କବିତା

ମଦିରା ଝର …..

Prasanta Kumar Behera's odia poem Madiraa Jhara

ତୋ ଦେହ ଦେହଳୀର
ବଂଧନ ଭିତରେ
ମୋ ରସରାସ
ଚାରୁକ୍ଷେତ୍ର ।

ତୋ ଦେହ ପୃଷ୍ଠାର
ସବୁ ଅକ୍ଷରରେ
ଅନନ୍ତ ବାସନାର
ମଧୁଚିତ୍ର

ତୋ ଦେହ ଦେହଳୀର
ବଂଧନ ଭିତରେ
ମୋ ରସରାସ
ଚାରୁକ୍ଷେତ୍ର ।

କବିତା ମଦିରା
ମଧୁଶାଳା ତନୁ
ମୁଁ ଯେ ପାନ୍ଥ
ମଧୁପାୟୀ

ତୋ ତନୁ ପାତ୍ରରେ
ଭରି ଦେ ମଦିରା
ଭରା ନିଶାରେ
ଝୁମିବି ମୁହିଁ ।

ସେଇ ନିଶାରେ
ମୁଁ ଖୋଜି ଚାଲିଥିବି
ତୋ ଆତ୍ମାର
ଶାଶ୍ୱତ ସ୍ୱର

ସେଇ ପ୍ରଣବ ନାଦ
ଶୁଣିବି ସେଦିନ
ଯେବେ ଝରିବ
ତୋ ତନୁ ମଦିରା ଝର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top