ଅନୁବାଦ ସାହିତ୍ୟ

୧୯୨୯ରେ କଂଗ୍ରେସ ଅଧ୍ୟକ୍ଷତା ପଦ ଦଖଲ କରିବା

1929 Re congress adhyakshyata pada dakhal kariba Blunder number - 01 by Jawaharlaal Nehru

ନେହରୁ ଗାନ୍ଧୀଙ୍କ ଆତ୍ମିକ ପୁଅ ରୂପେ ଚିହ୍ନିତ ହେବା ବ୍ୟତୀତ ଭାରତୀୟ ଜାତୀୟତାବାଦର ନାୟକ ହେବାକୁ ସମର୍ଥ ହେବାକୁ ସନ୍ଦେହ ରହିଥାଏ…

ସ୍ଵାଧୀନତା ପୂର୍ବର ଭୁଲଗୁଡ଼ିକ

ନେହେରୁଙ୍କ ‘ସ୍ଵାଧୀନତା ପୂର୍ବର ଭୁଲଗୁଡ଼ିକ’ ତାଙ୍କ ‘ସ୍ଵାଧୀନତା ପର ଭୁଲଗୁଡ଼ିକ’ ତୁଳନାରେ ଅନେକ କମ ଅଛି, କାରଣ ସ୍ଵାଧୀନତା ପୂର୍ବରେ ନେହେରୁ ସମ୍ପୂର୍ଣ୍ଣ ଦାୟିତ୍ୱରେ ନଥିଲେ । ସେତେବେଳେ ଶୀର୍ଷରେ ମହାତ୍ମା ଗାନ୍ଧୀ ଥିଲେ, ଏବଂ ତାଙ୍କୁ ନିୟନ୍ତ୍ରଣ କରିବାକୁ ଅନେକ ଅନ୍ୟ ଜଣାଶୁଣା ନେତା ମଧ୍ୟ ଥିଲେ । ତଥାପି, ଯେତେବେଳେ ବି ନେହେରୁଙ୍କୁ କୌଣସି ପଦ ପଦବୀରେ ରଖା ଯାଇଥିଲା ଯାହା ତାଙ୍କୁ ଅଳ୍ପ ନିର୍ଦ୍ଦେଶାଧିକାର ଦେଇଥିଲା, ସେତେବେଳେ ସେ…

୧୯୨୯ରେ କଂଗ୍ରେସ ଅଧ୍ୟକ୍ଷତା ପଦ ଦଖଲ କରିବା

୧୯୨୯ ମସିହାରେ ଗାନ୍ଧୀ ଜବାହରଲାଲ ନେହେରୁଙ୍କୁ ସର୍ଦ୍ଧାର ପଟେଲଙ୍କ ଠାରୁ ଉର୍ଦ୍ଧ୍ଵରେ ରଖିଲେ ଏବଂ ତାଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିଲେ, ଯଦିଓ ଜଣାଶୁଣା ତଥ୍ୟଗୁଡ଼ିକ ସର୍ଦ୍ଧାରଙ୍କୁ ସର୍ବାଧିକ ଯୋଗ୍ୟ ପ୍ରାର୍ଥୀ ଭାବରେ ଦର୍ଶାଇଥିଲା ।

ସର୍ଦ୍ଧାର ୧୯୨୮ରେ ବାରଦୋଲୀ ସତ୍ୟାଗ୍ରହର ନେତୃତ୍ୱ କରିଥିଲେ, ଯାହାର ଜବରଦସ୍ତ ସଫଳତା ତାଙ୍କୁ ଜାତୀୟ ନାୟକର ମାନ ଦେଇଥିଲା ଏବଂ ତାଙ୍କୁ ‘ସର୍ଦ୍ଧାର’ ଉପାଧି ପ୍ରଦାନ କରାଇଥିଲା ।
ବାରଦୋଲୀ ସତ୍ୟାଗ୍ରହ ଗାନ୍ଧୀବାଦୀ ଅହିଂସା ତତ୍ୱର ପ୍ରଥମ ସଫଳ ପ୍ରୟୋଗ ଥିଲା, ଯାହା ଗ୍ରାମୀଣ ଜନସାଧାରଣଙ୍କୁ ସାମିଲ କରିଥିଲା ।

