ଅଣୁଗଳ୍ପ

ପୁନରାବୃତ୍ତି

Ruksar Begum's odia short story Punaraabrutti

କହିବା କଣ ଦରକାର… ଚିଡି କରି ଜଣେ କହିଲେ ମଣିଷ ବୁଝି ଯାଏ …

ପୁନରାବୃତ୍ତି

ସ୍ତ୍ରୀ- ଶୁଣ…

ସ୍ୱାମୀ- ହୁଁ କୁହ (ଲାପଟପ ରେ କାମ କରୁ କରୁ )

ସ୍ତ୍ରୀ- କିଛି ନାହିଁ

ସ୍ୱାମୀ- ଆରେ କହୁନ…

ସ୍ତ୍ରୀ- କଣ କହିବି

ସ୍ୱାମୀ- ଯାହା କହିବାକୁ ଚାହୁଁଥିଲ…

ସ୍ତ୍ରୀ- କହିଲି ବା କିଛି ନାହିଁ…

ସ୍ୱାମୀ- ହଉ ଠିକ ଅଛି…

(କିଛି ସମୟ ପରେ )

ସ୍ତ୍ରୀ- ତମେ ତ ଚାହୁଁଛ ମୁଁ ସବୁବେଳେ ଯେମିତି ଚୁପ ରୁହେ…

ସ୍ୱାମୀ-ମୁଁ କେବେ କହିଲି…

ସ୍ତ୍ରୀ- କହିବା କଣ ଦରକାର… ଚିଡି କରି ଜଣେ କହିଲେ ମଣିଷ ବୁଝି ଯାଏ …

ସ୍ୱାମୀ- ଏ କି କଥା !! ମୁଁ କେବେ ଚିଡ଼ିଲି ଯେ …

ସ୍ତ୍ରୀ- ‘ହୁଁ କୁହ…!!’ ଶୁଣିବାକୁ ଇଚ୍ଛା ନଥିଲା ଭଳି କହିଲ 0

ସ୍ୱାମୀ- ଆଉ କଣ କହିଥାନ୍ତି ??

ସ୍ତ୍ରୀ- ଥାଉ କିଛି କହିବା ଦରକାର ନାହିଁ…

ସ୍ୱାମୀ- ହଉ ବାବା… କାମରେ ବ୍ୟସ୍ତ ଥିଲି ଏବେ ମାଫ କରିଦିଅ… ଏବେ ଖୁସି ତ…

ସ୍ତ୍ରୀ- (କିଛି ନ କହି ଉପସ୍ଥାନ )

(ଦଶ ମିନିଟ ପରେ )

ସ୍ତ୍ରୀ- ଶୁଣ…

ସ୍ୱାମୀ- ହୁଁ କୁହ

(ପୁନରାବୃତ୍ତି )

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top