ସବୁଠାରେ ଲୋଡା ମୁଁ,
ଜନନୀ ଭଗିନୀ କୁଳବଧୂ ଅର୍ଦ୍ଧାଙ୍ଗୀନୀ ଭାବେ ।
ହତ୍ୟା ହୁଏ ପୁଣି,
ମାତୃଗର୍ଭେ କନ୍ୟାଭୃଣ ଭାବେ ।
ଏତେ ଅଲୋଡା ଯେବେ,
କନ୍ୟାଟିଏ ହେବ ।
ପୁତ୍ର ପାଇଁ ମାଆ,
କୁଳପାଇଁ ବଧୂ କାହୁଁ ଆସିବ?
ସ୍ନେହ ଶ୍ରଦ୍ଧା ମମତା,
ସବୁ ହେଲାଣି ବିଷାକ୍ତ ।
ଅସ୍ତିତ୍ୱ ହରାଏ ଆଜି,
ମା’ କୋଳେ ମାତୃତ୍ୱ ।
ଦେଖିବାକୁ ଚାହଁ ଯେବେ,
ଭବିଷ୍ୟତ ସମୃଦ୍ଧ ସମାଜର ।
ମୋତେ ବଞ୍ଚିବାକୁ ଦିଅ,
ଏତିକି ଅନୁରୋଧ ମୋର ।
