ମୁଦ୍ରା ଚିକିତ୍ସା

ମୁଦ୍ରା

Shraddhananda Moharana's Mudra Healing : Pruthibi Mudra

ମୁଦ୍ରା ହସ୍ତ ଏବଂ ଆଙ୍ଗୁଳିରେ ଏକ ନିର୍ଦ୍ଦିଷ୍ଟ ଭଙ୍ଗି ବା ଠାଣିକୁ ବୁଝାଏ ।

ମୁଦ୍ରା ଅର୍ଥ

ମୁଦ୍ରା ଅର୍ଥ

ମୁଦ୍ରା ହସ୍ତ ଏବଂ ଆଙ୍ଗୁଳିରେ ଏକ ନିର୍ଦ୍ଦିଷ୍ଟ ଭଙ୍ଗି ବା ଠାଣିକୁ ବୁଝାଏ । MUD ର ଅର୍ଥ ଆନନ୍ଦ ଏବଂ RA ର ଅର୍ଥ ଉପାର୍ଜନ । ଯାହାର ଅର୍ଥ ହେଉଛି ହାଥ ଏବଂ ଆଙ୍ଗୁଳିର ଏକ ନିର୍ଦ୍ଦିଷ୍ଟ ଭଙ୍ଗି କରି ଜୀବନରେ ହସ ଏବଂ ଖୁସି ଆଣିବା ।

ମୁଦ୍ରା କେଉଁ କେଉଁ ଜାଗାରେ ବ୍ୟବହାର କରାଯାଉଛି

ଭାରତୀୟ ପାରମ୍ପରିକ ନୃତ୍ୟ ଏବଂ ଅନୁଷ୍ଠାନ , ବୌଦ୍ଧିକ ଧାର୍ମିକ ପ୍ରଥା ମୁଦ୍ରା ଏବଂ ଏହାର ମହାନତ୍ତ୍ୱ  ଦର୍ଶାଇ ଥାଏ । ମୁଦ୍ରାର  ବ୍ୟାପକ ରୂପରେ ବ୍ୟବହାର ଧ୍ୟାନ, ଯୋଗ ଏବଂ ଅନ୍ୟ ସାଧାନାରେ ଦେଖା ଯାଇଥାଏ । ମୁଦ୍ରା ପ୍ରାକୃତିକ ଚିକିତ୍ସାର ଏକ ରୂପ । ମୁଦ୍ରା ଚିକିତ୍ସାରେ ବିଭିନ୍ନ ହସ୍ତ ଭଙ୍ଗି ଦ୍ୱାରା ଶରୀରର ବିଶାକ୍ତ ପଦାର୍ଥକୁ  କାଢ଼ିବାରେ, ଶରୀରର ଆବଶ୍ୟକିୟ ତତ୍ତ୍ୱ ସହିତ ମିଶି କାମ କରନ୍ତି ।

ହସ୍ତ ମୁଦ୍ରାର ସିଦ୍ଧାନ୍ତ

ଆମର ଶରୀର ପାଞ୍ଚଟି ଭିନ୍ନ ଭିନ୍ନ ପ୍ରକାରର ମୂଳ ତତ୍ତ୍ୱକୁ ନେଇ ଗଠିତ ଯଥା ବାୟୁ, ପୃଥ୍ୱୀ, ଅଗ୍ନି , ଜଳ ଏବଂ ଆକାଶ । ଅନୁପାତ ହିସାବାରେ ଶରୀର ଗଠନରେ ଏମାନେ ବ୍ୟକ୍ତି ବିଶେଷକୁ ଏକ ପ୍ରକୃତି ବା ସମ୍ବିଧାନ ମାଧ୍ୟମରେ ଚିହ୍ନଟ କରିଥାନ୍ତି । ଏହାର ସନ୍ତୁଳିତ ମିଶ୍ରଣ ହିଁ ବ୍ୟକ୍ତିର ଶାରୀରିକ ଏବଂ ମାନସିକ ସ୍ଥରରେ ସ୍ଵାସ୍ଥର ସୂଚନା ଦେଇଥାଏ ଏବଂ ଏହାର ଅସନ୍ତୁଳନ ରୋଗୀ ବୋଲି ଚିହ୍ନଟ କରାଇଥାଏ । ଏମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପଞ୍ଚତତ୍ତ୍ୱ ମନୁଷ୍ୟକୁ ଦାଇତ୍ଵବୋଧ କରାଇଥାଏ ଏବଂ ଉର୍ଜା ଯୋଗାଇଥାଏ ।

