ମୁର୍ଖ କୁ ଲାଗୁଛି ଏବେ ତା’ପାଳି
ଜାଣେନାହିଁ ସିଏ, ଅଟେ କାପାଳୀ ।
ଆକଟ କରିଲେ ଯାଉଛି ଜଳି
ମଣିଷକୁ ଭାବେ ତା’ଦେହ ମଳି ।
କଥାରେ ସେ ମହାବଳି
ସଂସାର ରଥକୁ କୁ ଭାବେ ସେ କଲି(କଢ)
ତା’ସମୟ ଚକେ ହୋଇବ ଦଳି ।
ମନେ ମନେ ହୁଅ ଭାଳି
ସିଏ ତ ପାଇବ ତା କର୍ମ ର ଫଳ
ଶିଖାଇଛି ଚାଟଶାଳି ।
ଆକଟ ନ କରି ଦେଲେଟି ତାଳି
ମୁର୍ଖ ହେଉଥିବ ସେଥିରେ ଭାଳି ।
କାହିଁ ହେବ ତୁଚ୍ଛେ କଳି ……
ଆମର କ’ଣଟା ଯିବକି ସେଥିରେ
ତା’ଭବିଷ୍ୟ ଯାଉ ଜଳି ।
ସ୍ତ୍ରୀ କୁ କହୁ ସେ ଶାଳୀ
ତା’ହାତେ ଛାଞ୍ଚୁଣି ଦେଖିଲେ ଜାଣିବ
ମୁର୍ଖତା କୁ ଖାଏ କାଳୀ ।
