କବିତା

ବାପା

Usharanani Nayak's odia poem Bapa

ସାଗରଠୁ ବଳି, ତୁମ ପ୍ରେମର ଗଭୀର,
ତୁମେ ବାପା ମୂର୍ତ୍ତିମନ୍ତା ।

ପୃଥିବୀ ଠୁ ବଡ଼ , ଆକାଶ ଠୁ ବଳି ,
ତୁମେ  ପରା ବାପା ମୋର ।

କେମିତି ଲେଖିବି ତୁମର ବଡିମା ,
ଅଟକୁଛି ଲେଖନୀଟେ ମୋର ।

ଦୁଃଖକୁ ସହିଛ, ଲୁହକୁ ପିଉଛ ,
କେତେ କଷ୍ଟେ ତୁମେ ବାପା ।

ତୁମେ ପ୍ରେମ, ତୁମ ଆତ୍ମବଳିଦାନ,
ଆଦର୍ଶ ତୁମେ ମୋ ବାପା ।

ଅନ୍ଧାରରେ ବାପା ଦୀପଟିଏ ତୁମେ,
ମରୁଭୂମେ ଚିରସ୍ରୋତା ।

ସାଗରଠୁ ବଳି, ତୁମ ପ୍ରେମର ଗଭୀର,
ତୁମେ ବାପା ମୂର୍ତ୍ତିମନ୍ତା ।

ସାହସେ ବାନ୍ଧିଛ, ନିରାଶ କରିନ,
ଦେଖାଇ ଜୀବନ ମାର୍ଗ ।

ହାରିବା ଶିଖିନି, ତୁମପାଇଁ ବାପା,
ସତ କର୍ମେ ସଦ ଉଜାଗ ।

ସତ୍ୟ, ଧର୍ମ, ତୁମେ ସିଖାଇଛ ବାପା
ଫିଟାଇ ଜୀବନେ ରାହା ।

ଶାନ୍ତି, କ୍ଷମା, ସେବା ଜୀବନେ ଭରିଛ,
ତୁମେ ହିଁ ଏକା ଆସରା ।

ଝୁଣ୍ଟି ପଡ଼ିଲେ ମୁଁ ଉଠାଇ ଧରିଛ,
ଆଗକୁ ନେଇଛ ବାହି ।

ସଂସାର ମୋଡରେ ଫସି ଯାଇଛି ମୁଁ,
ବାପା ତୁମେ  ଅଛ କାହିଁ ।

ଏ ପୂର୍ଣ୍ଣ ଜଗତେ ତୁମେ ମୋ ନାୟକ,
ତୁମେ ମୋ ଜୀବନ କର୍ତ୍ତା ।

କରିନି ଜଣାଣ କେଉଁ ଦେବତାଙ୍କ,
ତୁମେ ମୋ ଇଶ୍ୱରୀୟ ସତ୍ତା ।

ମାଳିଟିଏ ପରି ଯତନେ ଗଢ଼ିଛ,
ଫୁଲ ପରି ମୋତେ ତୋଫା ।

ବଗିଚାରେ ତୁମେ ସଜେଇ ରଖିଛ,
ମନ ତୁମ କେଡେ ସଫା ।

ହାଡ଼ ଭଙ୍ଗା ଖରେ କେତେ ଯେ ଖଟିଛ,
ହାତେ ଧରି ଲୁହା ବେଡା ।

ଏ ମର୍ତ୍ତ୍ୟ ଭୂବନେ ଥକି ପଡ଼ିଲେନି,
ତୁମେ ପରି କର ଦୃଢ଼ା ।

ଇଚ୍ଛା  ହୁଏ ବାପା ଲୋଟିଯିବି ମୁହିଁ,
ତୁମେ କୋଳେ ଥରେ ଯାଇ ।

ହାରିଗଲେ ଯେବେ କାନ୍ଦିବି କେଉଁଠି ,
ତୁମେ କାନ୍ଧ ଖୋଜେ ମୁହିଁ ।

ଦୁଃଖରେ ହସାଇ ବଞ୍ଚିବା ଶିଖାଇ ,
ସାହାସେ ଗଢ଼ିଲ ତୋଳି ।

ସିଖାଇଲନି ବାପା ଆଗକୁ ଚାଲିଲେ ପଡ଼ିବୁନୁ ଜମା,
ଏ ମାୟା ମୋହ ସଂସାରେ ଟଳି ।

ଯେତେ ଶବ୍ଦ ଅଛି ଅଭିଧାନେ ମୋର ,
ବାପା ଶବ୍ଦ ପରି କାହିଁ ।

ବାପା ଶବ୍ଦ ଥରେ ମୁହେଁ ଉଚ୍ଚାରୀଲେ ,
ନିଆଶି ହୋଇବ ନାହିଁ ।

ମା’ ହୋଇ ତୁମେ କୋଳେ ଧରି ଥିଲ ,
ଗୁରୁ ହୋଇ ଦେଲ ଶିକ୍ଷା ।

ସଂସ୍କାର ତୁମର କେତେ ଯେ ପବିତ୍ର ,
ତୁମ ମନ୍ତ୍ର ଆଉ ତୁମ ଦୀକ୍ଷା ।

ତୁମେ ହିଁ ତାକତ, ତୁମେ ମୋ ସାହସ ,
ତୁମେ ମୋର ଧର୍ଯ୍ୟ , କ୍ଷମା ।

ଜୀଇଁ ଥିବା ଯାଏ ତୁମ ହାତ ଥାଉ ମୋ ମୁଣ୍ଡେ ,
ମୁଁ ତୁମ ହାତ ଗଢା ପ୍ରତିମା ।

ନଦୀଠୁ ବିସ୍ତାର, ପର୍ବତେ ପାଷାଣ
ତୁମ ପରି କେହି ନାହିଁ ।

ତୁମ ଚରଣରେ କୋଟି ବନ୍ଦନା ମୋ
ଚିର ପୂଜନୀୟ ବାପା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top