ହସ୍ତ ମୁଦ୍ରା କିପରି କାର୍ଯ୍ୟ କରେ

ଆମର ହାତର ପ୍ରେତ୍ୟେକଟି ଅଙ୍ଗୁଳି ଉପରୋକ୍ତ ପାଞ୍ଚୋଟି ତତ୍ତ୍ୱକୁ ପ୍ରତିନିଧିତ୍ଵ କରିଥାନ୍ତି ।

ବୃଦ୍ଧା – ଅଗ୍ନି
ତର୍ଜନୀ – ବାୟୁ
ମଧ୍ୟମା – ଆକାଶ
ଅନାମିକା – ପୃଥ୍ୱୀ
କନିଷ୍ଠା – ଜଳ

ଆମ ଶରୀରର ମୂଳ ତତ୍ତ୍ୱର ସଂଯୋଜନ ଉପରେ ଆଧାରିତ ପ୍ରକାର ବିଷୟରେ ଆୟୁର୍ବେଦ ହିଁ ବୁଝାଇଥାଏ । ଆବଶ୍ୟକ ତତ୍ତ୍ୱର ମାତ୍ରାର ପ୍ରକାରଭେଦ ହିଁ ମାନସିକ ଓ ଶାରୀରିକ ସ୍ଥରରେ ଶରୀର ଗଠନରେ ଭିନ୍ନତା ନିର୍ଦ୍ଧାରଣ କରିଥାଏ ଯଥା ବାତ, ପିତ୍ତ ଓ କଫ ।

ବାତ – ବାୟୁ ଏବଂ ଆକାଶ
ପିତ୍ତ – ଅଗ୍ନି ଏବଂ ଜଳ
କଫ – ପୃଥିବୀ ଏବଂ ଜଳ

ଯେତେବେଳେ ଏହି ପଞ୍ଚତତ୍ତ୍ୱର ପରିମାଣ ଆବଶ୍ୟକତା ଅନୁସାରେ ନ ରହି ଏହାର ମାତ୍ରାରେ ପରିବର୍ତ୍ତନ (କମ ଅଥବା ବେଶୀ ) ହୁଏ ସେତେବେଳେ ଶରୀର ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ହୋଇ ଯାଏ । ମୁଦ୍ରା ଏହି  ଅସନ୍ତୁଳିତ  ମାତ୍ରାକୁ ସନ୍ତୁଳନରେ ଆଣିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନା କରିଥାଏ ।

ପୃଥିବୀ ମୁଦ୍ରା – ଅନାମିକା ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗର ସଂଯୋଗ ।
ଜଳ ମୁଦ୍ରା – କନିଷ୍ଠା ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗର ସଂଯୋଗ ।
ଅଗ୍ନି ମୁଦ୍ରା – ଅନାମିକାର ଅଗ୍ରଭାଗ ସହିତ ବୃଦ୍ଧାର ମୂଳ ଭାଗର ସଂଯୋଗ ।
ବାୟୁ ମୁଦ୍ରା – ତର୍ଜନୀର ଅଗ୍ରଭାଗ ସହିତ ବୃଦ୍ଧାର ମୂଳ ଭାଗର ସଂଯୋଗ ।
ଆକାଶ ମୁଦ୍ରା – ମଧ୍ୟମାର ଅଗ୍ରଭାଗ ସହିତ ବୃଦ୍ଧାର ମୂଳ ଭାଗର ସଂଯୋଗ ।

ପୃଥିବୀ ମୁଦ୍ରା

ଶରୀରରେ ପୃଥିବୀ ତତ୍ତ୍ୱର ବୃଦ୍ଧି ଏବଂ ଅଗ୍ନି ତତ୍ତ୍ୱର ମାତ୍ରା ହ୍ରାସ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ମୁଦ୍ରା ହେଉଛି ପୃଥିବୀ ମୁଦ୍ରା । ଏହାର ଅନ୍ୟ ନାମ ହେଉଛି ଅଗ୍ନି ଶମକ ମୁଦ୍ରା ଏବଂ ପୃଥିବୀ ବର୍ଦ୍ଧକ ମୁଦ୍ରା ।

