ତୁମେ; ମନରେ ଅଛ ନା ମନ୍ଦିରରେ
ତୁମେ; ଶୂନ୍ୟରେ ଅଛ ନା ସାଗରରେ
ତୁମେ; ପବନରେ ଅଛ ନା ପ୍ରାଣରେ
ମୁଁ ଜାଣେନା ଅଜ୍ଞାନ
ଖୋଜୁଛି ମୋ ହୃଦୟରେ ।
ନିତିନିତି ତୁମ ଛବି ଦେଖି
ଗୁହାରି କରେ, ତଲ୍ଲୀନ ହୁଏ
ମୁଗ୍ଧ ହୁଏ ଭାବରେ ଭାବରେ
ଭଜନ କରେ ,
ଗୀତ ଲେଖେ, ତୁମକୁ ଦେଖେ
ମତେ ଲାଗେ ତୁମେ
ମତେ ଦେଖୁଛ, ମୋ ନିବେଦନ ଶୁଣୁଛ
ମୋ ଭିତରେ ଅଛ
ମୋ ଚାରି କଡରେ, ପାଣିରେ ପବନରେ
ଧୂଳିରେ, ଧୂଆଁରେ, ଶୂନ୍ୟରେ, ପବନରେ
ମେଘରେ, ସବୁଜିମାରେ, ମାଟିରେ, ମୋହରେ
ବାଦଲରେ, ଆକାଶରେ
ଯୁଆଡେ ଚାହୁଁଛି
ସେଠାରେ ତୁମେ ବ୍ୟାପିଛ
ମୁଁ ନିଃସଙ୍ଗ ନୁହେଁ ଏ କଥା ଅନୁଭବ ଅଛି
ମୁଁ ଏବେ ତୁମକୁ ଦେଖୁଛି
ତୁମ ଚକା ଚକା ଆଖିରେ ମୋ ଛବି
ମୋ ଆଖିରେ ତୁମ ଛବି
ସଂସାରର ଚଉହଦିରେ ବ୍ୟାପି ଯାଇଛି
ମହାପୃ ! ତୁମେ ସର୍ବ ସ୍ଥାନରେ ଅଛ
ତୁମେ ଅଛ, ମୁଁ ଅଛି
ସାରା ସଂସାର ଅଛି
ଆମ ଭିତରେ ଏକ ଲୁଚାଲୁଚି ଖେଳ ଚାଲିଛି ।