ଏକା ଲାଗେ କାଇଁ ଗହଳି ଭିତରେ
ଯେତେ ଥାଏ ପଛେ କାମ ବ୍ୟସ୍ତତାରେ
କାଇଁ କିଛି ଭଲ ଲାଗେ ନାହିଁ
ବୋଧେ ତମେ ନାହଁ ବୋଲି ।।
ସକାଳୁ ଶେଯରେ ଖାଲି ଖାଲି ଲାଗେ
ତକିଆଟା କାଇଁ ତମ ଜାଗା ମାଡି
ହାତରେ ଜାବୁଡି କୋଳରେ ଲାଗେ
କାଇଁ କିଛି ଭଲ ଲାଗେ ନାହିଁ
ବୋଧେ ତମେ ନାହଁ ବୋଲି ।।
ସକାଳର ଖାଦ୍ୟ ମିଳେ ନାହିଁ ଯେବେ
ରୋଷେଇ ଘରକୁ ବାରମ୍ବାର ଖୋଜେ
କଂସା ବାସନ ସବୁ ଅଟ୍ଟହାସ୍ୟ ଭରା ଥଟ୍ଟା କରୁଥାନ୍ତି
କାଇଁ କିଛି ଭଲ ଲାଗେ ନାହିଁ
ବୋଧେ ତମେ ନାହଁ ବୋଲି ।।
ଅଫିସ କାମ ପାଇଁ ସିନା ଉପରକୁ ଯାଏ
ହେଲେ ବାରମ୍ବାର କାଇଁ କବାଟକୁ ଦେଖେ
କାଳେ ଆସିଥିବ ପାଣି ନେଇକି କି ଆଉ କଣ ପାଇଁ
କାଇଁ କିଛି ଭଲ ଲାଗେ ନାହିଁ
ବୋଧେ ତମେ ନାହଁ ବୋଲି ।।
ସନ୍ଧ୍ୟା ହେଲେ ତମ ଆଳୁ ପରଟା ଚାଓମିନ ପଚାରନ୍ତି
ଭାଇ ଆଉ କଣ ପଚାରୁନା
ବୋଧେ ଆଉ ଆମେ ଭଲ ଲାଗୁନୁ
କାଇଁ କିଛି ଭଲ ଲାଗେ ନାହିଁ
ବୋଧେ ତମେ ନାହଁ ବୋଲି ।।
ମୁଁ ଏମିତିରେ କେବେ ଖାଏ କେବେ ଖାଏନି ରାତିରେ
ହେଲେ ଶୋଇବାକୁ ଗଲେ ଘର କବାଟ ଖୋଲା ରଖି ଶୋଇଥାଏ
କାଳେ ଆସିବ ଲୁଚିକି ଆଉ ମୋତେ ଚମକେଇଦେବ
ହେଲେ କାଇଁ ତମେ କେବେ ବି ଆସନି
ତମକୁ ଅପେକ୍ଷା କରି କରି କେତେବେଳେ ଆଖି ଲାଗିଯାଏ
କାଇଁ କିଛି ଭଲ ଲାଗେ ନାହିଁ
ବୋଧେ ତମେ ନାହଁ ବୋଲି ।।
