କବିତା

ଆଶା, ଆକାଂକ୍ଷା ଓ ଭବିଷ୍ୟତ

Thakur Charan Sa's odia poem Aashaa Aakaankshaa o Bhabishyata

ଆଉ ଯାହାର ସ୍ବପ୍ନ ଭାଙ୍ଗିଯାଏ,
ସିଏ ଜାଣିପାରେ ଦୁନିଆଁରେ ବୋଝ କେତେ,
ଦୁନିଆଁରେ ବଂଚିବାର ବାଟ କେତେ ।।

କେତେଯେ ଆଶା ଓ ସ୍ବପ୍ନକୁ କୁଣ୍ଡେଇ ନେଇଛି ଏ ଜୀବନ ଟା,
କାହାର ସ୍ବପ୍ନ ବା ହସଖୁସିରେ ଭରିଯାଉଛି,
ତ କାହାର ବା ମାଟିରେ ମିଶିଯାଉଛି ।।

ଆଉ ଯାହାର ସ୍ବପ୍ନ ଭାଙ୍ଗିଯାଏ,
ସିଏ ଜାଣିପାରେ ଦୁନିଆଁରେ ବୋଝ କେତେ,
ଦୁନିଆଁରେ ବଂଚିବାର ବାଟ କେତେ ।।

ସରେ ନାହିଁ ଦିନ, ସରେ ନାହିଁ ରାତି,
ସରେ ନାହିଁ ଲୁହ, ସକାଳର ସୂର୍ଯ୍ୟକିରଣକୁ ଅପେକ୍ଷା କରି,
ଭାଙ୍ଗିଯାଏ ମନ, ସରିଯାଏ ବଂଚିବାର ଆଶା,
ପଛାଏ ନି ମିଞ୍ଜିମିଞ୍ଜି ଜଳୁଥିବା ଦୀପ ଟା ଲିଭିବା ପାଇଁ,
ଯେବେ, ନିଜ ହୃଦୟ ର କେହି ସ୍ୱପ୍ନର ଆଲୁଅ କୁ ବୁଜେଇଦିଏ ।।

ଆହୁରି କଷ୍ଟ ଦିଏ,
ନିଜର ଆସ୍ଥା ରଖିଥିବା ବାଡ଼ି ଟା ଯେବେ ନିଜଠୁ ଦୂରେଇଯାଏ,
ଆଉ ଠେଲିଦିଏ ଦୂରକୁ, ବହୁ ଦୂରକୁ ।।

ଭୁଲିଯାଏ ସବୁକିଛି ନିଜର କେହି ଅଛି ବୋଲି ।।

ନା ସାହାଯ୍ୟ କରେ ବୟସ, ନା ଶକ୍ତିଶାଳୀ ବାହୁ,
ନା ସୌନ୍ଦର୍ଯ୍ୟ, ନା କଷ୍ଟ ରେ ସଞ୍ଚିଥିବା ସମ୍ପତ୍ତି ।।

ଅଟକିଯାଏ ଚାଲିବାର ପଥ,
ଇଚ୍ଛା ହୁଏ ନାହିଁ ଆଉ ଗୋଟିଏ ପାଦ ପକେଇବାଲାଗି,
କେବଳ ଇଚ୍ଛା ହୁଏ, ଜୀବନ ଟାକୁ କେଉଁଠି ଅଜାଡ଼ିବା ଲାଗି ।।

କିନ୍ତୁ,
ଟାଣିନିଏ ପୁଣି ସେଇ ଛନ୍ଦି ହୋଇଯାଇଥିବା ମାୟା ଓ ମୋହ,
ସେଇ ଦୁରେଇ ଯାଇଥିବା ବାଡ଼ିଟାକୁ ଖୋଜିବାଲାଗି ।।

ଦେଇଯାଏ ମାୟା ଓ ମମତା ର ଅପରିପକ୍ଵତାର ପରିଚୟ,
ଏବଂ ଅନ୍ଧକାର ଭିତରେ ବଂଚିବାର ଆଉ ଏକ ଆଶା ଓ ଆକାଂକ୍ଷା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top