ଘୃଣାର ଘୃତାଗ୍ନିରେ
ଜଳିଯାଉଚି ମୋର ପୌରୁଷ
ମୁଁ ଗୋଟେ ଅଯୋଗ୍ୟ ଅପଦାର୍ଥ
ମଣିଷ !
ଦେଖିଲି ଯେତେଯେତେ ସ୍ୱପ୍ନର ଇମାରତ୍
ଚଢ଼ିଲି ତା’ ଉପରେ,
ଇଚ୍ଛାମାନଙ୍କୁ ବସେଇଲି ଉତ୍ତୁଙ୍ଗ ଶୃଙ୍ଗରେ
ଖସିଲି ତ ଖସିଲି, ତଳକୁ ଖସିଲି
ରକ୍ତାକ୍ତ ଦେହରେ
ଏବେ ଉବୁଟୁବୁ ଆପଣା ଲୁହରେ. . . !
ସେ ଲୁହର କଥା କ’ଣ କହିବି କୁହ,
ଗୋଟିଏ ଘଣ୍ଟାରେ କ’ଣ ସରିପାରିବ
ଚବିଶ ଘଣ୍ଟାର ଲୁହ !
