ନାଟକ

ସ୍ଵପ୍ନ, ସଂଘର୍ଷ, ଆଉ ପ୍ରେମ

Rukmani Palei Odia Play Swapna Sangharsha, aau Prema

ସ୍ଵପ୍ନ ଦେଖିଥିଲି ଆକାଶ ଛୁଇଁବି ବୋଲି,
ସଂଘର୍ଷ ମୋତେ ମାଟିକୁ ନେଇଆସିଲା….

-ପ୍ରଥମ ଦୃଶ୍ୟ-

୧//ରାମ୍:- ଦାୟିତ୍ୱର ବେଡିରେ ବାନ୍ଧି ହୋଇ ସରକାରୀ ଚାକିରୀ ପଛେ ଧାଉଁଥାଏ (ସ୍ଵପ୍ନର ଜଳାଞ୍ଜଳି ଦେଇ) ୨//ଶ୍ରାବଣୀ:- ପ୍ରେମିକା

ରାମ୍:-
( ରାତି ପାଖାପାଖି ୧୦ ଟା ହେବ…..
ଟେବୁଲ୍ ରେ କିଛି କମ୍ପିଟେଟିଭ ବହି ଆଉ କପ୍ ରେ କିଛି ଚାହା, ହାତରେ ଚଷମା ଟା ମୋବାଇଲ ରେ ଅକ୍ଷୟ ମହାନ୍ତିଙ୍କ ଗୀତ ଟା ଚାଲୁଛି…….

ଆଖି ଆଗକୁ ଅନେକ କିଛି ସ୍ଵପ୍ନ ପ୍ରଶ୍ନ ହେଇ ଚାଲିଆସୁଛି ….
ହଠାତ୍ କେହି ଜଣେ କଲିଂ ବେଲ ମାରୁଥିଲା….
ବରଷା ଟା ଘୋ..ଘୋ .. ବରୁସୁ ଥିଲା….
କବାଟ ଖୋଲି ଦେଖିଲି ତ ଶ୍ରାବଣୀ …..)
“ଏତେ ରାତିରେ ଶ୍ରାବଣୀ ତୁମେ…”

ଶ୍ରାବଣୀ:-
ହଁ ଏଇ ପାଖ ମେସ ରେ ବି.ଏଡ଼. ଆଡ଼ମିସନ ନେଇଛି ମ… ପାଖରେ ବୁକ ଷ୍ଟୋର ଅଛି ଜାଣି ରହିପାରିଲିନି…
ମୋର ତ ଅଭ୍ୟାସ ତୁମେ ଜାଣ ଥରେ ଯଦି ମୋ ମନ ପସନ୍ଦ ବୁକ ମିଳିଛି ତାକୁ ନ ସାରି ଆସିପାରେନା…
ଆଉ ଜାଣିବାକୁ ପାଇଲି ଏଇ ବୁକ ଷ୍ଟୋର ପାଖ ରୁମରେ ତୁମେ ରହୁଛ..
ତ ବର୍ଷା ଟା ଜୋର୍ ହେଉଥିଲା ତ ଚାଲିଆସିଲି …
ବର୍ଷା ଟା ଛାଡ଼ି ଗଲେ ଚାଲିଯିବି…….!

ରାମ୍:-
ହଁ ହଁ ଭଲ କଲ…
ତମେ ତ ପୁରା ପୁରି ଭିଜି ଯାଇଛ…
ଏଇ ନିଅ ଟାୱେଲ ଟା ପୋଛି ହୋଇ ପଡ….
କଫି ପିଇବ ନା ଚା’ ପିଇବ…?

ଶ୍ରାବଣୀ:-
ତୁମେ କ’ଣ ଜାଣନା ମୁଁ କଣ ପିଏ…

ରାମ୍:-
ଏ ଜୀବନ ସଂଘର୍ଷ ରେ ମୁଁ ପୁରା ପୁରି ଭୁଲି ଯାଇଛି….
ହଁ ହଁ ଠିକ୍ ମନେ ପଡ଼ିଲା ତୁମେ ଚା’ ପିଅନା…
ମୁଁ କଫି ତିଆରି ଦେଉଛି….

