କବିତା

ବନ୍ଦୀ ଗଣତନ୍ତ୍ରର ଆତ୍ମକଥା

Anukampa Naik's odia poem Bandi Ganatantrara Aatmakathaa

ମୋ ଗୋଟା ଦେହ ପୋଡୁଛି
ଦେଖୁ ଦେଖୁ ମୋତେ ଭଲ ପାଉଥିବା ଚରିତ୍ରଟି ବି
ମୋ ଭିତରେ ସମାହିତ ହୋଇ
ଜଳି ଜଳି ପୁତକାର କରୁଛି ।

ବନ୍ଦୀ ଗଣତନ୍ତ୍ରର ଆତ୍ମକଥା

ନିର୍ବାଚନୀ ବିଗୁଲ ବାଜିଲା ପରେ
ହେଉ କି ସ୍ଲୋଗାନ ଶୁଭିଲା ପରେ
ଅବା ବିଦ୍ରୋହୀଙ୍କ ନାରାରେ
ମୁଁ ଉଠି ପଡିବି ଶତ ସିଂହର ବଳ ଗୋଟେଇ
ଏଇଆ ଭାବୁଛ ନାଁ ???

ନାଁ ନାଁ ଗଣତନ୍ତ୍ର ଦିବସରେ ଉଠି ପଡିବି
ମାଁ ର ହୃତପିଣ୍ଡ ପରା
ପ୍ରତିଟି ହୃଦସ୍ପନ୍ଦନ ରେ ତାର
ଜନ ଗଣ ମନ … ସଙ୍ଗୀତ ଶୁଭୁଛି ।

ସଙ୍ଗୀତ ଶୁଣିଲା ପରେ ବି
ଏମିତି ସାବଧାନ ରହିଥିବ ରହିଯାଅ
ମୋ ଗୋଟା ଦେହ ପୋଡୁଛି
ଦେଖୁ ଦେଖୁ ମୋତେ ଭଲ ପାଉଥିବା ଚରିତ୍ରଟି ବି
ମୋ ଭିତରେ ସମାହିତ ହୋଇ
ଜଳି ଜଳି ପୁତକାର କରୁଛି ।

ଏତେ ଅନ୍ତର୍ଦାହ ପରେ
କାର୍ଯ୍ୟ ପାଳିକା ଖିଅ କଢୁଛି
ନ୍ୟାୟ ପାଳିକା ଗୋଟାଉଛି ସତ
ଅସଂଖ୍ୟ ମିଛର ଅନ୍ଧାର ଭିତରୁ
ଯେଉଁଠି ଗରୀବଙ୍କ ଭୋକ, ଭିଟାମାଟି ଓ ଇଜ୍ଜତ
ଜାକି ଜୁକି ହୋଇ ବର୍ଷ ବର୍ଷ ଧରି ସଢୁଛି ।

ପାରିବ ଗୋଟେଇ ?
ଶକ୍ତି ଅଛି ?
ତମେ ଜାଣିନ
ବ୍ୟବସ୍ଥା – ବ୍ୟବସ୍ଥା ଭିତରେ
ଯେଉଁ ସୌଧଟି ସବୁଜ ଥିଲା
ସେ ହଠାତ ଭୁଶୁଡିଗଲା
ଆଉ ସେଠି ବସି ଗୁମୁରୁ ଥିବା ସୁଖର ପାରା ଗୁଡ଼ିକ
ଛାଟିପିଟି ଉଡ଼ିଗଲେ ।

ଏ ହେଉଛି
ମୋ ଭଗ୍ନ ବୁକୁର ସଫେଦ ଚିତ୍ର
ଆଜି ଦେଶ ଦେଖି ହସୁଛି ।

କେଉଁଠି ଥିଲା ଏ ଗଣମାଧ୍ୟମ
କାଉ କୁକୁରଙ୍କ ପରି ରୁଣ୍ଢ ହେଇ
ଗଣତନ୍ତ୍ର ସୁସ୍ଥ, ମୁକ୍ତ ଘୋଷଣା କଲା
ସତରେ କ’ଣ ଗଣତନ୍ତ୍ର ସୁସ୍ଥ ଓ ମୁକ୍ତ ??

ସେ ତ ତମମାନଙ୍କର
ତମମାନଙ୍କ ଦ୍ୱାରା କେବେଠୁ
ଟଙ୍କାର କଳା ଯାଦୁରେ ପୀଡ଼ିତ ।

ଏଥର ତମେ କୁହ
ସେ କଣ ଭାରତରେ ବଞ୍ଚି ପାରିବ ???

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top