ଅଣୁଗଳ୍ପ

ସନ୍ତାନ

Pradeep Bihari's Short Story Santana in odia by Dr Mousumi Parida

ଆଉଯେବେ ନବଲ ବାବୁ ଆସିବେ କବାଟ ଖୋଲିବନି ।

ସନ୍ତାନ

ନବଲ ବାବୁଙ୍କ ଆସିବାର ଅଳ୍ପ ସମୟ ପରେ ନିଶାକର ବାବୁ ପହଂଚିଗଲେ । ବସୁବସୁ ନବଲ ବାବୁ ନିଜ ପୁତୁରାର କାହାଣୀ ଆରଂଭ କରିଦେଲେ ।

ତାଙ୍କ ପୁତୁରା ଓକିଲ ଅଟନ୍ତି । କୋଉଜଣେ ବାବାଙ୍କ ଭକ୍ତ ବି । ବାବାଙ୍କ ଦର୍ଶନ କରିବାକୁ ଯାଇଥିଲେ । ପ୍ରବଳ ଭିଡ ହୋଇଥିବାରୁ ଦର୍ଶନ କରିବାକୁ ମନ ବଳିଲାନି । କିନ୍ତୁ ତତ୍କ୍ଷଣାତ୍ ଗୋଟେ ଘଟଣା ନଜରକୁ ଆସିଲା- ଘରଠୁ ଏତେ ଦୂର ଦର୍ଶନ କରିବାକୁ ଆସି ଭିଡକୁ ଦେଖି ପରାଜିତହୋଇ ଫେରୁଛନ୍ତି ?

ସେତିକିବେଳେ ଜଣେ ବୁଢାଲୋକ ପିଛାକଲା- ଭିଡକୁ ଭୟ ଲାଗୁଛି ? ଚାଲନ୍ତୁ ପାଂଚ ମିନିଟ୍ ଭିତରେ ଦର୍ଶନ କରେଇଦେଉଛି । ସେମାନେ ସେ ବୁଢାଲୋକଙ୍କ ସହ ଚାଲିଲେ ।

ସତରେ ପାଂଚ ମିନିଟ୍ ଭିତରେ ଦର୍ଶନ ହୋଇଗଲା । ପୁତୁରା ଦାଦାଙ୍କୁ କହିଲା- ମନୋକାମନା ପୂରଣ ହୋଇଗଲା । ଭଲଭାବେ ଦର୍ଶନ ମିଳିଲା ।

ମୁଁ ନବଲ ବାବୁଙ୍କୁ ପଚାରିଲି- କି ମନୋକାମନା ? ମୁଁ ସିନା ନବଲ ବାବୁଙ୍କୁ ଏତକ ପଚାରିଦେଲି କିନ୍ତୁ ସାଙ୍ଗେ ସାଙ୍ଗେ ଭାବିଲି ମୋତେ ଏକଥା ପଚାରିବାରନଥିଲା । ଏ ବ୍ୟକ୍ତିଗତ କଥା । ନବଲ ବାବୁ ଉତ୍ତର ଦେଲେ – ଓକିଲବାବୁଙ୍କ ସନ୍ତାନ ନଥିଲା । ଆଗରୁ ଦୁଇଝିଅ ଥିଲେ । ବାବାଙ୍କ ଆଶୀର୍ବାଦରୁ ଜାଆଁଳା ସନ୍ତାନ ଜନ୍ମନେଲେ ।

ମୁଁ ପଚାରିଲି – ସେମାନଙ୍କ ଦୁଇ ଝିଅ ଥିଲେ ତ ଆଗରୁ ?

ନବଲ ବାବୁ କହିଲେ – କିନ୍ତୁ ସନ୍ତାନ ନଥିଲେ ନା ! ସନ୍ତାନ ମାନେ ‘ପୁଅ’…. ।

ମେନକା ଚା’ ଆଣି ଡାଇନିଙ୍ଗ୍ ରୁମ୍କୁ ଆସିଲା । ନିଶାକର ବାବୁ ବଲବଲ ହୋଇ ଚାହୁଁଥିଲେ ନବଲ ବାବୁଙ୍କୁ । ନବଲ ବାବୁଙ୍କୁ ଚା’ ପିଆଇ ନଦେବାକୁ ଇଚ୍ଛାହେଉଥିଲା ତାଙ୍କର ।
ନବଲ ବାବୁ ଯିବାପରେ ମେନକାକୁ କହିଲେ – ଆଉଯେବେ ନବଲ ବାବୁ ଆସିବେ କବାଟ ଖୋଲିବନି ।

ଲୋକପ୍ରିୟ ଲେଖା

To Top