ଦେବ ଭୂମି ଆର୍ଯ୍ୟ ଭୂମି ମହାନ ଭାରତ
ବେଦ ଶାସ୍ତ୍ର ସଂସ୍କାରର ଏଇ ପୂଣ୍ୟ ପୀଠ
ଆଜି କିନ୍ତୁ ଦେଖିଦେଲେ ଲାଗୁଛି ସ୍ତମ୍ଭୀତ
ସତେ କଣ ରସାତଳ ହେବ ଏ ଜଗତ !
ସଂସ୍କାର ବିହୀନ ସର୍ବେ ହେଲେ ସ୍ୱେଚ୍ଛାଚାରୀ
ରାଜାଠାରୁ ପ୍ରଜା ଯାଏ ସବୁ ବ୍ୟଭିଚାରୀ
ଯିଏ କେହି ଭଦ୍ର ଆଉ ସଂସ୍କାର ବାହକ
ଲୁଚିଛନ୍ତି ଭୟେ ହୋଇ ବଡ଼ ହନ୍ତସନ୍ତ
ନରହତ୍ୟା ଲୁଣ୍ଠନ ଓ ନାରୀ ନିର୍ଯ୍ୟାତନା
ଆତ୍ମହତ୍ୟା ଗଣହତ୍ୟା ନାହିଁତ କଳନା
ମାଟି କରେ ହାହାକାର ବିଭତ୍ସ କାଣ୍ଡରେ
କେତେ ସାହିବ ବସୁଧା ପାପକୁ ମଥାରେ ! !
ପର ପୁରୁଷ ରମଣ ପର ଦାରା ହରି
ବାହା ବାହା ନେଉଛନ୍ତି ହୋଇ ବ୍ରହ୍ମଚାରୀ
ନାରୀ ଏଠି ଅସହାୟ ପୁରୁଷ ଫାନ୍ଦରେ
ଦୈହିକ ସମ୍ପର୍କ ରଖି ଫସାଏ ଜାଲରେ
ଦଗାଦେଇ ପୁରୁଷ ଯେ ନିର୍ମଳ ଚରିତ୍ର
ରମଣ ବା ଦେହ ବନ୍ଧେ ନାହିଁ କିଛି ପାପ ! !
ବିଚିତ୍ର ସମାଜ ଆଜି ବ୍ୟବସ୍ଥା ବିଚିତ୍ର
ସାଧୁ ହୋଇ ବୁଲୁଛନ୍ତି କାମୁକ ଲମ୍ପଟ
ଲଗା ନାହିଁ ପଘା ନାହିଁ ନାହିଁ ରାଜ ଦଣ୍ଡ
ଏମିତି ସଂସ୍କାର ଏଠି ହୁଅନ୍ତି ଉଦଣ୍ଡ
ନିକିତି ତ ଅନ୍ଧ ଏଠି ପଶାପାଲି ଖେଳ
ବିଚରା ନିରୀହ ହୁଏ ନ୍ୟାୟର ଶୀକାର ! !
ସତେ କି ଧର୍ମ ବ୍ୟବସ୍ଥା ପରମ୍ପରା ରୀତି
ସବୁ ଏଠି ଭୁଲ ହୁଏ ପାହିଯାଏ ରାତି
ଧନ୍ୟ ଆମେ ନରନାରୀ ଏ ସମାଜ ଧନ୍ୟ
ହେ ଈଶ୍ବର କର କ୍ଷମା ଦିଅ ସଦଜ୍ଞାନ ! !