କବିତା

ମୋ ପାଇଁ ନ ହେଲେ ନାହିଁ

Prafulla Kumar Tripathy's odia poem mon pain na hele nahin

ମୋ ଛାଇ ନ ହେଲେ ନାହିଁ
ତୁମ ଛାଇ ହୋଇ ରହିବାକୁ ଟିକେ
ମନ ଖୋଲି ଦିଅ କହି
ଏଇ ଅନୁରୋଧ ତୁମ ପାଇଁ ।।

ମୋ ପାଇଁ ନ ହେଲେ ନାହିଁ

ମୋ ପାଇଁ ନ ହେଲେ ନାହିଁ
ନିଜ ପାଇଁ ଟିକେ ସୁଖୀ ହୁଅ
ଏଇ ଅନୁରୋଧ ତୁମ ପାଇଁ ।।

ମୋ ଛାଇ ନ ହେଲେ ନାହିଁ
ତୁମ ଛାଇ ହୋଇ ରହିବାକୁ ଟିକେ
ମନ ଖୋଲି ଦିଅ କହି
ଏଇ ଅନୁରୋଧ ତୁମ ପାଇଁ ।।

ମୋ ଦୁଃଖ ନ ନେଲେ ନାହିଁ
ତୁମ ଦୁଃଖ ସବୁ ପଣତରେ ମୋର
ବାନ୍ଧି ଦିଅ ଯିବି ନେଇ
ଏଇ ଅନୁରୋଧ ତୁମ ପାଇଁ ।।

ମୋ ସ୍ମୃତି ନ ହେଲେ ନାହିଁ
ତୁମ ସ୍ମୃତି ଏଇ ହୃଦୟରେ ମୋର
ଚିରଦିନ ଯାଉ ରହି
ଏଇ ଅନୁରୋଧ ତୁମ ପାଇଁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top