କବିତା

ଅକ୍ଷୟ ତୃତୀୟା

Gupteshwar Nanda's odia poem Akshaya Trutiya

ଲଗଂଳରେ ଚଷି ଅବନୀ ଗର୍ଭକୁ
ମଞ୍ଜି ବୁଣା କରେ ପ୍ରାରମ୍ଭ ।

ଅକ୍ଷୟ ତୃତୀୟା

ବୈଶାଖ ମାସର ଶୁକ୍ଳ ତୃତୀୟାରେ
ଅକ୍ଷୟ ତୃତୀୟା ହୁଏ
ଚଷା କୁଳ ଭାରି ଆନନ୍ଦ ମନରେ
ଏ ଦିନକୁ ଚାହିଁଥାଏ ।

ଦୁନିଆଁର ବନ୍ଧୁ ଚଷା ପୁଅଟା ତ
ଚାଷକୁ କରେ ଆରମ୍ଭ
ଲଗଂଳରେ ଚଷି ଅବନୀ ଗର୍ଭକୁ
ମଞ୍ଜି ବୁଣା କରେ ପ୍ରାରମ୍ଭ ।

ଏହି ଦିନଟିରେ ଲକ୍ଷ୍ମୀ କୁବେରଙ୍କୁ
ପୂଜିଥାନ୍ତି ଯେଉଁ ଲୋକେ
ଊଣା ହୁଏ ନାହିଁ ଧନ ଓ ସଂପତ୍ତି
କେବେ ରହନ୍ତି ନି ଭୋକେ।

ରଥର ଚକରେ ଏହି ଦିନଟିରେ
ଯେଣୁ ଲାଗଇଟି ଅଖ
ଅକ୍ଷୟ ତୃତୀୟା ନାମେ ଖ୍ୟାତ ହେଲା
ଏ କଥା କୁ ମନେ ରଖ ।

ଶୁଭ କାର୍ଯ୍ୟର ତ ପ୍ରାରମ୍ଭ ପାଇଁ କି
ଏ ଦିନ ଅଟେ ଉତ୍ତମ
କାର୍ଯ୍ୟର ଶେଷରେ ଯେଉଁ ଫଳ ମିଳେ
ହୋଇଥାଏ ସର୍ବୋତ୍ତମ ।

ଲୋକପ୍ରିୟ ଲେଖା

To Top