କରିପାରିଥାନ୍ତି, ଯାହା ଦ୍ୱାରା ଲୋକେ ମୋ ନାମ ସମ୍ମାନ ସହିତ ନେବେ।

ନିର୍ଭୟ ହୋଇ ହରିଣୀଟିଏ ସିଂହମାନଙ୍କ ସହିତ ଚାଲୁଥିଲା । ସତ୍ୟଜିତ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ – ‘ତୁମେ ଏହି ଭୟଙ୍କର ପଶୁମାନଙ୍କ ସହିତ ମିଳାମିଶା କରୁଛ, କିଛି ଡର ଲାଗୁନି?’

ହରିଣୀ ଉତ୍ତର ଦେଲା – ‘କିଛି ବର୍ଷ ପୂର୍ବେ ଜଣେ ସିଂହୀ ମରିଗଲା । ତାଙ୍କର ଦୁଇଟି ଛୁଆ ଭୋକ ଶୋଷରେ ଆଉଟୁ ପାଉଟୁ ହେଉଥିଲେ । ମୋତେ ସେମାନଙ୍କ ଉପରେ ଦୟା ହେଲା । ମୁଁ ସେମାନଙ୍କୁ ମୋ ଛୁଆମାନଙ୍କ ପରି ଦୁଧ ପିଆଇଲି । ଆଉ ବର୍ତ୍ତମାନ ସେମାନେ ଯୁବକ, ମୁଁ ସେମାନଙ୍କ ସହିତ ଚାଲୁଥିଲି, ହଁ ସାରା ଜଙ୍ଗଲରେ ଘୋଷଣା କରିଦେଇଛନ୍ତି -ଆମର ମା’ ଉପରେ ଯେମିତି କେହି ନଜର ପକାଇବେ ନାହିଁ ବୋଲି ।’”

“ଏହି କଥା ଗଛ ଉପରେ ବସିଥିବା ଗୋଟେ ଶୁଆ କାନରେ ପଡ଼ିଲା ଭାବିଲା – ‘ହାୟ ! ମୁଁ ବି ଏମିତି କିଛି କରିପାରିଥାନ୍ତି, ଯାହା ଦ୍ୱାରା ଲୋକେ ମୋ ନାମ ସମ୍ମାନ ସହିତ ନେବେ।’

କିଛିଦିନ ପରେ ଗୋଟେ ସାପକୁ କ୍ଷତାକ୍ତ ଅବସ୍ଥାରେ ଶୁଆଟି ଦେଖିଲା । ମୁଣ୍ଡରେ ତ ପଶିଛି କେମିତି କ୍ଷାତି କମାଇବ । ତଳକୁ ଆସି ସାପର ଯତ୍ନ ନେଲା । ଦିନେ ଦୁଇ ଦିନ ଯତ୍ନ ନେବା ପରେ ସାପ ଠିକ ହୋଇ ଆସିଲା ଏବଂ ସାପ ଶୁଆକୁ ଚୋଟ ମାରି ପଳାଇଲା ।”

କ୍ଷତାକ୍ତ ଶୁଆଟିର ଯତ୍ନ ନେଉ ନେଉ ସତ୍ୟଜିତ ପଚାରିଲେ – ଆରେ ତୋ ଅବସ୍ଥା ଏମିତି କିଏ କଲା ?

ଶୁଆ କହିଲା – ମୁଁ ହରିଣୀର କାହାଣୀରୁ ପ୍ରଭାବିତ ହୋଇ ସାପର ଯତ୍ନ ନେଲି ଆଉ ସିଏ ମୋତେ କାମୁଡି ଦେଲା ।

ସତ୍ୟଜିତ କହିଲେ – ଉପକାର କିମ୍ବା ଦୟା ସେଇମାନଙ୍କୁ ଦେଖାଇବାର ଅଛି ଯେଉଁ ମାନେ ତାର ମୂଲ୍ୟ ବୁଝିପାରିବେ ନଚେତ ଅଧିକାଂଶ ସମୟରେ ସେ ସବୁକୁ ତୁମ ଦୁର୍ବଳତା ଭାବେ ଧରିନିଆଯିବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top