କବିତା

ବୁଜୁଳି

Dr Nilamadhab Kar's odia poem Bujuli

ସବୁ ଦୁଃଖ ଚାଲିଗଲାପରେ
ପୁଣି ଥରେ ଶୂନ୍ୟରୁ ଆରମ୍ଭ

ମୋ ବୁଜୁଳିରେ ବନ୍ଧା ହେଇଛି
ତମ ସାରା ଜୀବନର ଦୁଃଖ
ଲହଡ଼ିରେ ଅସ୍ପଷ୍ଟ ହେଇଯାଇଛି
ମୋ ଅତୀତର ପାଦଚିହ୍ନ
ତମ ସହ ଚାଲିଥିବା ରାସ୍ତା ଓ
ସମୟସବୁ ହଜିଯାଇଛି ଯେମିତି

ପଛକୁ କଣ ଫେରି ଚାହିଁ ହୁଏ
ଏ’ବେଳେ, ଇଚ୍ଛା ଥିଲେ ବି
କାଳେ ପୁଣି ଡୋରୀ ବାନ୍ଧି ହେଇଯିବ
ସେ ଡରରେ, ମିଛ ମିଛ ଆଗକୁ
ପାଦ ପକେଇବାକୁ ହୁଏ
ପଛ କବାଟ କିଳି ଦେବାକୁ ହୁଏ

ସବୁ ଦୁଃଖ ଚାଲିଗଲାପରେ
ପୁଣି ଥରେ ଶୂନ୍ୟରୁ ଆରମ୍ଭ
ନିସ୍ଵ ତୁମ ପାଣ୍ଡୁର ମୁହଁ
ବିନା ଦୁଃଖରେ ନିସ୍ତରଙ୍ଗ
ସେଠି ସୁଖର ଅସ୍ତିତ୍ଵ ଦିଶେନା
ତମକୁ ଖୋଜି ପାଇହୁଏନା

ସୁଖର ଅନ୍ଧକାରେ ବାରିହୁଏ
ଦେହ ମାଂସ ଶରୀରରେ
ଜାନ୍ତବ ଲାଳସା, ବଞ୍ଚିବାର ଇଚ୍ଛା
ଆଖିବୁଜି ହଜିବାର ନିଶା, କିନ୍ତୁ
ବିନା ଦୁଃଖରେ, ରାତି ପାହେନା,
ଜୀବନ ଜୀଇଁ ହୁଏନା

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top