ଜହ୍ନ ପୁନେଇଁର ଅତି ସେ ନିଜର
ଜୋଛନାରେ ସିଏ ଭରା ।
ଇଚ୍ଛା ହୁଏ ସାରା ରାତି ସରିଯାଉ
ଚାହିଁ ଚାହିଁ ତାକୁ ପରା ।।
ଜହ୍ନ ସାଙ୍ଗେ ଅଛି କେତେ ମିଠା ସ୍ମୃତି
କେତେ ଯେ ଅଭୁଲା କାହାଣୀ
ପିଲାଦିନର ସେ କୁଆଁର ପୁନେଇଁ
ହେବନି ତ କେବେ ବାହୁନି ।।
ଆଜି ବି ସେ ଜହ୍ନ ମନେ ଭରିଦିଏ
କେତେ ମିଠାମିଠା ଅନୁଭୂତି
ବିନା ବୈଶାଖରେ ସେଇ ଜହ୍ନ ପୁଣି
ଭରି ଦେଇପାରେ ଦେହେ ତାତି ।।
ଜହ୍ନ ହେଇପାରେ କାହା ପାଇଁ ପ୍ରେମ
କାହାର ତ ପ୍ରିୟତମା
କିଏ ତାକୁ କହେ ଫୁଲେଇ ଲାଜେଇ
ଲାଜ ସେ କରେନି ଜମା ।।