କବିତା

ଏବେ ମା’ କୋଳରେ ସାରୀପୁତ୍ତ

ମା’ କୋଳରେ ମୁଣ୍ଡମାଡ଼ି
ଶୋଇପଡ଼ିଚି ସାରୀପୁତ୍ତ
ଓହ୍ଲେଇ ଯାଇଚି ଝୁଙ୍କେ ପ୍ରବଣତା
ଧୂମାୟିତ ଧୂମାଳ-ଇତଃସ୍ତତ ଯୁଦ୍ଧଭୂଇଁ
ଏବେ ଶାନ୍ତ ସମାୟିତ ତ୍ରସ୍ତ ସ୍ତବ୍ଧ
ଶ୍ରମଣ ନିର୍ବାଣ ମୋକ୍ଷ ମୋହଭଙ୍ଗ
ଗୋଟେ ନିଷ୍କପଟ ପିଲା ।

ଏବେ ମା' କୋଳରେ ସାରୀପୁତ୍ତ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମା’ କୋଳରେ ମୁଣ୍ଡମାଡ଼ି
ଶୋଇପଡ଼ିଚି ସାରୀପୁତ୍ତ
ଓହ୍ଲେଇ ଯାଇଚି ଝୁଙ୍କେ ପ୍ରବଣତା
ଧୂମାୟିତ ଧୂମାଳ-ଇତଃସ୍ତତ ଯୁଦ୍ଧଭୂଇଁ
ଏବେ ଶାନ୍ତ ସମାୟିତ ତ୍ରସ୍ତ ସ୍ତବ୍ଧ
ଶ୍ରମଣ ନିର୍ବାଣ ମୋକ୍ଷ ମୋହଭଙ୍ଗ
ଗୋଟେ ନିଷ୍କପଟ ପିଲା ।

ଲୁହରେ ସନ୍ତେଇ ଉଠିଥିବା
ମା’ର ଆହା-ଆଶ୍ୱାସନା ଆଖି
ସଂସାର ସ୍ୱର୍ଗର ସହବନ୍ଧନ
ଛଙ୍କାଏ ଛଳଛଳ ସନ୍ଦିଗ୍ଧ ସ୍ୱପ୍ନ
ଛାତିଏ କୋହ ଶୁଖି ଯାଇଚି
ପ୍ରଧାନପାଟର ହ୍ରଦ ପରି
ଆକାଶରୁ ଲିଭି ଯାଇଚି
ମେଞ୍ଚାଏ ମିଞ୍ଜିମିଞ୍ଜି ଆଲୁଅ
କଅଁଳ ଖରାରେ ସିଝି ଯାଇଛି
ଚମକ ଚେନାଏ ଜହ୍ନ
ନଦୀରୁ ନାଭିରୁ ଶୁଖି ଯାଇଛି
ସଂଘ ଶ୍ରମଣ ଶ୍ରାବଣ
ଶେଥା ପଡ଼ିଯାଇଚି ବଳିରେଖା
ମୋତିପରି ଝାଳର ବିନ୍ଦୁଏ ଝଲକ
ସନ୍ତପ୍ତ ସ୍ୱର୍ଗ ସମର୍ପଣ-ମା’ର ଅବଶ ହାତ
ଝାମା ମାରିଯାଇଛି ଝୁଙ୍କେ ଝଡ଼
ଅନ୍ଧାର ପରି ଚରିଯାଇଚି ନୀରବତା-ଶୀନ୍ୟତା
କାନ୍ଥକୁ ଆଉଜି ଯାଇଚି ବର୍ଷା-ବତାସ ।

ଯାତ୍ରା ଭାଙ୍ଗିଯିବା ପରେ-ନୁଶୁଡ଼ି ଯାଇଚି ନିଶା
ବେଶ ଘରେ ବିକ୍ଷିପ୍ତ ଜରି ବେଶଭୂଷା
ଛବିଲା ଛଳନାର ମୋହଭଙ୍ଗ
ବ୍ୟସ୍ତ-ବିପନ୍ନ-ବିପର୍ଯ୍ୟସ୍ତ ହୀନଯାନ ମହାୟାନ
ଥର ଥର ଥତମତ ପାଦ
ସ୍ତବିର ହେଇଗଲା ଗୋଟେ ଉତ୍ତେଜନା
ସତ ସତ ଲାଗୁଥିବା ପ୍ରବଞ୍ଚନା
ତନ୍ତ୍ରର ତିତିକ୍ଷାରେ ଧସିଗଲା ମାଟିତଳକୁ
ସଂଘ ସମ୍ୟକ୍ ସମାଧି-ବୀଣା ଦର୍ଶନ
ଏବେ ଫେରିଆସିଚି ସାରୀପୁତ୍ତ
ଜୀଇଁବାକୁ ଜୀବନ ଜଗତୀକରଣ
କୋଳକୁ-ମା’-ମାଟି-ମମତା
ମହୋତ୍ସବ, ମଣିଷ ମୋକ୍ଷ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top