ନେହେରୁଙ୍କ ପାଖରେ ଏପରି କୌଣସି ସଫଳତା ନ ଥିଲା । ସେହିପରି, ସର୍ଦ୍ଧାର ପଟେଲ ଜବାହରଙ୍କ ଠାରୁ ବୟସରେ ଅନେକ ବଡ଼ ଥିଲେ ଏବଂ ଅଧିକ ସଂଖ୍ୟକ ପ୍ରଦେଶ କଂଗ୍ରେସ କମିଟି (PCCs: ଅଧ୍ୟକ୍ଷ ଚୟନର ଆଇନଗତ ସଂସ୍ଥା) ଜବାହର ଠାରୁ ସର୍ଦ୍ଧାରଙ୍କ ପକ୍ଷରେ ସୁପାରିଶ କରିଥିଲା ।

ତଥାପି, ଗାନ୍ଧୀ ଅନ୍ୟାୟରେ ସର୍ଦ୍ଧାରଙ୍କୁ ପ୍ରତ୍ୟାହାର କରିବାକୁ କହିଲେ ! ଗାନ୍ଧୀ ଏଭଳି ଅନ୍ୟାୟ ପଦକ୍ରମ ସ୍ଥାପନ କରିବାକୁ ଚେଷ୍ଟା କରିଲେ ଯେଉଁଠି ଜବାହର ସର୍ଦ୍ଧାରଙ୍କ ଠାରୁ ଆଗେ ଆସୁଥିଲେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋସ ପରେ ଲେଖିଥିଲେ: “କଂଗ୍ରେସରେ ସାଧାରଣ ଭାବନା ଏହା ଥିଲା ଯେ ଏହି ସମ୍ମାନ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କୁ ମିଳିବା ଉଚ୍ଚିତ୍ । ”

ଆଚାର୍ଯ୍ୟ କୃପଲାନି ଟିପ୍ପଣୀ କରିଥିଲେ ଯେ ଗାନ୍ଧୀଙ୍କ ଜବାହରଙ୍କୁ ପ୍ରାଧାନ୍ୟ ଦେବାର କାରଣ “ବ୍ୟକ୍ତିଗତ ଥିଲା, ରାଜନୈତିକ ନୁହଁ ।

ଜବାହରଙ୍କ ପିତା ମୋତିଲାଲ ନେହେରୁ ଏହାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମୋତିଲାଲ ୧୯୨୮ ରେ କଂଗ୍ରେସର ଅଧ୍ୟକ୍ଷ ଥିଲେ । ସେ ଚାହୁଁଥିଲେ ଯେ ସେ ପଦଟି କେମିତି ତାଙ୍କ ପୁଅ ଜବାହର ଅଧିକୃତ କରନ୍ତୁ । ପଟେଲଙ୍କ ବାରଦୋଲୀ ବିଜୟ ପରେ, ମୋତିଲାଲ ୧୧ଜୁଲାଇ ୧୯୨୮ରେ ଗାନ୍ଧୀଙ୍କୁ ଲେଖିଥିଲେ: “ମୁଁ ସପଷ୍ଟ ଭାବରେ କହିପାରିବି ଯେ ଏହି ସମୟର ନାୟକ ହେଲେ ବଲ୍ଲଭଭାଇ, ଏବଂ ଆମର ଅନ୍ୟୁନ କର୍ତ୍ତବ୍ୟ ହେଉଛି ତାଙ୍କୁ ଅଧ୍ୟକ୍ଷ କରିବା (ତାଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବା) । ଯଦି ତାଙ୍କୁ ବାଦ ଦେଇଦେବା ତେବେ, ମୁଁ ଭାବୁଛି ସମସ୍ତ ପରିସ୍ଥିତିରେ ଜବାହର ସବୁଠାରୁ ଭଲ ପସନ୍ଦ ହେବ । ” ମୋତିଲାଲ ସକ୍ରିୟ ଭାବରେ ଗାନ୍ଧୀଙ୍କୁ ପାଖରେ ପୁଅ ଜବାହରଲାଲ ପାଇଁ ପ୍ରଚାର, ପ୍ରଶାର କରିଥିଲେ । ପାରିବାରିକ ପକ୍ଷପାତ ଏବଂ “ସ୍ୱାଧୀନତା ଆନ୍ଦୋଳନ” ଦୁହେଁ ସାଥେ ସାଥେ ଚାଲିଥିଲା: ମୋତିଲାଲ ଏବଂ ପରେ ନେହେରୁ ସୁନିଶ୍ଚିତ କରିଥିଲେ ଯେ କଂଗ୍ରେସର ଅଧ୍ୟକ୍ଷତା କିପରି ତାଙ୍କ ପାରିବାରିକ ସମ୍ପତ୍ତି ହୋଇ ରହିବ ଏବଂ ତାକୁ ରାଷ୍ଟ୍ର ଠୁଁ ପ୍ରଥମ ବୋଲି ପ୍ରାଧାନ୍ୟ ଦିଆଯିବ । ଦୀର୍ଘ ସମୟ ପର୍ଯ୍ୟନ୍ତ, ରାଷ୍ଟ୍ରକୁ ମୋତିଲାଲଙ୍କ ଜନହିତ ବିରୋଧୀ ପାରିବାରିକ ପକ୍ଷପାତର ପରିଣାମ ଭୋଗିବାକୁ ପଡିଲା, ଯାହା ତାଙ୍କ ବଂଶର ଆଦର୍ଶ ରୂପେ ପରପିଡିକୁ ଅନୁସରିତ ହେଲା ।

