ଦୁନିଆର ରାସ୍ତାରେ
ଚାଲେ ଆଜି ଏକା-ଏକା,
ଜୀବନଟା ରଙ୍ଗହୀନ
ଲାଗେ ଭାରି ଫିକା-ଫିକା । (୧ )
ସାତ ରଙ୍ଗେ ରହିଥିଲା
ଜୀବନଟା ସଜେଇ,
ଭାବି-ଭାବି କଷ୍ଟ ଲାଗେ
ସବୁ ଗଲା ଉଭେଇ । (୨ )
ମନେପଡେ ପିଲାବେଳ
ସବୁଥିଲା ସହଜ,
ଛୋଟ ସେଇ ଦୁନିଆରେ
ଭାରି ଥିଲା ମଉଜ । (୩ )
ହଜିଗଲା ପିଲାବେଳ
ବୁଡିଗଲା ସୂରୁଯ
ଜୀବନଟା ବିତେଇବା
ଲାଗେ ସମ କରଯ । (୪ )
