କବିତା

ସ୍ୱାତୀ !

Satyananda Bhurni's odia poem Swaatee

ତମେ ମୋ କଳ୍ପନାର ଅନୁରକ୍ତ ସାଥି
ତମେ ମୋ ସ୍ୱପ୍ନର ଅଭିଳାଷିତ ଅତିଥି

ସ୍ୱାତୀ !
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସ୍ୱାତୀ
ତମେ ମୋ ଜୀବନର ଅଭୁଲା ସ୍ମୃତି
ତମେ ମୋ କଳ୍ପନାର ଅନୁରକ୍ତ ସାଥି
ତମେ ମୋ ସ୍ୱପ୍ନର ଅଭିଳାଷିତ ଅତିଥି
ତମେ ମୋ ହୃଦୟର ଅନିତ୍ୟ ଅନୁଭୂତି
ତମେ ମୋ ନିୟତିର ଅପ୍ରତିମ ପ୍ରାପ୍ତି !

ସ୍ୱାତୀ !
ତମେ ମୋ ପ୍ରଣୟର ଅଭୀଷ୍ଟ ପରିଣତି
ତମେ ମୋ ତୂଳୀର ଅଦ୍ୱିତୀୟ କଳାକୃତି
ତମେ ମୋ ପ୍ରତ୍ୟୁଷର ଅଲୌକିକ ଦୀପ୍ତି
ତମେ ମୋ ପ୍ରଦୋଷର ଅତୁଳ ସ୍ନିଗ୍ଧ କାନ୍ତି
ତମେ ମୋ କାହାଣୀର ଆଦି ଆଉ ଇତି !

ସ୍ୱାତୀ !
ତମେ ମୋ ପ୍ରୀତି ସାଗରେ ଅସୀମ ବ୍ୟାପ୍ତି
ତମେ ମୋ ଘର ଅଗଣାରେ ସଞ୍ଜ ଆଳତୀ
ତମେ ମୋ ଉଦାସୀନତାରେ ଉଲ୍ଲାସର ଗୀତି
ତମେ ମୋ ତପ୍ତ ବୈଶାଖରେ ବର୍ଷାଭିଜା ରାତି
ତମେ ମୋ ଆଖିରେ ଶିଷ୍ଟ ସୌମ୍ୟ ପ୍ରତିକୃତି !

ସ୍ୱାତୀ !
ତମେ ମୋ ଅସ୍ଥିର ମନର ନିର୍ଲିପ୍ତ ନିର୍ବୃତି
ତମେ ମୋ ଯୌବନର ନିତ୍ୟ କାମ୍ୟ ରତି
ତମେ ମୋ ପ୍ରେମ ମନ୍ଦିରର ଦିବ୍ୟ ପ୍ରତିମୂର୍ତ୍ତି
ତମେ ମୋ କବିତାର ଶବ୍ଦ ଆଉ ପଂକ୍ତି
ତମେ ମୋ କବିତ୍ୱର ଅପରାଜିତ କୀର୍ତ୍ତି !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top