ଧୁମ୍ ଛେଚୁଚି ବର୍ଷା
ସୂର୍ଯ୍ୟ ଙ୍କୁ ଉହାଡ କରି
କଳା ରଙ୍ଗ ନାଇ
ଝରୁଛି ଝରୁଛି ଯେ
ଦାଣ୍ଡ ଆଗ,ବାଡ଼ି ପଛ
ରାସ୍ତା ଉପର, ସବୁଆଡେ
ଉଚ୍ଚା ଯାଗା ବି ଡେଇଁ ଯାଉଛି ।
ଖାଲି ପାଣି ଆଉ ପାଣି ।
ତେନ୍ତୁଳି ଆଉ ଆମ୍ବ
ଅଧିକ ଫଳିବ ଯେଉଁ ବର୍ଷ
ଧୁମ୍ ବର୍ଷା ହେବ ସେଇ ବର୍ଷ ।
ଯଦିଓ ଏକ ଉପପାଦ୍ୟ ନୁହେଁ.!
ସକାଳୁ ଆରମ୍ଭ କରି
ସନ୍ଧ୍ୟା ଯାଏ
ନାଚୁଥାଏ ବର୍ଷା
ପାଉଁଜି ପିନ୍ଧା କୁନି ଝିଅ ପରି
ଯିଏ ତାଳ ବେତାଳ ରେ
ଦୁଃଖ ଜାଣିନଥିବା ଖୁସୀରେ
ଧୁମ୍ମ୍ ନାଚୁଥାଏ
କେବେ ଥକି ନ ଥାଏ ।।
ରାସ୍ତା ରେ, ଡେଙ୍ଗା ପିଲା ଟା
ବାଁ ହାତରେ ଛତା ଧରି ଖେଳି ଖେଳି
ବ୍ୟାଗ ରେ ସଉଦା ଧରି ଯାଉଥାଏ
ରାସ୍ତାର ପାଣି ସବୁକୁ
ଗୋଇଠା ମାରି ମାରି
ବଲ୍ ଖେଳିଲା ପରି ।।
ବର୍ଷା ଯୋଗୁଁ
କାହାର କିଛି ଅସୁଖ ହେଲା ବୋଧେ.. ।
ଏତେ ବର୍ଷା ରେ ବି
ଆମ୍ବୁଲାନ୍ସଟି ନୀଳ ନାଲି ବତୀ ଜାଳି
ବାଟ ଦିଅ, ରାସ୍ତା ଛାଡ ପରି
ପୁଁ ମୁଁ ଶବ୍ବ କରି
ଜୋର୍ ରେ ଧାଉଁଛି ।
ହାଇମାଷ୍ଟ ଲାଇଟ୍ ଟା ସେମିତି ଜଳୁଛି
ଆଲୁଅ ସହ ବିନ୍ଦୁ ବିନ୍ଦୁ ବର୍ଷା ଝରାଇ
ବର୍ଷା ଭିଜା ସନ୍ଧ୍ୟା କୁ ଆହୁରି ସୁନ୍ଦର କରୁଛି ।।
