କବିତା

ବନ୍ଧୁ

Susanta Kumar Dalei's odia poem Bandhu

ସତ କହ…
ପେଜ ପେଟେ ପି ସାରିଲା ପରେ
ଆଉ କଣ ଭୋକ ଥାଏ ??

ତୁ କେମିତିକା ବନ୍ଧୁ
ପେଜ ପିଆଇ ସୁନାଥାଳିରେ ଅନ୍ନ ଦେଲେ
କୋଉ ଦାତାପଣକୁ ପାଏ?
ଯଦି ଏତେ ସରାଗ ଥିଲା
କାହିଁକି ନେଲୁନି ମୋତେ ଗହଳିରୁ ଟାଣି
କାହିଁକି ବାଧ୍ୟ କଲୁ ଅନ୍ଧାର ରାତିରେ
ଶୋଇବାକୁ ତୋ ଦୁଆରେ
ମୁଁ ଜାଣେ, ଯଦି ଆନନ୍ଦ ବଜାରେ ଯାଇ ବସିଥାନ୍ତି
ଧୋପଖାଳ ହୋଇଥାନ୍ତା
ଯଦି ରନ୍ଜ ସିଂହାସନ ପାଖରେ ଛିଡା ହୋଇଥାନ୍ତି
ତେବେ ତତେ କରିବାକୁ ପଡିଥାନ୍ତା ମହାସ୍ନାନ

ଏତେ ସବୁକୁ ତତେ ଏତେ ସମୟ କାହିଁ
ମୋର ବି ଆଉ ତତେ ବୁଝିବାକୁ ସମୟ ନାହିଁ
ମୁଁ ଅବଶ୍ୟ ଫେରି ଯାଇଥାନ୍ତି ସକାଳ ପାହିଲେ
କିନ୍ତୁ ଏତେ ରାତିରେ ଆସି
ଅଧାନିଦରୁ ଉଠେଇ କହିଲୁ ଖା ଖା
ମୁହଁ ନେଫେଡେଇ ହସିଲୁ
ଭୁଜ ବିସ୍ତାରି କୁଣ୍ଢେଇ ପକେଇଲୁ
ସତ କହ…
ପେଜ ପେଟେ ପି ସାରିଲା ପରେ
ଆଉ କଣ ଭୋକ ଥାଏ ??…

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top