ମୁଦ୍ରା ଚିକିତ୍ସା

ଜଳ ମୁଦ୍ରା

Jal/Baruna Mudra an article by Shraddhananda Moharana

କନିଷ୍ଠା ଅଙ୍ଗୁଳି ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗର ସଂଯୋଗ କରିବା ସହିତ ସ୍ୱଳ୍ପ ମାତ୍ରାରେ ଚାପ ପ୍ରଦାନ କରିବା ଦ୍ୱାରା ଏହି ମୁଦ୍ରା ସମ୍ପାଦିତ ହୋଇଥାଏ । ଅନ୍ୟସବୁ ଆଙ୍ଗୁଳି ସିଧା ରଖିବାକୁ ହୋଇଥାଏ ।

ଜଳ ମୁଦ୍ରା

ଏହାର ଅନ୍ୟ ନାମ ଜଳ ବର୍ଦ୍ଧକ ମୁଦ୍ରା ଏବଂ ବରୁଣ ମୁଦ୍ରା ।

ଭାରତୀୟ ପୌରାଣିକ କଥାରେ ବରୁଣ ହେଉଛନ୍ତି ଆକାଶ, ଜଳ ସଂସାଧନ ଏବଂ ବର୍ଷାର ଭଗବାନ ।

ହସ୍ତର ଏକ ନିର୍ଦ୍ଦିଷ୍ଟ ଭଙ୍ଗୀ ଦ୍ୱାରା ଏହି ବରୁଣ ମୁଦ୍ରାର ସମ୍ପାଦନା ହୋଇଥାଏ । ଏହି ମୁଦ୍ରା ଶରୀରରେ ଥିବା  ଜଳୀୟଅଂଶର ବୃଦ୍ଧି, ଶୁଷ୍କ ତ୍ୱଚାର ସମାଧାନ ଏବଂ ଚମଡ଼ାକୁ ଚିକ୍କଣ ଏବଂ ଉଜ୍ଜ୍ୱଳ କରିଥାଏ ।

ଜଳ ମୁଦ୍ରାର ଲାଭ Psoriasis ପାଇଁ

ଶରୀରର ୭୦ଭାଗ ହେଉଛି ଜଳ । ରକ୍ତ, ଲାଲ, ହଜମରେ ସାହାଯ୍ୟ କରୁଥିବା ରସ, ହର୍ମୋନ, ବୀର୍ଯ୍ୟ, ଶୁକ୍ରାଣୁ, ଡିମ୍ବାଣୁ ସବୁଥିରେ ଜଳ ଅଛି । ଯେ କୌଣସି ପ୍ରକାରର ବିଶୃଙ୍ଖଳା ଜଳର ହ୍ରାସ ଆମ ଶରୀରକୁ ନିର୍ଜଳିତ କରି metabolismକୁ ହ୍ରାସ କରାଇଥାଏ । ଏହାଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଥାଏ ଚର୍ମ କାରଣ ନିର୍ଜଳର ପ୍ରଭାବରେ ଶରୀରେ ଚମଡ଼ାରେ ଥିବା ଜଳୀୟ ଅଂଶ ହ୍ରାସ ପାଏ । ଏହା ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା ଯଥା ଶୁଷ୍କ ତ୍ୱଚା, ଫଟା ତ୍ୱଚା ଏପରକି psoriasisକୁ ମଧ୍ୟ ଆମନ୍ତ୍ରଣ କରିଥାଏ ।

  • ଏହା ଶୁଷ୍କ ଚର୍ମର ଉପଚାର
  • ଏହା କୋଷ୍ଟକାଠିନ୍ୟର  ଉପଚାର
  • ଏହା ଫଟା ଚର୍ମର ଉପଚାର
  • ମୁଖ, ଗଳା ,ଯକୃତ ର ଶୁଷ୍କତାର ଉପଚାର
  • ହଜମର ବର୍ଦ୍ଧକ
  • ଗଣ୍ଠିବାତର ହ୍ରାସକ
  • ରକ୍ତ ଶୋଧକ
  • ଶରୀରରେ ରକ୍ତର ଏବଂ ଅନ୍ୟାନ୍ୟ ତରଳ ପଦାର୍ଥର ପ୍ରସାରର ବର୍ଦ୍ଧକ
  • ବ୍ରଣର ହ୍ରାସ
  • ଆଖିର ଶୁଷ୍କତାର ସମାଧାନ

