କବିତା

ଜଳ

Kanishtha Kishore Sahu's odia poem for children Jala

ନୟନୁ ଝରିଲେ ଅଶ୍ରୁ ତା’ର ନାମ
ପାଟିରୁ ଗଡ଼ିଲେ ଲାଳ,
ଶୌଚ କରିଦେଲେ ହୁଅଇ ଆବିଳ
ଦେହରୁ ବହିଲେ ଝାଳ ।

ଜଳ

ଚିନି ପଡ଼ିଥିଲେ ଲାଗିଥାଏ ମିଠା
ତେନ୍ତୁଳି ପଡ଼ିଲେ ଖଟା,
ପିତା ପିତା ଲାଗେ ପଡ଼ିଗଲେ ତହିଁ
ନିମ୍ବ ଚିରେଇତା ବଟା ।

ହଳଦୀ ପଡ଼ିଲେ ଦିଶେ ହଳଦିଆ
ଅଳତା ପଡ଼ିଲେ ନାଲି,
କ୍ଷୀର ସଙ୍ଗେ ମିଶି ଗୋଳି ହୋଇଯାଏ
ମୁଗ ଫୁଟେଇଲେ ଡାଲି ।

ନୟନୁ ଝରିଲେ ଅଶ୍ରୁ ତା’ର ନାମ
ପାଟିରୁ ଗଡ଼ିଲେ ଲାଳ,
ଶୌଚ କରିଦେଲେ ହୁଅଇ ଆବିଳ
ଦେହରୁ ବହିଲେ ଝାଳ ।

ପାତାଳୁ ଫୁଟିଲେ ହୁଏ ଉତ୍ସକୂପ
ପର୍ବତୁ ଝରି ଝରଣା,
ନଦୀ ନାଳ ହୋଇ ସାଗରକୁ ଧାଏଁ
ନ ହୋଇ କି ବାଟବଣା ।

ବନ୍ୟାରୂପ ଧରି ନଦୀରେ ଆସିଲେ
ରହେ ନାହିଁ ଥଳକୂଳ,
ଆକାଶରୁ ଖସି ଉପରେ ଭାସିଲେ
ନାମ ହୁଏ ତା’ର ଜଳ ।

ନାହିଁ ତା’ର ରଙ୍ଗ ଅବା ଗନ୍ଧ ସ୍ୱାଦ
ଉଦକ ବାରି ଜୀବନ,
ସ୍ଥାବର ଜଙ୍ଗମ ତରୁ ଲତା କୀଟ
ଗାଆନ୍ତି ଯା’ ଜୟଗାନ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top