୧୯୨୯-୧୯୩୦ର ଅଧ୍ୟକ୍ଷତା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା: ଯେ ସେ ଅଧକ୍ଷତା ପଦ ପାଇଥାନ୍ତା, ସେ ଗାନ୍ଧୀଙ୍କ ଉତ୍ତରାଧିକାରୀ ହେବାର ସମ୍ଭାବନା ଥିଲା; ଏବଂ ସେ କଂଗ୍ରେସର ଲକ୍ଷ୍ୟକୁ “ପୂର୍ଣ୍ଣ ସ୍ୱରାଜ” କିମ୍ବା ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା (କିଛି ବିଳମ୍ବରେ) ମଧ୍ୟ ଘୋଷଣା କରିବାକୁ ଥିଲା । ଜବାହରଲାଲଙ୍କୁ ମଧ୍ୟ ଗାନ୍ଧୀଙ୍କ ଦ୍ୱାରା ବିଶେଷ ପସନ୍ଦ କରାଯାଇଥିଲା ଏବଂ ସେ୧୯୩୦ରେ ଦ୍ୱିତୀୟ କ୍ରମିକ କାଳପ୍ରାପ୍ତ ତାଳିକାରେ ଯାଇଥିଲେ, ପରେ ୧୯୩୬ ଏବଂ ୧୯୩୭ ରେ ଆଉ ଦୁଇ କାଳପ୍ରାପ୍ତ ଏବଂ ସେହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୧୯୪୬ର କାଳରେ ମଧ୍ୟ ଅଧକ୍ଷତା ଦିଆଯାଇଥିଲା । ଏପରି ବିଶେଷ ଅଧିକାର ଅନ୍ୟ କୌଣସି ନେତାଙ୍କୁ ଦିଆଯାଇନଥିଲା— ସର୍ଦାର ପଟେଲକୁ କେବଳ ଗୋଟେ ବର୍ଷ ପାଇଁ ଅଧ୍ୟକ୍ଷ କରାଯାଇଥିଲା ।

ସ୍ୱଦେଶୀ ବିଚାର ଧାରାର ବ୍ୟକ୍ତିତ୍ୱ ପଟେଲଙ୍କ ଅପେକ୍ଷା, ପଶ୍ଚିମ ଶୈଳୀରେ ପ୍ରଶିକ୍ଷିତ ନେହରୁଙ୍କ ପ୍ରତି ଗାନ୍ଧୀଙ୍କ ଦୁର୍ବଳତା ଥିଲା, ସ୍ୱଦେଶୀ ଗାନ୍ଧୀଙ୍କର ଆତ୍ମ ବିରୋଧୀ ବ୍ୟକ୍ତିତ୍ୱର ଆଉ ଏକ ଦିଗ । କିପରି ଜବାହରଲାଲ ଗାନ୍ଧୀଙ୍କ “ଆତ୍ମିକ ପୁଅ” ହୋଇ ପାରିଲେ ତାହା ଏକ ରହସ୍ୟ । ଏମ୍.ଏନ୍. ରାୟ ତାଙ୍କ “ଦି ମେନ ଆଇ ମେଟ” ଉପନ୍ୟାସରେ ଲେଖିଥିଲେ: “ନେହରୁ ଗାନ୍ଧୀଙ୍କ ଆତ୍ମିକ ପୁଅ ରୂପେ ଚିହ୍ନିତ ହେବା ବ୍ୟତୀତ ଭାରତୀୟ ଜାତୀୟତାବାଦର ନାୟକ ହେବାକୁ ସମର୍ଥ ହେବାକୁ ସନ୍ଦେହ ରହିଥାଏ… ସେ ପ୍ରସିଦ୍ଧି କ୍ରୟ କରିବା ପାଇଁ ନେହେରୁଙ୍କୁ ନିଜର ବ୍ୟକ୍ତିତ୍ୱକୁ ଦମନ କରିବାକୁ ପଡ଼ିଥିଲା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top