ଆଜିକାଲି ଦେଖ ବରଷାରେ ଯାଏ
ବହୁତ ନିରିହ ପ୍ରାଣ
ଛୋଟଛୋଟ କଥା ମାନିନେବା ଯଦି
ମରିବାନି ଅକାରଣ
ବିଜୁଳି ପାଇଁକି ସ୍ୱତନ୍ତ୍ର ତାରକୁ
ଗୃହେ କରି ବ୍ୟବହାର
ଘଡ଼ଘଡ଼ି ସହ ବର୍ଷା ହେଉଥିଲେ
ଋହିବା ଘର ଭିତର
କାର୍ ବସ୍ ଯାତ୍ରା ନିରାପଦ ଅଟେ
ଦ୍ୱୀ ଚକିଆ ଗତି ଧିର
ଝରକା କାନ୍ଥରୁ ଦୂରେ ଛିଡ଼ାହେବା
ଅଥବା ଖଟ ଉପର
ଚଷାପୁଅ ଯଦି ହଳ କରୁଥାଏ
ଖାଲଯାଗା ଦେଖି ବସୁ
ଲୁହା ଜିନିଷକୁ ଦୁରକୁ ଫୋପାଡ଼ି
ପାପୁଲି କାନରେ କଷୁ
ଗଛଲଟା କିମ୍ବା ଇଲେକ୍ଟ୍ରିକ୍ ଖୁଣ୍ଟ
ତଳକୁ ଯିବାନି ମୋଟେ
ଗୃହପାଳିତଙ୍କୁ ଗୁହାଳକୁ ଆଣି
ବାନ୍ଧି ରଖିବା ନିକଟେ
ମୋବାଇଲ କାନଗିରି ଫଟାଇବ
ବିପତି ତମ୍ବୁର ତଳେ
ଦରିଆ ମଝି ବା ନଦୀ ପୋଖରିକୁ
ପଶିବାନି ଏଇ ବେଳେ
ଟାଙ୍ଗିଆ କଟୁରୀ ଲୁହାଛଡ଼ ଆଦି
ପାଖରୁ ଦୂରକୁ ଫିଙ୍ଗି
ଖୋଲାପଡ଼ିଆରେ ସାଇକେଲିଂ କଲେ
ବାଜିିବ ଚଢ଼ାଳି ପୁଙ୍ଗୀ
ପ୍ରତିଶଦ୍ଧ ଯଦି ପଥରରୁ ଆସେ
ମୁୁଣ୍ଡବାଳ ହୁଏ ଠିଆ
ସେ’ଯାଗାରୁ ଶୀଘ୍ର ଦୌଡ଼ି ପଳାଅ
ବଜୁଳି ଲକ୍ଷଣ ତାହା
ନିଜେ ମନେ ରଖ ସାଥୀଙ୍କୁ ବତାଅ
ବର୍ଷା ଦିନ ନିତି ଶିକ୍ଷା
ସର୍ବେ ଏ’ଧରାରେ ସହଜେ ଲଭନ୍ତୁ
ବଜ୍ରପାତରୁ ସୁରକ୍ଷା