ଅତଏବ ଏହା psoriasis ସମସ୍ୟାର ମଧ୍ୟ ସମାଧାନ କରାଏ ।

କିପରି କରିବା

କନିଷ୍ଠା ଅଙ୍ଗୁଳି ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗର ସଂଯୋଗ କରିବା ସହିତ ସ୍ୱଳ୍ପ ମାତ୍ରାରେ ଚାପ ପ୍ରଦାନ କରିବା ଦ୍ୱାରା ଏହି ମୁଦ୍ରା ସମ୍ପାଦିତ ହୋଇଥାଏ । ଅନ୍ୟସବୁ ଆଙ୍ଗୁଳି ସିଧା ରଖିବାକୁ ହୋଇଥାଏ । ପ୍ରାରମ୍ଭରେ ଏହା କଷ୍ଟସାଧ୍ୟ ହେଲେ ଅଭ୍ୟାସ ଦ୍ୱାରା ଧୀରେ ଧୀରେ ଅନ୍ୟସବୁ ଅଙ୍ଗୁଳି  ସିଧା ରଖିହେବ । ଯେହେତୁ ଏଥିରେ କେବଳ ହସ୍ତର ଅଙ୍ଗୁଳି ବ୍ୟବହୃତ ହୁଏ ତା ଏହାକୁ ଯେ କୌଣସି ସମୟରେ କରାଯାଇପାରିବ, କିନ୍ତୁ ସିଧା ଯେକୌଣସି ସହଜ ଆସନରେ ବସି ସକାଳ ଏବଂ ସନ୍ଧ୍ୟାରେ ଅଭ୍ୟାସ କଲେ ଅଧିକ ଫଳପ୍ରଦ ହେବେ  ।

ଜଳ  ମୁଦ୍ରାର ସମୟସୀମା

ପ୍ରଥମେ ପ୍ରଥମେ ୧୦ରୁ୧୫ ମିନିଟ ଏବଂ ଧୀରେ ଧୀରେ ସମୟ ସୀମା ବୃଦ୍ଧି କରି ନିୟମିତ ୩୦-୪୫ ମିନିଟର ଅଭ୍ୟାସ ଭଲ ଲାଭପ୍ରଦ ହୋଇଥାଏ । ଯଦିଥରକେ ୩୦-୪୫ ମିନିଟ ବସିବାରେ ଅସୁବିଧା ଉପୁଜେ ତା ହେଲେ ୧୦ରୁ୧୫ ମିନିଟର ଦୁଇ ତିନି ଥରର ଅଭ୍ୟାସ କଲେ ଅଧିକ ଫଳ ମିଳେ  ।

ସାବଧାନ

କନିଷ୍ଠା ଅଙ୍ଗୁଳିକୁ ନଖ ପାଖକୁ ଚାପ ପ୍ରଦାନ ନ କରିବାକୁ ଅନୁରୋଧ  । ନଖର ବ୍ୟବଧାନ ରଖନ୍ତୁ କେବଳ ଅଗ୍ରଭାଗରେ ସଂଯୋଗ କରନ୍ତୁ, ନହେଲେ ଏହା ଜଳର ବୃଦ୍ଧି ପରିବର୍ତ୍ତେ ଜଳର ପରିମାଣ ହ୍ରାସ କରାଇବ ।

ଜଳ ମୁଦ୍ରା କଲାବେଳେ ଗଭୀର ଶ୍ଵାସ ପ୍ରଶ୍ଵାସ ନିଅନ୍ତୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top