ଇତିହାସ

ଶ୍ରୀଜଙ୍ଗ ଅତ୍ୟାଚାରର କାହାଣୀ

Balaram Mohanty'd Odisha History

ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ସହିତ ସଂଘର୍ଷ ବେଳେ ଜଣେ ପୋଲିସ୍ ଇନିସ୍ପେକ୍ଟର ସାମାନ୍ୟ ଆହତ ହେବା ଆଳରେ ପୋଲିସ୍ ପକ୍ଷରୁ ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ଉପରେ ପୋଲିସ ନିର୍ମମ ଅତ୍ୟାଚାର କରିଥିଲେ

ଶ୍ରୀଜଙ୍ଗ ଅତ୍ୟାଚାରର କାହାଣୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଲବଣ ସତ୍ୟାଗ୍ରହ ସଙ୍ଗେ ସଙ୍ଗେ ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ି ଓ ତା’ର ଆଖପାଖ ଗ୍ରାମାଞ୍ଚଳରେ ଚଉକିଦାର ଟିକସ୍ ଆନ୍ଦୋଳନ ସତ୍ୟାଗ୍ରହୀମାନେ ଚଳେଇଥିଲେ । ଜନନାୟକ ନବକୃଷ୍ଣ ଚୌଧୁରୀ ଗୋଟିଏ ଗାଁରେ ରହି ଏହି ଆନ୍ଦୋଳନ ଚଳେଇଥାନ୍ତି । ଶ୍ରୀଜଙ୍ଗ ଗ୍ରାମର ଗୌରମୋହନ ଦାସ ଓ ବିଦ୍ୟାଧର ରଥ ଗାଁକୁ ଗାଁ ଯାଇ ଅହିଂସ ଭାବରେ ଏହି ଆନ୍ଦୋଳନ ଚଳେଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଆନ୍ଦୋଳନକୁ ଦବେଇବା ପାଇଁ ଜଣେ ପୋଲିସ୍ ଇନିସ୍ପେକ୍ଟର୍ କିଛି ପୋଲିସ୍ କନଷ୍ଟେବଳଙ୍କୁ ନେଇ ଶ୍ରୀଜଙ୍ଗ ଗ୍ରାମରେ ତମ୍ବୁ ପକାଇ ରହିଥାନ୍ତି । ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ସହିତ ସଂଘର୍ଷ ବେଳେ ଜଣେ ପୋଲିସ୍ ଇନିସ୍ପେକ୍ଟର ସାମାନ୍ୟ ଆହତ ହେବା ଆଳରେ ପୋଲିସ୍ ପକ୍ଷରୁ ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ଉପରେ ପୋଲିସ ନିର୍ମମ ଅତ୍ୟାଚାର କରିଥିଲେ । ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ଘରଦ୍ୱାର ଭାଙ୍ଗି ତାଙ୍କର ସମସ୍ତ ସମ୍ପତ୍ତି ଲୁଟ ପାଟ୍ କରିନେଇଥିଲେ । ସମଗ୍ର ଶ୍ରୀଜଙ୍ଗ ଗ୍ରାମଟି ଶ୍ମଶାନରେ ପରିଣତ ହୋଇଥିଲା । ଲକ୍ଷ୍ମୀନାରାୟଣ ସାହୁ ଏହି ଗ୍ରାମ ପରିଦର୍ଶନ କରି ସମ୍ୱାଦ ପତ୍ରରେ ଏହି ଧ୍ୱଂସ ଲୀଳାର ବିବରଣୀ ପ୍ରକାଶ କଲେ । ଶ୍ରୀମତୀ ରମାଦେବୀ, ଶ୍ରୀମତୀ ମାଳତୀ ଦେବୀ ଓ ଶ୍ରୀମତୀ କୋକିଳା ଦେବୀ ଶ୍ରୀଜଙ୍ଗ ଗ୍ରାମ ପରିଦର୍ଶନ କରିଥିଲେ । ଲୋକେ ଏହି ଗାଁ ଛାଡ଼ି ପଳାଇ ଯାଇ ନିକଟବର୍ତ୍ତୀ ଗାଁରେ ଆଶ୍ରୟ ନେଇଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top