କବିତା

ହୃଦୟର ଭାଷା

Gayatri Panda's odia poem Hrudayara Bhaasha

ଦିଗ ହଜା ନୀଳ ଆକାଶ ବୁକୁରେ
ଭସା ବାଦଲଟିଏ ହୋଇ,
ଭାସି ବୁଲୁଥିଲି ସାହାରା ଆଶାରେ
ସାଦରେ ନେଲ କୋଳେଇ।

ହୃଦୟର ଭାଷା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଲୁହରେ ଲେଖୁଛିହୃଦୟର ଭାଷା
ରଖିନେବ କରି ସ୍ମୃତି ,
ତୁମ ବିନା ମୋରସବୁ ଜହ୍ନରାତି
ଭାବନା ରେ ଯାଏ ବିତି ।

ଦିଗ ହଜା ନୀଳଆକାଶ ବୁକୁରେ
ଭସା ବାଦଲଟିଏ ହୋଇ,
ଭାସି ବୁଲୁଥିଲିସାହାରା ଆଶାରେ
ସାଦରେ ନେଲ କୋଳେଇ।

ପ୍ରୀତିର ପ୍ରତିମାପ୍ରୀତି ପ୍ରିୟତମା
ନିଜ ହାତେ ଗଢି ଦେଲ ,
ହୃଦୟ ଭିତରୁଶତ ଉଲ୍ଲାସରେ
ଆଦରେ ପାଛୋଟି ନେଲ।

ଲକ୍ଷେ ଫଗୁଣରପ୍ରୀତି ପୁଷ୍ପ ନେଇ
ସପନରେ ସାଜି ଦେଲ,
ସେଇ ସପନକୁବେଦରଦୀ ସାଜି
ଲୁହରେ ଭିଜାଇ ଦେଲ ।

ଲକ୍ଷେ ଶ୍ରବଣ ବିଏକାକାର ହେଲେ
ସରୁନି ଆଖିର ଲୁହ ,
ଅନ୍ତର ବେଦନାସହି ବି ହୁଏନା
ଲୁଚୁନି ଛାତିର କୋହ ।

ହୃଦୟ ଭିତରୁଲୁହର ଶ୍ରବଣ
ଥରାଇ ଦେଉଛି ଛାତି ,
ଲୁହରେ ଲେଖୁଛିହୃଦୟର ଭାଷା
ରଖିନେବ କରି ସ୍ମୃତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top