ଏହା ଏକ ସହଜ ଏବଂ ସରଳ ମୁଦ୍ରା ଅଟେ । ଅନାମିକା ଅଙ୍ଗୁଳି ଏବଂ ବୃଦ୍ଧାଙ୍ଗୁଳିର ଅଗ୍ରଭାଗର ସଂଯୋଗ କରିବା ସହିତ ସ୍ୱଳ୍ପ ମାତ୍ରାରେ ଚାପ ପ୍ରଦାନ କରିବା ଦ୍ୱାରା ଏହି ମୁଦ୍ରା ସମ୍ପାଦିତ ହୋଇଥାଏ । ଏହି ମୁଦ୍ରାକୁ ଟିଭି ଦେଖିଲାବେଳେ, ଭ୍ରମଣ କଲାବେଳେ, ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ କରାଯାଇପାରେ ।

ସ୍ୱାସ୍ଥ୍ୟ ଉପରେ ପୃଥିବୀ ମୁଦ୍ରାର ପ୍ରଭାବ

ଏହି ମୁଦ୍ରା ଶରୀରରେ ପୃଥିବୀ ତତ୍ତ୍ୱର ବୃଦ୍ଧି ତଥା ଅଗ୍ନି ତତ୍ତ୍ୱର ହ୍ରାସ ପାଇଁ ଏକ ବିଶେଷ ଉପଯୋଗି ମୁଦ୍ରା ।

ପୃଥିବୀ ହାଡ଼, କେଶ , ନଖ, ମାଂସ, ମାଂସପେଶୀ, ଗଣ୍ଠି, ଆନ୍ତରିକ ଅଙ୍ଗ ଗଠନର ଏକ ପ୍ରମୁଖ ଉପାଦାନ ଅଟେ ଏବଂ ଏଗୁଡିକର କୋଷ ବୃଦ୍ଧିରେ ଏହା ସାହାଯ୍ୟ କରିଥାଏ । ପୃଥିବୀ ମୁଦ୍ରା ଶରୀରର ତାପମାନ କାମ କରିବା ସହିତ ଶରୀରକୁ ମଜବୁତ/ଦମ୍ଭ କରିବାରେ ସାହାଯ୍ୟ କରେ ।

ପୃଥିବୀ ମୁଦ୍ରାର ଚିକିତ୍ସା ଗୁଣ ଏବଂ ଉପାଦେୟତା

ପୃଥିବୀ ମୁଦ୍ରା ନିମ୍ନ ଲିଖିତ ରୋଗର ଚିକିତ୍ସା ଗୁଣ ଅଛି

କ୍ଳାନ୍ତି ଅବଶୋଷ
Debility
Convalescence,
Endurance or lack of stamina,
Loss of weight.
Emaciation
Inexplicable
Osteoporosis
Fracture,
Degeneration of articular cartilage,
Weakness atrophied muscles.
Myopathies
Paresis
Paralysis
Poliomyelitis
Dry, cracked, burning, mature skin
Brittle nails
Hair loss, premature graying of hair
Burning in eyes
Acidity,
Burning sensation of urinating,
Burning in anus,
Burning in hands, feet, and head
Aphthous,
Ulcers in the mouth and stomach
Inflammatory diseases,
Jaundice,
Fever,
Hyperthyroidism.

ପୃଥିବୀ ମୁଦ୍ରାର ସମୟସୀମା

ନିୟମିତ ୩୦-୪୫ ମିନିଟର ଅଭ୍ୟାସ ଭଲ ଲାଭପ୍ରଦ ହୋଇଥାଏ । ଯଦିଓ ଏହାକୁ ଯେ କୌଣସି ଠାରେ ଏବଂ ଯେ କୌଣସି ସମୟରେ କରାଯାଇପାରେ କିନ୍ତୁ ପ୍ରାତଃ ସମୟ ଅଥବା ଯେତେବେଳେ ଆପଣ ଧ୍ୟାନ କରନ୍ତି ସେ ସମୟରେ ପୃଥିବୀ ମୁଦ୍ରା ଅଧିକ ଫଳପ୍ରଦ । ଏହି ମୁଦ୍ରାର ନିୟମିତ ଅଭ୍ୟାସ ଶୀଘ୍ର ଏବଂ ଅଧିକ ଫଳପ୍ରଦ ହୋଇଥାଏ ।

ସାବଧାନ

ଯଦି ଆପଣ କଫ ସମ୍ବିଧାନର ତା ହେଲେ ସ୍ୱଳ୍ପ ମାତ୍ରାରେ ପୃଥିବୀ ମୁଦ୍ରା ଅଭ୍ୟାସ କରନ୍ତୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top