ରାମ୍:-
( ହାତରେ କଫି…)
ତୁମେ କିପରି ଅଛ ଶ୍ରାବଣୀ…
ତୁମେ ଆଉ ମେସେଜ କରୁନ କି କଲ କରୁନ…..

ଶ୍ରାବଣୀ:-
ହଁ ଭଲ ଅଛି…
ତୁମ ସଂଘର୍ଷ ପଥରେ ଦ୍ୱିଧା ହେଇ ଆସିବାକୁ ଚାହିଁଲିନି…
ତୁମେ ତ କହିଥିଲ ଆଉ ମେସେଜ କରିବନି କି କଲ କରିବନି
ନହେଲେ ବ୍ଲକ କରିଦେବି…..
ଭୁଲିଗଲ କି…!!!

ରାମ୍:-
ସେଇ କଥାକୁ ନେଇ ଧରି ବସିଛ…
କ’ଣ କରିଥାନ୍ତି…
ତୁମେ କହିଲ….
ଜଷ୍ଟ ଗ୍ରାଜୁଏସନ ସରିଥାଏ ତୁମ ମେସେଜ ଟା ଆସିଲା
କ’ଣ କହିବି ବୁଝି ପାରିଲିନି…
ଏ ଦାୟିତ୍ଵ ର ବୋଝ ଟା ମୋତେ ବିଚଳିତ କରିଦେଉଥିଲା….

ଶ୍ରାବଣୀ:-
ହଉ ଛାଡ….
କହିଲ ତୁମେ ଆଉ ସେ ଡ୍ରିମ ୱାର୍କ କରୁଛତ…
ନା ଖାଲି ଏ ବହି ଖାତା ଗୁଡାକ ସହ ସମୟ କାଟୁଛ…

ରାମ୍:-
କୁହନା… ସେକଥା ଶ୍ରାବଣୀ…
ମୋତେ ଜାଳି ପୋଡି ପାଉଁଶ କରିଦେଉଛି….
ଭାବିଥିଲି ସେଇଥିରେ ଭବିଷ୍ୟତ ଟା ଠିକ୍ ଗଢ଼ିନେବି…
ଏ ସରକାର ର ଚାକର ସାଜିବିନି….
ଘରେ ଜଣେଇଲି….
କିଛି ସୁଫଳ ପାଇଲିନି…..

ଶ୍ରାବଣୀ:-
ପୁଣି କ’ଣ ହେଲା…
ତୁମେ ତ ଜିଦ କରିଥିଲ…
ମୋ ପାଖେ….

ରାମ୍:-
କୁହନା …
ସମୟର ଦାସ ସାଜି ଚାଲିବାକୁ ହୁଏ…
ସମସ୍ତେ ଜୋର୍ କଲେ ପିଜି , ବି.ଏଡ଼. ଟା କରିନେ…
ଏ ଗୁଡା ଫାଲତୁ କାମ…
ଏଗୁଡ଼ାର କିଛି ଭବିଷ୍ୟତ ନାହିଁ…
ତୁମେ ତ ଜାଣ ଘରର ମୁଁ ହେଉଛି ଏକଇର ବାଳା ବିଶିକେଶନ
ସମସ୍ତଙ୍କ ଇଚ୍ଛା ଆକାଂକ୍ଷା ମୋ କାନ୍ଧରେ ଥିଲା…..

ଶ୍ରାବଣୀ:-
ସେଇଟା ତ ସତ୍ୟା ସତ୍ୟ…
ତାକୁ କଣ ତୁମେ ବଦଳେଇ ପାରିବ ନୁହେଁ ନା…

ରାମ୍:-
ଶୁଣିଛ ଶ୍ରାବଣୀ…
ଆଜି ନା ପାଖରେ ଡ଼ିଗ୍ରୀ ଗୁଡ଼ାକ ଗଡ଼ୁଛି…( ପିଜି, ବି.ଏଡ଼. ଏନ.ଇ.ଟି……)
ମୋ ପାଖରେ ଏକା ନୁହେଁ …
ଶହ ଶହ ହଜାର ହଜାର ଲୋକଙ୍କ ପାଖରେ …
କିନ୍ତୁ ଚାକିରି…?
ସେ ତ ଆଜିକାଲି ସ୍ଵପ୍ନ ହୋଇଗଲା….
ମୁଁ ଆଜି ମୋ ସ୍ଵପ୍ନକୁ ଛାଡ଼ି ଦେଇଛି,
କେବଳ ଦାୟିତ୍ୱର ଭାର ବୋହିବା ପାଇଁ…

