ସେଦିନ ରଘୁନାଥ ବାବୁ ବ୍ୟାଙ୍କ୍ରେ ତାଙ୍କର ପାସ୍ବୁକ୍କୁ ଅପଡେଟ୍ କଲାପରେ ଚମକି ପଡ଼ିଲେ । ଆଠ ଦିନ ପୂର୍ବରୁ ଯେଉଁ ଖାତାରେ କୋଡ଼ିଏ ହଜାର ଟଙ୍କା ଥିଲା ଆଉ ମାତ୍ର ଆଠ ହଜାର ରହିଛି ।
ସେ କାରଣ ଖୋଜିବାରେ ଲାଗିପଡ଼ିଲେ । ଦେଖିଲେ ଆଠଦିନ ଧରି କେବେ ହଜାର କେବେ ଦି ହଜାର କରି ସେଦିନ ସକାଳେ ପାଞ୍ଚ ହଜାର ଟଙ୍କା କଟିଛି । ପୁଣି ଟଙ୍କାଗୁଡିକ ଅନ୍ଲାଇନ୍ ମାଧ୍ୟମରେ କଟିଛି । ସେ ତ ଏଇ ଆଠ ଦିନ ମଧ୍ୟରେ କିଛି କରି ନାହାନ୍ତି, ତା ହେଲେ କାମଟା କଲା କିଏ ? ଏମିତି ଚିନ୍ତା କରୁ କରୁ ବିଭିନ୍ନ ଲୋକଙ୍କ ଉପରେ ସନ୍ଦେହ ଆସିଲା ।
ସେ ଦିନ ସନ୍ଧ୍ୟାରେ ରଘୁନାଥ ବାବୁ ମନେ ପକାଇଲେ ଯେ ପୁଅ ରବିନ୍ ଦଶ ବାର ଦିନ ହେଲା ଖେଳିବାକୁ ଫୋନ୍ ମାଗୁଥିଲା । ସିଏ ମଧ୍ୟ ସନ୍ଧ୍ୟା ବେଳେ କିଛି କାମ ନ ଥାଏ ଭାବି ଫୋନ୍ତା ବି ଦେଇ ଦେଉଥିଲେ । ରବିନ୍ ମଧ୍ୟ ଫୋନ୍ ଧରି ବସି ଯାଉଥିବାର ଓ ଏପରିକି ଖାଇବା ପିଇବା ଛାଡ଼ି ଗେମ୍ ଖେଳିବାର ଘଟଣାକୁ ନେଇ ସନ୍ଦେହ କଲେ । ରାତିରେ ରଘୁନାଥ ବାବୁ ରବିନ୍ କୁ ସାଧାରଣ ଭାବରେ ଫୋନ୍ କୁ ନେଇ ପଚାରିଲେ । ଏଆଡୁ ସେଆଡୁ ନେଇ ବିଭିନ୍ନ କଥା ପଚାରିଲେ । ରବିନ୍ ତ ଭୁଲ କରିଥିଲା । ଧରାପଡିଯିବା ଭୟରେ ସତକଥା ସବୁ ମାନିଗଲା କିଭଳି ସେ ବିଭିନ୍ନ ଗେମ୍ ଡାଉନଲୋଡ଼ କରୁଥିଲା ପୁଣି ପଇସା ବଦଳରେ ଗୋଟି ଗୋଟି କରି କହିଲା । କେଉଁ ଗେମ୍ ପାଇଁ ପାଞ୍ଚ ହଜାର କଟିଥିଲା ସେଇଟା ବି କହିଲା ।
ରଘୁନାଥ ବାବୁ ଖୁବ ଭଲ ଲୋକ । ପାଞ୍ଚ ହଜାର ଟଙ୍କାର ଦୁଃଖ ଯଦିଓ ତାଙ୍କର ଥିଲା ପିଲାଟି କାଳେ ଦୁଃଖ କରିବ ଚିନ୍ତା କରି କିଛି କହିଲେ ନାହିଁ । ଆଗକୁ ସେଭଳି ନ କରିବାକୁ ପରାମର୍ଶ ଦେଲେ ।
ରବିନ୍ ମଧ୍ୟ ଆଗକୁ ସେଭଳି ନ କରିବାକୁ ବାପାଙ୍କୁ କଥା ଦେଲା । ନିଜ ଭୁଲ କୁ ମଧ୍ୟ ସ୍ୱୀକାର କଲା । ବଡ଼ ହେବା ପରେ ପାଠ ପଢି ଜଣେ ବଡ଼ ଲୋକ ହେଲା । ପାଖ ପଡ଼ିଶାରେ ନାଆଁ କଲା ।