ପୃଥିବୀ ଠୁ ବଡ଼ , ଆକାଶ ଠୁ ବଳି ,
ତୁମେ ପରା ବାପା ମୋର ।
କେମିତି ଲେଖିବି ତୁମର ବଡିମା ,
ଅଟକୁଛି ଲେଖନୀଟେ ମୋର ।
ଦୁଃଖକୁ ସହିଛ, ଲୁହକୁ ପିଉଛ ,
କେତେ କଷ୍ଟେ ତୁମେ ବାପା ।
ତୁମେ ପ୍ରେମ, ତୁମ ଆତ୍ମବଳିଦାନ,
ଆଦର୍ଶ ତୁମେ ମୋ ବାପା ।
ଅନ୍ଧାରରେ ବାପା ଦୀପଟିଏ ତୁମେ,
ମରୁଭୂମେ ଚିରସ୍ରୋତା ।
ସାଗରଠୁ ବଳି, ତୁମ ପ୍ରେମର ଗଭୀର,
ତୁମେ ବାପା ମୂର୍ତ୍ତିମନ୍ତା ।
ସାହସେ ବାନ୍ଧିଛ, ନିରାଶ କରିନ,
ଦେଖାଇ ଜୀବନ ମାର୍ଗ ।
ହାରିବା ଶିଖିନି, ତୁମପାଇଁ ବାପା,
ସତ କର୍ମେ ସଦ ଉଜାଗ ।
ସତ୍ୟ, ଧର୍ମ, ତୁମେ ସିଖାଇଛ ବାପା
ଫିଟାଇ ଜୀବନେ ରାହା ।
ଶାନ୍ତି, କ୍ଷମା, ସେବା ଜୀବନେ ଭରିଛ,
ତୁମେ ହିଁ ଏକା ଆସରା ।
ଝୁଣ୍ଟି ପଡ଼ିଲେ ମୁଁ ଉଠାଇ ଧରିଛ,
ଆଗକୁ ନେଇଛ ବାହି ।
ସଂସାର ମୋଡରେ ଫସି ଯାଇଛି ମୁଁ,
ବାପା ତୁମେ ଅଛ କାହିଁ ।
ଏ ପୂର୍ଣ୍ଣ ଜଗତେ ତୁମେ ମୋ ନାୟକ,
ତୁମେ ମୋ ଜୀବନ କର୍ତ୍ତା ।
କରିନି ଜଣାଣ କେଉଁ ଦେବତାଙ୍କ,
ତୁମେ ମୋ ଇଶ୍ୱରୀୟ ସତ୍ତା ।
ମାଳିଟିଏ ପରି ଯତନେ ଗଢ଼ିଛ,
ଫୁଲ ପରି ମୋତେ ତୋଫା ।
ବଗିଚାରେ ତୁମେ ସଜେଇ ରଖିଛ,
ମନ ତୁମ କେଡେ ସଫା ।
ହାଡ଼ ଭଙ୍ଗା ଖରେ କେତେ ଯେ ଖଟିଛ,
ହାତେ ଧରି ଲୁହା ବେଡା ।
ଏ ମର୍ତ୍ତ୍ୟ ଭୂବନେ ଥକି ପଡ଼ିଲେନି,
ତୁମେ ପରି କର ଦୃଢ଼ା ।
ଇଚ୍ଛା ହୁଏ ବାପା ଲୋଟିଯିବି ମୁହିଁ,
ତୁମେ କୋଳେ ଥରେ ଯାଇ ।
ହାରିଗଲେ ଯେବେ କାନ୍ଦିବି କେଉଁଠି ,
ତୁମେ କାନ୍ଧ ଖୋଜେ ମୁହିଁ ।
ଦୁଃଖରେ ହସାଇ ବଞ୍ଚିବା ଶିଖାଇ ,
ସାହାସେ ଗଢ଼ିଲ ତୋଳି ।
ସିଖାଇଲନି ବାପା ଆଗକୁ ଚାଲିଲେ ପଡ଼ିବୁନୁ ଜମା,
ଏ ମାୟା ମୋହ ସଂସାରେ ଟଳି ।
ଯେତେ ଶବ୍ଦ ଅଛି ଅଭିଧାନେ ମୋର ,
ବାପା ଶବ୍ଦ ପରି କାହିଁ ।
ବାପା ଶବ୍ଦ ଥରେ ମୁହେଁ ଉଚ୍ଚାରୀଲେ ,
ନିଆଶି ହୋଇବ ନାହିଁ ।
ମା’ ହୋଇ ତୁମେ କୋଳେ ଧରି ଥିଲ ,
ଗୁରୁ ହୋଇ ଦେଲ ଶିକ୍ଷା ।
ସଂସ୍କାର ତୁମର କେତେ ଯେ ପବିତ୍ର ,
ତୁମ ମନ୍ତ୍ର ଆଉ ତୁମ ଦୀକ୍ଷା ।
ତୁମେ ହିଁ ତାକତ, ତୁମେ ମୋ ସାହସ ,
ତୁମେ ମୋର ଧର୍ଯ୍ୟ , କ୍ଷମା ।
ଜୀଇଁ ଥିବା ଯାଏ ତୁମ ହାତ ଥାଉ ମୋ ମୁଣ୍ଡେ ,
ମୁଁ ତୁମ ହାତ ଗଢା ପ୍ରତିମା ।
ନଦୀଠୁ ବିସ୍ତାର, ପର୍ବତେ ପାଷାଣ
ତୁମ ପରି କେହି ନାହିଁ ।
ତୁମ ଚରଣରେ କୋଟି ବନ୍ଦନା ମୋ
ଚିର ପୂଜନୀୟ ବାପା ।