ଶ୍ରାବଣୀ:-
(ନିରବ ହୋଇ)
ରାମ୍…
ତୁମେ ଆଜି ମଧ୍ୟ ସେଇ ପୁରୁଣା ରାମ୍ ଅଛ…
ଯିଏ ସବୁବେଳେ ଅନ୍ୟମାନଙ୍କ ପାଇଁ ବଞ୍ଚେ
ନିଜ ପାଇଁ ନୁହେଁ….

ରାମ୍:-
(ହସି ଦେଇ)
ଜୀବନ ମୋତେ ଶିଖାଇଦେଲା ଶ୍ରାବଣୀ…
“ସ୍ଵପ୍ନ ଦେଖିବା ସହଜ….
କିନ୍ତୁ ସେଗୁଡ଼ିକୁ ବଞ୍ଚାଇ ରଖିବା ବହୁତ କଷ୍ଟ।”

ଶ୍ରାବଣୀ:-
(ଧୀରେ)
ତେବେ ତୁମ ମନରେ
କିଛି ସ୍ଵପ୍ନ ରହିଛି ନାହିଁ ରାମ୍…?

ରାମ୍:-
(କିଛି ମୁହୂର୍ତ୍ତ ଚୁପ୍)
ଶ୍ରାବଣୀ…
କେତେକ ପ୍ରେମ କାହାଣୀ
ଜୀବନରେ ଲେଖାଯାଏ…
ଆଉ କେତେକ
ମନରେ ଅଧୂରା ରହିଯାଏ।

ଶ୍ରାବଣୀ:-
(ଆଖିରେ ଲୁହ)
ତେବେ ଆମର କାହାଣୀ…?

ରାମ୍:-
ଆମର କାହାଣୀ…
ସ୍ଵପ୍ନ ଥିଲା,
ସଂଘର୍ଷ ହେଇଗଲା,
ଆଉ ପ୍ରେମ…
ସେ ମାତ୍ର ସ୍ମୃତି ହେଇ ରହିଗଲା…..
(ବାହାରେ ବର୍ଷା ଧୀରେ ଧୀରେ ଥମିଯାଏ)

ଶ୍ରାବଣୀ:-
ଲାଗୁଛି ବର୍ଷା ଛାଡ଼ିଗଲା…
ମୁଁ ଯାଉଛି ରାମ୍….

ରାମ୍:-
ହଁ…
କିଛି ବର୍ଷା ଜୀବନରେ ମଧ୍ୟ
ଏଭଳି ଆସେ…
କିଛି ସ୍ମୃତି ଛାଡ଼ି
ଚୁପଚାପ ଚାଲିଯାଏ….
(ଶ୍ରାବଣୀ ଧୀରେ ଚାଲିଯାଏ….
ରାମ୍ ଏକା ହୋଇ ଟେବୁଲ୍ ପାଖରେ ବସିଥାଏ….
ମୋବାଇଲ୍ ରେ ପୁଣି ଅକ୍ଷୟ ମହାନ୍ତି ଙ୍କ ଗୀତ ଧୀରେ ଧୀରେ ଚାଲୁଛି…)

ରାମ୍:-
“ସ୍ଵପ୍ନ ଦେଖିଥିଲି ଆକାଶ ଛୁଇଁବି ବୋଲି,
ସଂଘର୍ଷ ମୋତେ ମାଟିକୁ ନେଇଆସିଲା….
ପ୍ରେମ ଥିଲା ଜୀବନର ସୁନ୍ଦର ଅଧ୍ୟାୟ,
କିନ୍ତୁ ଦାୟିତ୍ୱ… ସେଇ ପୃଷ୍ଠାକୁ ବନ୍ଦ କରିଦେଲା ।”

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top