ତୁମେ କେତେ ଯେ ସୁନ୍ଦର
ମୋହି ମୁଁ ଯାଉଛି
କେତେ ଡଉଲ ମୁହଁ ତ ତୁମର
ଶରୀରକୁ ଖୁଣିବାର ନାହିଁ
ବିନ୍ଧାଣୀ ଗଢିଛି କେତେ ଯେ ଯତ୍ନରେ
କିଏ ତୁମର ତୁଳନା ହେବେନି ।
ଯୌବନ ସମ୍ଭାରରେ ତୁମେ ଉଛୁଳୁଛ
ତୁମର ଲାଲ ଓଠରେ
ପ୍ରେମର ମଧୁ ଭରିକି ରହିଛି
ଜୁଆର ଭଳି ମାଡି ଯେ ଆସୁଛି
ଛୁଇଁ ଯାଉଛି ମୋହର ଓଠକୁ
କିଛି ବାଧା ନମାନିକି ।
ଫୁଲର ରଙ୍ଗ ତୁମର ପାଖରେ
ଟିକିଏ ମଳିନ ପଡିନି
ତୁମର ବାହୁ
କୋମଳ ଫୁଲ ପାଖୁଡାର ଠାରୁ
ମୁହଁ ଲୁଚାଇ ମୁଁ ଦିଏ
ତୁମର ବୁକୁରେ
ନିଜକୁ ମୁଁ ଭୁଲି ଯାଏ ।
ଆସିଅଛି ମନର ନଦୀରେ ଯେ ବନ୍ୟା
କୂଳ ଆଉ ମାନୁ ନାହିଁ
ଉଛୁଳି ପାଣି ବୋହିତ ଯାଉଛି
ବନ୍ଧ ଭାଙ୍ଗିଯିବ
ଏଇ କ୍ଷଣିକରେ ।
ନେଇ ଯାଅ ବାହୁରେ ତୁମରେ
ମୁହଁ ଲୁଚାଇ ଦିଏ ମୁଁ ତୁମ ହୃଦୟରେ
ମନ ନଦୀରେ ପ୍ଲାବନ ଆସିଛି
କୂଳ ଆଉ ତ ମାନୁନି ।
(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )
